ETV Bharat / state

କଳାକୋର୍ଟ ପିନ୍ଧିବେ ବିଜେପି ନେତା ମୁକେଶ ମହାଲିଙ୍ଗ, ଲଢିବେ କେସ୍‌

author img

By ETV Bharat Odisha Team

Published : Dec 2, 2023, 12:28 PM IST

ଓକିଲାତି ପାସ୍ କରିବା ପରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘରେ କଲେ ନାମ ପଞ୍ଜିକରଣ କଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ଅଧିକ ପଢନ୍ତୁ

ଓକିଲ ହେବେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ
ଓକିଲ ହେବେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ

ଓକିଲ ହେବେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ

ବଲାଙ୍ଗୀର: ଓକିଲ ହେବେ ବଲାଙ୍ଗୀର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ଓକିଲାତି ପାସ୍ କରିବା ପରେ ସେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘରେ ନାମ ପଞ୍ଜିକରଣ କରିଛନ୍ତି । ଓକିଲ ହୋଇ ପରିବେଶ ସୁରକ୍ଷା ଓ ସାଧାରଣ ଲୋକଙ୍କ ପାଇଁ ଲଢେଇ କରିବେ ବୋଲି କହିଛନ୍ତି ବିଜେପି ବିଧାୟକ । ଶୁକ୍ରବାର ଜିଲ୍ଲା ଓକିଲ ସଂଘ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

ବିଜେପି ବିଧାୟକ ଝାରସୁଗୁଡା ଆଇନ କଲେଜରୁ ପାସ୍ ହେବା ପରେ ଶୁକ୍ରବାର ବଲାଙ୍ଗୀର ଜିଲ୍ଲା ଓକିଲ ସଂଘରେ ନିଜର ନାମ ପଞ୍ଜିକରଣ କରିଥିଲେ । ସେ ତାଙ୍କର ସବୁ ଜରୁରୀ ସାର୍ଟିଫିକେଟ ନେଇ ଓକିଲ ସଂଘ କାର୍ଯ୍ୟାଳୟକୁ ଆସିଥିଲେ । ଏଠି ଜିଲ୍ଲା ଓକିଲ ସଂଘ ସଭାପତି ଓ ଅନ୍ୟ ବରିଷ୍ଠ ଓକିଲଙ୍କ ଉପସ୍ଥିତିରେ ନିଜ ନାମ ପଞ୍ଜିକୃତ କରିଥିଲେ । ନେତାମାନେ ଓକିଲାତିରୁ ରାଜନୀତିକୁ ଆସି ସଫଳ ହେବାର ଅନେକ ନଜିର ରହିଛି । ସେହିପରି କିଛି ନେତା ରାଜନୀତିରୁ ଓକିଲାତିକୁ ମଧ୍ୟ ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: କଟନି ଛଟନିକୁ ବିରୋଧ, ଧାନ କିଣାରେ ସ୍ୱଚ୍ଛତା ପାଇଁ ବିଜେପିର ପ୍ରତିବାଦ

ଏନେଇ ବିଧାୟକ କହିିଛନ୍ତି ଯେ, ସରକାରରେ ଥିବା ଅବସ୍ଥାରେ ସେ ଅନେକ ଥର ପରିବେଶ ସୁରକ୍ଷା ପାଇଁ ଗ୍ରୀନ ଟ୍ରିବ୍ୟୁନାଲ ଯାଇଛନ୍ତି । ତାଙ୍କର ଏହା ଏକ ସ୍ୱପ୍ନ ଥିଲା । ଯାହାପାଇଁ ସେ ବିଧାନସଭା ନିର୍ବାଚନ ଜିତିବା ପରେ ଝାରସୁଗୁଡା ଆଇନ ମହାବିଦ୍ୟାଳୟରେ ଆଇନ ପଢିଥିଲେ । ଏବେ ସେ ସଫଳ ଭାବରେ ଉତ୍ତୀର୍ଣ୍ଣ ହୋଇ ନିଜ ନାଁ ଜିଲ୍ଲା ଓକିଲ ସଂଘରେ ପଞ୍ଜିକୃତ କରିଛନ୍ତି । ତେବେ ସାରା ବିଶ୍ୱରେ ଏବେ ପରିବେଶ ସୁରକ୍ଷା ଜରୁରୀ ହୋଇଛି । ଏହାକୁ ନେଇ ସେ ଆଗକୁ ଆଇନଗତ ଲଢେଇ କରିପାରିବେ । ସେହିପରି ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବା ପାଇଁ ମଧ୍ୟ ସେ ଲଢେଇ କରିବେ ବୋଲି କହିଛନ୍ତି ବିଜେପି ବିଧାୟକ । ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ କହିଛନ୍ତି ଯେ, ଜଣେ ବିଧାୟକ ତଥା ଆଗଧାଡ଼ିର ନେତା ମୁକେଶ ମହାଲିଙ୍ଗ ଓକିଲାତି ପାଇଁ ଆଗକୁ ଆସିଛନ୍ତି । ଏହା ନିହାତି ଭାବରେ ସ୍ୱାଗତଯୋଗ୍ୟ । ବଲାଙ୍ଗୀର ଓକିଲ ସଂଘରେ ସେ ନିଜ ନାମ ପଞ୍ଜିକୃତ କରିଥିବାରୁ ଏଥିପାଇଁ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ନିୟମ ଅନୁସାରେ ଜଣେ ନିର୍ବାଚିତ ବିଧାୟକ ଲାଭ ପାଇଁ ଓକିଲାତି କରିପାରିବେ ନାହିଁ । କିନ୍ତୁ ଜନସାଧାରଣଙ୍କ ହିତ ପାଇଁଲଢେଇ କରିପାରିବେ ବୋଲି ସେ କହିଛନ୍ତି ।


ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.