ETV Bharat / state

ଭେଣ୍ଡିଂ ଜୋନକୁ ଥଇଥାନ ହେଲେ ବଲାଙ୍ଗୀର ଉଠା ଦୋକାନୀ

author img

By

Published : Aug 26, 2021, 10:35 AM IST

ସମାଧାନ ହେଲା ଦୀର୍ଘ ଦିନର ମୁଖ୍ୟ ସମସ୍ୟା । ଭେଣ୍ଡି ଜୋନ କରାଯାଇ ଥଇଥାନ ହେଲେ ଉଠା ଦେକାନୀ । ଅଧିକ ପଢନ୍ତୁ....

ଭେଣ୍ଡିଂ ଜୋନକୁ  ଥଇଥାନ ହେଲେ ବଲାଙ୍ଗୀର ଉଠା ଦୋକାନୀ
ଭେଣ୍ଡିଂ ଜୋନକୁ ଥଇଥାନ ହେଲେ ବଲାଙ୍ଗୀର ଉଠା ଦୋକାନୀ

ବଲାଙ୍ଗୀର: ଦୂର ହେଲା ବଲାଙ୍ଗୀର ସହରର ଉଠା ଦୋକାନୀଙ୍କ ସମସ୍ୟା । ଉଠା ଦୋକାନୀଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ ତିଆରି କଲା ପ୍ରଶାସନ । ଏନେଇ ଗତକାଲି ସ୍ୱତନ୍ତ୍ର ଭାବରେ ଏକ ଫଳ ବଜାର ଓ ଆମିଷ ବଜାରର ଉଦଘାଟନ ହୋଇଯାଇଛି । ଏଥିରେ ଶତାଧିକ ଉଠାଦୋକାନୀ ବେପାର କରିବା ପାଇଁ ସୁବିଧା ସୁଯୋଗ ସହ ଏକ ସ୍ଥାନ ପାଇଛନ୍ତି । ଯାହାକୁ ନେଇ ସେମାନେ ବେଶ ଖୁସି ଅଛନ୍ତି।

ଭେଣ୍ଡିଂ ଜୋନକୁ ଥଇଥାନ ହେଲେ ବଲାଙ୍ଗୀର ଉଠା ଦୋକାନୀ

ତେବେ ଏହା ପୂର୍ବରୁ ଉଠାଦୋକାନୀ ମାନେ ଦୈନିକ ବେପାର କରିବା ପାଇଁ ନାହିଁନଥିବା ଆସୁବିଧାର ସମ୍ମୁଖୀନ ହେଉଥିଲେ । ସ୍ଥାନ ଅଭାବରୁ ସହରର ରାସ୍ତା କଡରେ ଦୋକାନ କରି ବ୍ୟବସାୟ କରିଆସୁଥିଲେ । ଏଥି ପାଇଁ ସହରରେ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଥିଲା । ଏହାର ସମାଧାନ ପାଇଁ ଭେଣ୍ଡି ଜୋନର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଆସୁଥିଲା ।

ଏନେଇ ବଲାଙ୍ଗୀର ପ୍ରଶାସନ ଓ ପୌର ପରିଷଦ ଏଥି ପାଇଁ ପଦକ୍ଷେପ ନେଇ ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ୍ୟ ଟଙ୍କା ବ୍ୟୟରେ ୧୧୨ ଜଣ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡି ଜୋନ କରିଛନ୍ତି । ଯାହା ଗତକାଲି ଉଦଘାଟନ ହୋଇଛି । ଏହା ଦ୍ବାରା ଲୋକଙ୍କୁ ସୁବିଧା ମିଳିବା ସହ ଉଠାଦୋକାନୀଙ୍କୁ ଥଇଥାନ କରାଯାଇ ପାରିଛି । ସେହିପରି ଏଥିରେ ସହରର ମଧ୍ୟ ସୌନ୍ଦର୍ଯ୍ୟ ବଢିବ ବୋଲି ଆଶା କରାଯାଇଛି । ତେବେ ଦୀର୍ଘ ଦିନ ପରେ ଉଠା ଦୋକାନୀ ଓ ସହରବାସୀଙ୍କ ଦାବି ପୂରଣ ହୋଇଥିବା ବେଳେ ଆଗକୁ ଏହି ବଡଧରଣର ଥଇଥାନ ସମସ୍ତଙ୍କୁ ସହାୟକ ହେବ ବୋଲି ଆଶା କରାଯାଉଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.