ETV Bharat / state

ଅନୁଗୋଳ ସୁଧାର ଗୃହରେ ନୟାଗଡ ନାବାଳିକା ହତ୍ୟା ଅଭିଯୁକ୍ତ

author img

By

Published : Jan 6, 2021, 8:17 AM IST

କୋର୍ଟରେ ନାବାଳକ ପ୍ରମାଣିତ ହେବା ପରେ ଅନୁଗୋଳ ସୁଧାର ଗୃହରେ ପହଞ୍ଚିଛି ନୟାଗଡ ନାବାଳିକା ହତ୍ୟା ଅଭିଯୁକ୍ତ । ଅଧିକ ପଢନ୍ତୁ...

ନୟାଗଡ ନାବାଳିକା ହତ୍ୟା ଅଭିଯୁକ୍ତ
ନୟାଗଡ ନାବାଳିକା ହତ୍ୟା ଅଭିଯୁକ୍ତ

ଅନୁଗୋଳ: ଅନୁଗୋଳ ସୁଧାର ଗୃହରେ ପହଞ୍ଚିଛି ନୟାଗଡ ନାବାଳିକା ହତ୍ୟାକାଣ୍ଡର ଅଭିଯୁକ୍ତ । କୋର୍ଟ ଅଭିଯୁକ୍ତ ଜଣଙ୍କୁ ନାବାଳକ କହିବା ପରେ ତାକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି । ନୟାଗଡରୁ ଏକ ସ୍ବତନ୍ତ୍ର ଟିମ୍‌ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ 12ଟାରେ ଅଭିଯୁକ୍ତକୁ ଧରି ଅନୁଗୋଳ ବାଳ ସୁଧାର ଗୃହରେ ପହଞ୍ଚିଛନ୍ତି ।

ନୟାଗଡ ନାବାଳିକା ହତ୍ୟା ଅଭିଯୁକ୍ତ

ଅଭିଯୁକ୍ତର ରହିବାର ସୁବିଧା କରିବା ପରେ ଉକ୍ତ ଟିମ୍‌ ସେଠାରେ ତାକୁ ଛାଡି ଚାଲିଯାଇଥିବା ଜଣାପଡିଛି । ସୂଚନାଥାଉକି, ନୟାଗଡର ବହୁଚର୍ଚ୍ଚିତ ନାବାଳିକା ହତ୍ୟା ଘଟଣାରେ ଏସଆଇଟି ଜଣେ କଲେଜ ଛାତ୍ରକୁ ଗିରଫ କରିଛି । ତେବେ ଏସଆଇଟି ଉକ୍ତ ଯୁବକକୁ ସାବାଳକ ଦର୍ଶାଉଥିବାବେଳେ କୋର୍ଟ ଯୁବକ ଜଣଙ୍କୁ ନାବାଳକ କହିଛନ୍ତି ।

ମଙ୍ଗଳବାର ଏହାର ଶୁଣାଣି ସମୟରେ ନୟାଗଡ ପକ୍ସୋ କୋର୍ଟ ଅଭିଯୁକ୍ତକୁ ନାବାଳକ ବୋଲି ରାୟ ଦେଇଛନ୍ତି । ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ । କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ ।

ପ୍ରମାଣ ପାଇବା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି । ଏବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଭିଯୁକ୍ତ ଏହି ବାଳ ସୁଧାର ଗୃହରେ ରହିବ ବୋଲି ଜଣାପଡିଛି। ଅଭିଯୁକ୍ତର ଜନ୍ମତାରିଖ 06/02/ 2003 ବୋଲି ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.