ETV Bharat / state

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର, ଚାଲିଛି ବେନାମୀ ସମ୍ପତ୍ତି ଆକଳନ

author img

By

Published : Dec 10, 2019, 6:20 PM IST

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କେସିଙ୍ଗା ଫରେଷ୍ଟ ରେଞ୍ଜର । ରେଞ୍ଜରଙ୍କ ବଲାଙ୍ଗୀରସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଏବେବି ଚଢ଼ାଉ ଜାରି ରହିଛି । ଅଧିକ ଖବର ପଢନ୍ତୁ...

forest ranger
ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର,ଚାଲିଛି ସମ୍ପତ୍ତି ଆକଳନ

ବଲାଙ୍ଗୀର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କେସିଙ୍ଗାରେ ଫରେଷ୍ଟ ରେଞ୍ଜର ଭାବରେ କାର୍ଯ୍ୟରତ ବଲାଙ୍ଗୀରର ଦୀନବନ୍ଧୁ ମେହେର । ମଙ୍ଗଳବାର ସକାଳୁ ଏହି ଅଭିଯୋଗରେ ଭିଜିଲାନ୍ସ ଦଳ ପୃଥକ ପୃଥକ ତିନୋଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର,ଚାଲିଛି ସମ୍ପତ୍ତି ଆକଳନ

ଯେଉଁଥିରେ ରେଞ୍ଜରଙ୍କ ବଲାଙ୍ଗୀରସ୍ଥିତ ବାସଭବନ, କେସିଙ୍ଗାରେ ଥିବା ସରକାରୀ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଏହି ଚଢ଼ାଉ ଜାରି ରହିଛି । ଏଯାବତ ଲକ୍ଷାଧିକ ଟଙ୍କାର ଜମିଜମା କାଗଜପତ୍ର ଭିଜିଲାନ୍ସ ଟିମ ଜବତ କରିଥିବା ବେଳେ ସମ୍ପତ୍ତି ଆକଳନ ଏବେବି ଜାରି ରହିଛି ।

ଏହି ଚଢ଼ାଉରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼ ଓ ସମ୍ବଲପୁରର ଭିଜିଲାନ୍ସ ଟିମ ମିଳିତ ଭାବରେ ସବୁଠି ଚଢ଼ାଉ ଜାରି ରଖିଛନ୍ତି । ତଦନ୍ତ ସରିଲା ପରେ ସମ୍ପୂର୍ଣ୍ଣ ତଥ୍ୟ ସମ୍ନାକୁ ଆସିବ ବୋଲି ଭିଜିଲାନ୍ସ କହିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍,ଇଟିଭି ଭାରତ

Intro:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କେସିଙ୍ଗା ରେ ଫରେଷ୍ଟ ରେଞ୍ଜର ଭାବରେ କାର୍ଯ୍ୟ ରତ ବଲାଙ୍ଗିରର ଦୀନବନ୍ଧୁ ମେହେର । ଆଜି ସକାଳୁ ଏହି ଅଭିଯୋଗରୁ ଭିଜିଲାନସ ଦଳ ପୃଥକ ପୃଥକ ତିନୋଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଯେଉଁଥିରେ ବଲାଂଗୀର ସ୍ଥିତ ତାଙ୍କ ନିଜ ଘରେ ମଧ୍ୟ ଆଜି ଚଢ଼ାଉ ଜାରି ରହିଛି। ଏଯାବତ ଲକ୍ଷାଧିକ ଟଙ୍କାର ଜମି ଜମା କାଗଜ ପତ୍ର ଭିଜଲାନ୍ସ ଦଳ ଜବତ କରିଥିବା ବେଳେ ସମ୍ପତ୍ତି ଆଂକଲନ ଏବେବି ଜାରି ରହିଛି । ଏବଂ ତଦନ୍ତ ସରିଲା ପରେ ସବୁ ତଥ୍ୟ ସମ୍ନାକୁ ଆସିବା ବୋଲି ଭିଜିଲାନ୍ସ ବିଭାଗ କହିଛି ।


Body:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କେସିଙ୍ଗା ରେ ଫରେଷ୍ଟ ରେଞ୍ଜର ଭାବରେ କାର୍ଯ୍ୟ ରତ ବଲାଙ୍ଗିରର ଦୀନବନ୍ଧୁ ମେହେର । ଆଜି ସକାଳୁ ଏହି ଅଭିଯୋଗରୁ ଭିଜିଲାନସ ଦଳ ପୃଥକ ପୃଥକ ତିନୋଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଯେଉଁଥିରେ ବଲାଂଗୀର ମନୋହର ପୁର ସ୍ଥିତ ତାଙ୍କ ନିଜ ଘରେ ମଧ୍ୟ ଆଜି ଚଢ଼ାଉ ଜାରି ରହିଛି। ତେବେ ଏଥିରେ ଭିଜିଲାନ୍ସର ଚାରୋଟି ଦଳ ବଲାଂଗୀରରେ ଦୀନବନ୍ଧୁ ମେହେରଙ୍କ ଘର, କେସିଙ୍ଗାରେ ତାଙ୍କ ସରକାରୀ କାର୍ଯ୍ୟାଳୟ ଓ ସେଠିକାର ସରକାର ବାସଭବନରେ ଏହି ଚଢ଼ାଉ ଜାରି ରହିଛି। ସେହିପରି ଏହି ଚଢ଼ାଉରେ ବଲାଂଗୀର, ସୁବର୍ଣ୍ଣପୁର, ବରଗଡ଼ ଓ ସମ୍ବଲପୁରର ଭିଜିଲାନ୍ସ ଦଳ ମିଳିତ ଭାବରେ ସବୁଠି ଚଢ଼ାଉ ଜାରି ରଖିଛନ୍ତି। ତେବେ ଏଯାବତ ଲକ୍ଷାଧିକ ଟଙ୍କାର ଜମି ଜମା କାଗଜ ପତ୍ର ଭିଜଲାନ୍ସ ଦଳ ଜବତ କରିଥିବା ବେଳେ ସମ୍ପତ୍ତି ଆଂକଲନ ଏବେବି ଜାରି ରହିଛି । ଏବଂ ତଦନ୍ତ ସରିଲା ପରେ ସବୁ ତଥ୍ୟ ସମ୍ନାକୁ ଆସିବା ବୋଲି ଭିଜିଲାନ୍ସ ବିଭାଗ କହିଛି ।
ବାଇଟ କାଦମ୍ବିନୀ ସାମଲ ଡ଼ି ଏସ ପି ଭିଜିଲାନସ ବଲାଂଗୀର


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.