ETV Bharat / state

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ୨୦ବର୍ଷ ଜେଲ

author img

By ETV Bharat Odisha Team

Published : Dec 1, 2023, 10:55 PM IST

ଅନୁଗୋଳ ଜିଲ୍ଲା ଖାମାର ଥାନା ଅଞ୍ଚଳରେ ଗତ ୨୦୨୦ ମସିହାରେ ଜଣେ ନାବାଳିକାକୁ ଅପହରଣ ଓ ବଳାତ୍କାର ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜକ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜକ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ ରୁଦ୍ର ପ୍ରସାଦ ମହାପାତ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ କଣିହାଁ ଥାନା କିଆଝର ଗ୍ରାମର ହେମନ୍ତ କୁମାର ସାହୁଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଅନୁଗୋଳ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । 2020 ମସିହାରେ ଘଟିଥିବା ଏକ ଦୁଷ୍କର୍ମ ଘଟଣାରେ ପୋସ୍କୋ କୋର୍ଟ ଅଭିଯୁକ୍ତକୁ 20 ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି ।

ଅନୁଗୋଳ ଜିଲ୍ଲା ଖାମାର ଥାନା ଅଞ୍ଚଳରେ ଗତ ୨୦୨୦ ମସିହାରେ ଜଣେ ନାବାଳିକାକୁ ଅପହରଣ ଓ ବଳାତ୍କାର ମାମଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜକ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜକ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ ରୁଦ୍ର ପ୍ରସାଦ ମହାପାତ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ କଣିହାଁ ଥାନା କିଆଝର ଗ୍ରାମର ହେମନ୍ତ କୁମାର ସାହୁଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏହା ସହ ୧୪ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ଦେଢ ବର୍ଷ କାରାଦଣ୍ଡରେ ଦଣ୍ଡିତ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି ।

ଅଧିକ ପଢନ୍ତୁ- ୧୦ ବର୍ଷ ଶିଶୁକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ମିଳିଥିବା ସୂଚନା ଅନୁସାରେ ୨୦୨୦ ମସିହା ମାର୍ଚ୍ଚ ୪ ତାରିଖରେ ଖମାର ଥାନା ଇଲାକାର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଅଭିଯୁକ୍ତ ବିବାହ ଓ ଚାକିରୀର ପ୍ରତିଶ୍ରୁତି ଦେଇ ଅପହରଣ କରିନେବା ସହ ବଳାତ୍କାର କରିଥିଲା । ମାର୍ଚ୍ଚ ୪ ତାରିଖ ଅପରାହ୍ନ ୨ଟା ସମୟରେ ଛାତ୍ରୀଙ୍କୁ ଧରି ହେମନ୍ତ ଫେରାର ହୋଇ ଯାଇଥିଲା । ଖମାର ଅଞ୍ଚଳକୁ ମୋଟର ସାଇକେଲରେ ନେବା ପରେ କାରରେ ନାବାଳିକାଙ୍କୁ ଧରି ରାଉରକେଲା ଚାଲି ଯାଇଥିଲା । ନାବାଳିକାକୁ ନେଇ ରାଉରକେଲା ବାସନ୍ତୀ କଲୋନୀରେ ରଖି ବଳତ୍କାର କରିଥିଲା । ଏହି ଘଟଣାକୁ ନେଇ ନାବାଳିକାଙ୍କ ବାପା ଖମାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ମେ ମାସ ୧୦ ତାରିଖ ଦିନ ନାବାଳିକାକୁ ବାସନ୍ତୀ କଲୋନୀରୁ ଉଦ୍ଧାର କରିଥିଲା । ସେଠାରୁ ଅଭିଯୁକ୍ତ ହେମନ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ । ପୁରା ଘଟଣାର ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ୧୯ ଜଣଙ୍କ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ବିଚାରପତି ରୁଦ୍ର ପ୍ରସାଦ ମହାପାତ୍ର ଅଭିଯୁକ୍ତ ହେମନ୍ତ ସାହୁକୁ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ସରୋଜ କୁମାର ପଟ୍ଟନାୟକ ମାମଲାକୁ ପରିଚାଳନା କରିଥିଲା ।

ଅନ୍ୟପଟେ ଖାଇବାକୁ ନେଇ ଦେବା ବହାନାରେ ଡାକ୍ତରାଣୀଙ୍କୁ ଘରେ ପଶି ଦୁଷ୍କର୍ମ କରିବା ମାମଲାର ଆଜି ମଧ୍ୟ ରାୟ ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ଫାଷ୍ଟଟ୍ରାକ କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ ଛେଣ୍ଡିପଦାର ସୁକାନ୍ତ ବେହେରାକୁ ୧୦ ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୩୫ ହଜାର ଟଙ୍କା ଜରିମାନା କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.