ETV Bharat / state

ଜିଲ୍ଲା ପରିଷଦ ବୈଠକରେ ଧାନକିଣା ତାତି

author img

By

Published : Jan 22, 2021, 7:43 PM IST

ବଲାଙ୍ଗୀର 10ମ ଜିଲ୍ଲା ପରିଷଦ ବୈଠକରେ ଧାନକିଣାକୁ ନେଇ ରାଜନେତାଙ୍କ ମଧ୍ୟରେ ହଙ୍ଗାମା । ଜିଲ୍ଲାରେ ମିଲର୍ସଙ୍କୁ ସୁହାଇଲା ଭଳି ଧାନକିଣା ଚାଲୁଥିବା ବିଜେପିର ଅଭିଯୋଗ । ଅଧିକ ପଢନ୍ତୁ...

ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ଧାନକିଣା ତାତି
ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ଧାନକିଣା ତାତି

ବଲାଙ୍ଗୀର: 10ମ ଜିଲ୍ଲା ପରିଷଦ ବୈଠକ ଆୟୋଜିତ ହୋଇଛି । ଏହି ବୈଠକରେ ଧାନକିଣାକୁ ନେଇ ସଦସ୍ୟଙ୍କ ମଧ୍ୟରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ବୈଠକ ପୂର୍ବରୁ ବଲାଙ୍ଗୀର ବିଜେଡି ଓ ବିଜେପି ସଦସ୍ୟମାନେ ମୁହାଁମୁହିଁ ହୋଇ ଥିବାବେଳେ ବଲାଙ୍ଗୀର ବିଜେପି ସାଂସଦ ସଙ୍ଗୀତା ସିଂଦେଓ ବୈଠକରୁ ଉଠି ପଳାଇଥିବା ଦେଖିବାକୁ ମିଳିଛି ।

ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ଧାନକିଣା ତାତି

ତେବେ ବୈଠକରେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ସାଂସଦ କ୍ଷୁବ୍ଧ ହୋଇ ବୈଠକ ଆରମ୍ଭରୁ ଉଠି ପଳାଇଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ସାଂସଦଙ୍କୁ ବୁଝାଇ ବୈଠକକୁ ଆଣିଥିଲେ । ସ୍ଥାନୀୟ ସର୍କିଟ ହାଉସ ଠାରେ ୧୦ମ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହନନ୍ଦଙ୍କ ଅଧ୍ୟକ୍ଷତା କରିଥିଲେ । ତେବେ ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା, ଆଦ୍ରତା ବାହାନାରେ ମଣ୍ଡିରେ କଟନୀ ଛଟନୀ ସହ ମିଲର୍ସର ମନମାନି ନେଇ ଆଲୋଚନା ହୋଇଥିଲା । ଏପରିକି ଚାଷୀ ଅଖା ବସ୍ତାର ପାଉଣା ମଧ୍ୟ ପାଉନଥିବା ଅଭିଯୋଗ ହୋଇଥିଲା । ଚାଷୀଙ୍କୁ ସୁହାଇଲା ଭଳି ନହୋଇ ମିଲର୍ସଙ୍କୁ ସୁହାଇଲା ପରି ଜିଲ୍ଲାରେ ଧାନକିଣା ଚାଲିବା ସହ ବାବୁରାଜ ଚାଲିଥିବା କହିଥିଲେ ସାଂସଦ । ତେବେ ଜିଲ୍ଲା ପରିଷଦ ବୈଠକର କୌଣସି ଗୁରୁତ୍ଵ ନାହିଁ ବୋଲି ସାଂସଦ ସଙ୍ଗୀତା କୁମାରୀ କହିଥିଲେ ।

ଏହି ବୈଠକରେ ସାଂସଦ ସଂଗୀତା ସିଂଦେଓଙ୍କ ସମେତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ପାଟଣାଗଡ଼ ବିଧାୟକ ସରୋଜ ମେହେର, ଜିଲ୍ଲାପାଳ ଚଞ୍ଚଳ ରାଣା, ପିଡିଡିଆରଡିଏ ମହେଶ୍ୱର ସ୍ୱାଇଁ ଉପସ୍ଥିତ ଥିଲେ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.