ETV Bharat / state

40ଦିନରେ ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Dec 30, 2022, 7:44 PM IST

8 ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ରାଜ୍ୟ ଅଙ୍ଗନବାଡି କର୍ମୀ । ଏଥିସହ ବଲାଙ୍ଗୀର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କଲେ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

anganwadi workers
anganwadi workers

ବଲାଙ୍ଗୀର: ଦୀର୍ଘ 40ଦିନ ହେବ ଭୁବନେଶ୍ବରରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି ରାଜ୍ୟ ଅଙ୍ଗନବାଡି କର୍ମୀ । ଏହାର ପ୍ରଭାବ ବଲାଙ୍ଗୀରରେ ବି ଦେଖିବାକୁ ମିଳିଛି । ଯେଉଁଥିରେ ବଲାଙ୍ଗୀର ଜିଲ୍ଲାର ସମସ୍ତ 14 ବ୍ଲକର ହଜାରହଜାର ଅଙ୍ଗନବାଡି କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଏନେଇ ଆଜି ସ୍ଥାନୀୟ ଶିଶୁ ଉଦ୍ୟାନରୁ ଏମାନେ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ସେହିପରି ବଲାଙ୍ଗୀର ସହରର ମୁଖ୍ୟ ରାସ୍ତାକୁ ମଧ୍ୟ ଏମାନେ ଅବରୋଧ କରିଥିଲେ । କାମକୁ ସରକାରୀ ମାନ୍ୟତା ଦେବା ସହ ସବୁ ଚାକିରି ସୁବିଧା ଯୋଗାଇବା, ପ୍ରାଇମେରୀ ଶିକ୍ଷକ ଭାବରେ ଘୋଷଣା କରିବା, ଦରମା ବୃଦ୍ଧି ଇତ୍ୟାଦି ଦାବି ସହିତ ମୋଟ ୮ ଦଫା ଦାବି ଏମାନେ ଉପସ୍ଥାପିତ କରିଛନ୍ତି । ଏଥିସହ ଜିଲ୍ଲା ପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ତେବେ ଯଦି ଦାବି ପୂରଣ ନ ହୁଏ ତାହାଲେ ଏମାନେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବା ସହ ଜାତୀୟ ରାଜପଥ 24 ଘଣ୍ଟା ପାଇଁ ବନ୍ଦ କରିବେ ବୋଲି କହିଛନ୍ତି। ସେପଟେ ଆଙ୍ଗନବାଡ଼ି କର୍ମୀଙ୍କ ଏହି ଆନ୍ଦୋଳନ ଯୋଗୁଁ ଏଠି ଜିଲ୍ଲାର ସବୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି । ଯାହା ଫଳରେ ଶିଶୁ ଓ ମାତୃ ବିକାଶ ଯୋଜନା ମଧ୍ୟ କିଛି ମାସ ହେବ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ସେପଟେ ଅନ୍ୟଙ୍କୁ ସେବା ଦେଉଥିବା ଏହି ଅଙ୍ଗନବାଡ଼ି କର୍ମୀଙ୍କ ପରିବାର ଦୁଃଖ କଷ୍ଟରେ ଚଳୁଥିବା ଓ ସରକାର କୌଣସି ପଦକ୍ଷେପ ନେଉନ ନଥିବାରୁ ଏମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ।


ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.