ETV Bharat / state

ବିପୁଳ ପରିମାଣରେ ବେଆଇନ କଫ ସିରପ ଜବତ, 2 ଗିରଫ

author img

By

Published : Jul 1, 2021, 7:13 AM IST

ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ କଲା ବଲାଙ୍ଗୀର ବେଳପଡ଼ା ପୋଲିସ । ଏହା ସହ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

ଆଠ ପେଟି ବେଆଇନ କଫ ସିରପ ଜବତ, 2 ଗିରଫ
ଆଠ ପେଟି ବେଆଇନ କଫ ସିରପ ଜବତ, 2 ଗିରଫ

ବଲାଙ୍ଗୀର: ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ କଲା ପୋଲିସ । ଏହା ସହ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ବଲାଙ୍ଗୀର ବେଳପଡ଼ା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଗାଡ଼ିକୁ ଅଟାଇଥିଲା । ଏବଂ ଯାଞ୍ଚ ପରେ ସେହି ଗାଡିରୁ ଆଠ ପେଟି ବେଆଇନ (ଏସ୍କଫ) କଫ ସିରପ ବୋତଲ ମିଳିଥିଲା । ଏହି କଫ ସିରପ ବେଆଇନ ଭାବରେ ଗ୍ରାମାଞ୍ଚଳରେ ବିକ୍ରି ପାଇଁ ଆସିଥିବାର ପୋଲିସ ଜାଣିବାକୁ ପାଇଛି।

ଆଠ ପେଟି ବେଆଇନ କଫ ସିରପ ଜବତ, 2 ଗିରଫ

ସେହିପରି ଲକଡାଉନରେ ଏବେ କଫ ସିରପ ମାଫିଆମାନେ ଗ୍ରାମାଞ୍ଚଳକୁ ଟାର୍ଗେଟ କରୁଥିବା ବେଳେ ପୋଲିସକୁ ଏନେଇ ଏକ ବଡ଼ ସଫଳତା ମିଳିଛି। ସେପଟେ ପୋଲିସ ଏହି ମାମଲାରେ ଦୁଇଜଣ କାର୍ତ୍ତିକ ହଂସ ଓ ଅର୍ଜୁନ ବେହେରାକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.