ETV Bharat / state

ବଜ୍ରକାପ୍ତା ଚାଲାଣ ନେଇ ଚାଲିଥିଲା ଡିଲ୍‌, ଗ୍ରାହକ ବେଶରେ ମାଡି ବସିଲା ବନବିଭାଗ

author img

By

Published : Oct 9, 2021, 10:41 AM IST

ଦୀର୍ଘ ଦିନରୁ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ-ଲାଠୋର ବନବିଭାଗ ରେଞ୍ଜ ଠାରେ ଚାଲିଥିବା ବଜ୍ରକାପ୍ତା ବେପାରର ପର୍ଦ୍ଦାଫାସ କରିଛି ବନବିଭାଗ ଏକ ସ୍ବତନ୍ତ୍ର ଟିମ । ବଜ୍ରକାପ୍ତା ଡିଲ ଚାଲିଥିବା ବେଳେ ଚଢ଼ାଉ କରି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ବନବିଭାଗ । ଅଧିକ ପଡନ୍ତୁ...

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ବନବିଭାଗର ଚଢାଉ, 2 ଗିରଫ
ବଜ୍ରକାପ୍ତା ଚୋରା ଚାଲାଣ ବେଳେ ବନବିଭାଗର ଚଢାଉ, 2 ଗିରଫ

ବଲାଙ୍ଗୀର: ଜିଲ୍ଲା ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଦୀର୍ଘ ଦିନରୁ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ-ଲାଠୋର ବନବିଭାଗ ରେଞ୍ଜ ଠାରେ ଚାଲିଥିବା ବଜ୍ରକାପ୍ତା ବେପାରର ପର୍ଦ୍ଦାଫାସ କରିଛି ବନବିଭାଗର ଏକ ସ୍ବତନ୍ତ୍ର ଟିମ । ଆଜି(ଶନିବାର) ଖପ୍ରାଖୋଲ ରେଞ୍ଜ ଅନ୍ତର୍ଗତ ମହରାପଦର ଗାଁରେ ଡିଲ ଚାଲିଥିବା ବେଳେ ଲାଠୋର ଓ ଖପ୍ରାଖୋଲ ବନବିଭାଗ ମିଳିତ ଭାବେ ଗ୍ରାହକ ବେଶରେ ଚଢ଼ାଉ କରି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ।

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ବନବିଭାଗର ଚଢାଉ, 2 ଗିରଫ

ବଲାଙ୍ଗୀର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ବନ ଗ୍ରାହକ ସାଜି ଅଭିଯୁକ୍ତମାନଙ୍କୁ ଧରିଥିଲେ । ତେବେ ଡିଲରେ ତିନି ଜଣ ଅଭିଯୁକ୍ତ ସାମିଲ ଥିବାବେଳେ ବନ ବିଭାଗର ଦୁଇ ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି ଏବଂ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି ।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମହରାପଦରର ସୁଶୀଲ ଧାରୁଆ ଓ ସର୍ଗୀପାଳି ଗାଁର ବଜରଙ୍ଗ ଧରୁଆ । ଅନ୍ୟପଟେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି, ସେନେଇ ତଦନ୍ତ ଚାଲିଥିବା ଜଣାପଡ଼ିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.