ETV Bharat / state

ବଲାଙ୍ଗୀରରେ କୋରୋନାମୁକ୍ତ ଅଞ୍ଚଳକୁ ବ୍ୟାପିଲା କୋରୋନା

author img

By

Published : Jul 22, 2020, 5:35 PM IST

ବଲାଙ୍ଗୀର ଜିଲ୍ଲାରେ ଆଉ 6 କୋରୋନା ପଜିଟିଭି ଚିହ୍ନଟ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସହରର ନୂତନ ଅଞ୍ଚଳରୁ କୋରୋନା ପଜିଟିଭି ଚିହ୍ନଟ ପ୍ରଶାସନର ଚିନ୍ତା ବଢାଇଛି । ଅଧିକ ପଢନ୍ତୁ...

ବଲାଙ୍ଗୀର ସହରର ନୂତନ ଅଞ୍ଚଳକୁ ବ୍ୟାପିଲା କୋରୋନା
ବଲାଙ୍ଗୀର ସହରର ନୂତନ ଅଞ୍ଚଳକୁ ବ୍ୟାପିଲା କୋରୋନା

ବଲାଙ୍ଗୀର: ଜିଲ୍ଲାରେ ଆଉ 6 କୋରୋନା ପଜିଟିଭି ଚିହ୍ନଟ । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସହରର ନୂତନ ଅଞ୍ଚଳରୁ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ନୂତନ ଅଞ୍ଚଳରୁ ଚିହ୍ନଟ ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

ବଲାଙ୍ଗୀର ସହରର ନୂତନ ଅଞ୍ଚଳକୁ ବ୍ୟାପିଲା କୋରୋନା

ବୁଧବାର ଚିହ୍ନଟ ହୋଇଥିବା 6 ଜଣ କୋରୋନା ପଜିଟିଭ ମଧ୍ୟରୁ ସହରର ନୂଆ ଅଞ୍ଚଳ ବେହେରାପାଳିରୁ ଜଣେ ଓ ବ୍ରହ୍ମଣ ପଦାରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସହର ମଧ୍ୟରେ ସୁଦପଡା କଣ୍ଟେନମେଣ୍ଟ ଜୋନରୁ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା ବଲାଂଙ୍ଗୀର ବେଳପଡା ନୁନହାଡ ଗ୍ରାମ, ଡୁଦୁକା ଗ୍ରାମ ଓ ବଙ୍ଗୋମୁଣ୍ଡା ବିରିପାଲି ଗ୍ରାମରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 297 କୁ ପହଞ୍ଚିଥିଲାବେଳେ 256 ଜଣ ସୁସ୍ଥ ହୋଇଫେରିଛନ୍ତି । ତେବେ 41 ଜଣ ଆକ୍ଟିଭ ମାମଲା ଚିକିତ୍ସାଧୀନ ଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.