ETV Bharat / state

ଗଜଲକ୍ଷ୍ମୀଙ୍କ ଆବାହନରେ ଉତ୍ସବ ମୁଖର ଶିଳ୍ପ ନଗରୀ, ପୂଜା ବୁଲାର ମଜା ନେଉଛନ୍ତି ଦର୍ଶକ

author img

By ETV Bharat Odisha Team

Published : Nov 3, 2023, 7:11 PM IST

ଗଜଲକ୍ଷ୍ମୀଙ୍କ ଆବାହନରେ ଉତ୍ସବ ମୁଖର ଶିଳ୍ପ ନଗରୀ ଅନୁଗୋଳ । ପୂଜା ବୁଲିବା ସହ ଖାଦ୍ୟପେୟର ମଜା ନେଉଛନ୍ତି । ଅଧିକ ପଢନ୍ତୁ

angul gajalaxmi puja
angul gajalaxmi puja

angul gajalaxmi puja

ଅନୁଗୋଳ: ସବୁଆଡେ ଛାଇ ଯାଇଛି ଆଲୋକର ମାଳା । ସବୁଠି ଆକାଶ ଛୁଆଁ ତୋରଣ ଆଉ ରଙ୍ଗ ବେରଙ୍ଗର ଆଲୋକ। ତା ସାଙ୍ଗକୁ ଆଧ୍ୟାତ୍ମିକ ପରିବେଶ। କେଉଁଠି କୈଳାସ ପର୍ବତର ଭ୍ରମ ତ ପୁଣି କେଉଁଠି ମା’ ଲକ୍ଷ୍ମୀଙ୍କ ପୁଷ୍ପ ଉଆସରେ ପୂଜା ପାଉଛନ୍ତି ମା' । ଏଭଳି ବାତାବରଣ ଦେଖିବାକୁ ମିଳିଛି ଅନୁଗୋଳର ପ୍ରସିଦ୍ଧ ଲକ୍ଷ୍ମୀପୂଜାରେ ।

ଆଲୋକମାଳାରେ ସୁସଜ୍ଜିତ ଶିଳ୍ପ ନଗରୀ: ଅନୁଗୋଳରେ ହୋଇଥିବା ଆଲୋକ ସଜ୍ଜାକୁ ଦେଖିଲେ ସତେ ଯେମିତି ଆଖି ଲାଖିଯାଉଛି । ଆଲୋକମାଳା ଯେଭଳି ସାରା ସହରକୁ ଢାଙ୍କି ଦେଇଛି ଦେଖିଲେ ସତେ ଯେପରି ଯେପରି ସେଭଳି ମନେ ହେଉଛି । ସନ୍ଧ୍ୟା ହେବା କ୍ଷଣି ବଢି ଯାଉଛି ଭିଡ। କାହିଁ କେତେ ଆଡୁ ଦେଖଣାହାରୀଙ୍କ ସୁଅ ଛୁଟୁଛି ଅନୁଗୋଳକୁ । ମା'ଙ୍କ ଦର୍ଶନ ସାଙ୍ଗକୁ ଚିକମିକ ଆଲୁଅ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ।

11ଦିନ ହୁଏ ଗଜଲକ୍ଷ୍ମୀ ପୂଜା: ଅନୁଗୋଳରେ 11 ଦିନ ଧରି ଅନୁଷ୍ଠିତ ହୋଇଥାଏ ଗଜଲକ୍ଷ୍ମୀ ପୂଜା। ବଂରପାଳ ଠାରୁ ସହରର ଶେଷ ସୀମା ପର୍ଯ୍ୟନ୍ତ ସବୁଆଡେ ଛାଇ ଯାଇଛି ରଙ୍ଗୀନ ଆଲୋକ । ମନଲୋଭା ମାଙ୍କ ମଣ୍ଡପର ସାଜ ସଜା ପ୍ରତ୍ୟକ ଦେଖଣା ହାରୀଙ୍କ ମନକୁ ଛୁଉଁଛି।

ଏହା ମଧ୍ୟ ପଢନ୍ତୁ: ଶିଳ୍ପ ନଗରୀରେ ବିରାଜିଲେ ଧନଦାତ୍ରୀ, ଚନ୍ଦ୍ରଗ୍ରହଣ ପାଇଁ ଦିନରେ ହେଲା ପୂଜାର୍ଚ୍ଚନା

50ଟି ମଣ୍ଡପରେ ପୂଜା ପାଉଛନ୍ତି ମା': ସହର ଓ ଆଖପାଖ ଅଞ୍ଚଳମାନଙ୍କରେ ୫୦ ରୁ ଅଧିକ ମଣ୍ଡପରେ ମା' ଲକ୍ଷ୍ମୀଙ୍କୁ କେଉଁଠି ଲକ୍ଷ୍ମୀ ନାରାୟଣ ତ କେଉଁଠି ଗଜ ଲକ୍ଷ୍ମୀ ରୂପରେ ପୂଜା କରାଯାଉଛି । ଏଥର ବଜାର ଛକ ମଣ୍ଡପ କୋଣାର୍କ ମନ୍ଦିର ମଧ୍ୟରେ ଲକ୍ଷ୍ମୀ ନାରାୟଣଙ୍କୁ ଆରାଧନା କରୁଥିବା ବେଳେ ଡେଲି ମାର୍କେଟ ପୂଜା କମିଟି ମା' ଲକ୍ଷ୍ମୀଙ୍କୁ ଫୁଲର ଉଆସ ସଦୃଶ ତୋରଣ ନିର୍ମାଣ କରି ପୂଜା କରୁଛନ୍ତି। ଅନ୍ୟପଟେ ସୁଉଚ୍ଚ ତୋରଣ ନିର୍ମାଣ କରିଛି କାଞ୍ଚନ ବଜାର। ଡି ଆଇସି ଛକ ପୂଜା କମିଟି କୈଳାସ ପର୍ବତ ପ୍ରତିକୃତିର ତ୍ଵରଣ ନିର୍ମାଣ କରିଥିବା ବେଳେ ଯାହା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ପୂଜା ବୁଲା ସାଙ୍ଗକୁ ଦୋଳି ଖେଳ ଓ ଚାଟର ଖିଆର ମଜାକୁ ହାତ ଛଡା କରୁନାହାନ୍ତି ଦର୍ଶକ । ଗଜଲକ୍ଷ୍ମୀ ପୂଜା ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଦର୍ଶକଙ୍କ ସୁଅ ଛୁଟୁଛି । ପୂଜା ଆହୁରି ପାଞ୍ଚ ଦିନ ଥିବାରୁ ଅଧିକ ଭିଡ ହେବାର ଆଶା କରାଯାଉଛି। ପୂଜା ଭିଡ଼କୁ ନଜରରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୱାନ ୱେ ଟ୍ରାଫିକ ବ୍ୟବସ୍ଥା ସହ ଅତିରିକ୍ତ ଏସପିଙ୍କୁ ସୁରକ୍ଷା ଦାୟିତ୍ଵ ଦିଆଯାଇଛି । ଆସନ୍ତା 8ତାରିଖରେ ମା'ଙ୍କୁ ମେଲାଣୀ ଦିଆଯିବ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.