ETV Bharat / state

ବର୍ବରତାର ସୀମା ଲଂଘିଲା ପୋଲିସ, ଛେଳି ଚରାଳିକୁ ଥାର୍ଡ ଡିଗ୍ରୀ ଅଭିଯୋଗ

author img

By

Published : May 8, 2022, 4:15 PM IST

ପୋଲିସର ଅମାନୁଷିକ କାଣ୍ଡ । ଏକ ଛେଳି ଚରାଳିକୁ ପୋଲିସ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ । ଏଭଳି ଏକ ଅଭିଯୋଗ ହୋଇଛି ଅନୁଗୋଳ ଜିଲାର ଆଠମଲ୍ଲିକ ଥାନା ପୋଲିସ ବିରୁଦ୍ଧରେ । ଅଧିକ ପଢନ୍ତୁ

ବର୍ବରତାର ସୀମା ଲଂଘିଲା ପୋଲିସ, ଛେଳୀ ଚରାଳିକୁ ଥାର୍ଡ ଡିଗ୍ରୀ ଅଭିଯୋଗ
ବର୍ବରତାର ସୀମା ଲଂଘିଲା ପୋଲିସ, ଛେଳୀ ଚରାଳିକୁ ଥାର୍ଡ ଡିଗ୍ରୀ ଅଭିଯୋଗ

ଅନୁଗୋଳ: ପୋଲିସର ଅମାନୁଷିକ କାଣ୍ଡ । ଏକ ଛେଳି ଚରାଳିକୁ ପୋଲିସ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ । ଏଭଳି ଏକ ଅଭିଯୋଗ ହୋଇଛି ଅନୁଗୋଳ ଜିଲାର ଆଠମଲ୍ଲିକ ଥାନା ପୋଲିସ ବିରୁଦ୍ଧରେ ।

ବର୍ବରତାର ସୀମା ଲଂଘିଲା ପୋଲିସ, ଛେଳୀଚରାଳିକୁ ଥାର୍ଡ ଡିଗ୍ରୀ ଅଭିଯୋଗ

ସୂଚନାଅନୁସାରେ, ଏକ ଛେଳି ବିକା କିଣା ଘଟଣାକୁ କେନ୍ଦ୍ର କରି ଆଠମଲ୍ଲିକ ଥାନାର ଜଧପୁର ଗାଁର ମଦନ ସାହୁ ଓ ମୁରଲୀ ଜାଲ ଏବଂ ମହନ ଜାଲଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ପୋଲିସ ମଦନକୁ ଥାନାକୁ ପଚରାଉଚରା ପାଇଁ ଆଣିଥିବାବେଳେ ମାଡ଼ ମାରିଥିବା ଜଣାପଡ଼ିଛି । ପୋଲିସ ମାଡ଼ରେ ମଦନଙ୍କ ପିଠି ଓ ଛାତିରେ ଗଭୀର ଆଘାତ ଲାଗିଛି ।ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠମଲ୍ଲିକ ଓ ପରେ ଅନୁଗୋଳ ଡାକ୍ତରଖାନାକୁ ପଠାଯାଇଛି ।

ଅଭିଯୋଗ ମୁତାବକ ଛେଳି ଚରାଇ ଜୀବିକା ନିର୍ବାହ କରୁଥିବା ମଦନ ଗତ କିଛିଦିନ ତଳେ ତାଙ୍କ ଗାଁର ମୁରଲୀ ଜାଲ ଏବଂ ମହନ ଜାଲଙ୍କୁ ଦୁଇଟି ଛେଳି ବିକ୍ରି କରିଥିଲା । କିଛିଦିନ ପରେ ବିକିଥିବା ଛେଳି ରୋଗରେ ପଡିବାରୁ ବିକିଥିବା ଛେଳି ଫେରାଇ ନେବାକୁ ମୁରଲୀ ଜାଲ ଏବଂ ମଦନ ଜାଲ କହିବାରୁ ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଯାହାକୁ ନେଇ ମାମଲା ଥାନାକୁ ଯାଇଥିଲା । ପୋଲିସ ଘଟଣା ତଦନ୍ତ କରିବା ବଦଳରେ ମଦନକୁ ପିଟାମରା କରିବା ସହ 10 ହଜାର ଟଙ୍କା ନେଇ ମଦନକୁ ଛାଡିଥିଲା । ତେବେ ଘଟଣା ନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.