ETV Bharat / state

Banapur Violence: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ତେଜୁଛି ପ୍ରତିବାଦ

author img

By

Published : Mar 14, 2022, 12:56 PM IST

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ନେଇ ଚାରିଆଡ଼େ ଜୋର ଧରୁଛି ପ୍ରତିବାଦ। ତାଙ୍କୁ ବିଧାୟକ ପଦକୁ ରଦ୍ଦ କରିବା ସହ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି । ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

suci communist party protesting on banapur violence in angul
Banapur Violence: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ତେଜୁଛି ପ୍ରତିବାଦ

ଅନୁଗୋଳ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ନେଇ ଚାରିଆଡ଼େ ଜୋର ଧରୁଛି ପ୍ରତିବାଦ। ତାଙ୍କୁ ବିଧାୟକ ପଦ ରଦ୍ଦ କରିବା ସହ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି । ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଏସୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଛି ।

Banapur Violence: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ତେଜୁଛି ପ୍ରତିବାଦ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଫିସ ସମ୍ମୁଖରେ ସମୂହ ଜନତାଙ୍କ ଉପରେ ଗାଡି ଚଢ଼ାଇ ବିଧାୟକଙ୍କ ଏଭଳି ବର୍ବରକାଣ୍ଡ ନେଇ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ଦାବି କରାଯାଇଛି । ଏହି ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କର ଉପଯୁକ୍ତ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାରଙ୍କ ଦ୍ବାରା ଯୋଗାଇଦେବା ଦାବିରେ ଆଜି ଅନୁଗୋଳ ଜିଲ୍ଲା ବସଷ୍ଟାଣ୍ଡ ଠାରେ ଏହି ପ୍ରତିବାଦ ସଭା କରାଯାଇଛି । ବିଜେଡି-ବିଜେପି-କଂଗ୍ରେସ ଭଳି ଦଳମାନଙ୍କର ପ୍ରତ୍ୟକ୍ଷ ପରିଚାଳନାରେ ହେଉଥିବା ରାଜନୀତିର ଅପରାଧୀକରଣ ବନ୍ଦ କରିବା ପାଇଁ ଦଳ ଚେତାବନୀ ଦେଇଛି । ଦଳର ଆଞ୍ଚଳିକ କମିଟି ସମ୍ପାଦକ ବ୍ରଜବନ୍ଧୁ ସାହୁଙ୍କ ସଭାପତିତ୍ବରେ ଏହି ପ୍ରତିବାଦ ଅନୁଷ୍ଠିତ ହୋଇଛି ।

ପ୍ରତିବାଦ ସଭାରେ ଜିଲ୍ଲା କମିଟି ସଭ୍ୟ ସଞ୍ଜୟ ସାହୁ, ଆଇନଜୀବୀ ପ୍ରମୋଦ କୁମାର ପ୍ରଧାନ, ବିଷ୍ଣୁ ସାହୁ, ଜ୍ୟୋତ୍ସ୍ନା ସାମଲ, ନିରଞ୍ଜନ ନାୟକ, ଶାଶ୍ଵତ ସାହୁ, ପ୍ରତିମା ବେହେରା ପ୍ରମୁଖ ସାମିଲ ହୋଇଥିଲେ । ଏହି ଘଟଣାଟି ଲଖିମପୁର ଖେରୀ ହିଂସାକାଣ୍ଡର ପୂନରାବୃତ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ତେଣୁ ଏହି ଅପରାଧ ରାଜନୀତିକୁ ତୁରନ୍ତ ବନ୍ଦ କରିବାକୁ ପ୍ରତିବାଦ ବେଳେ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.