ETV Bharat / state

ନାଁ ନନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, କହିଲେ ଅଞ୍ଚଳର କଣ ବିକାଶ କରିଛ

author img

By ETV Bharat Odisha Team

Published : Dec 28, 2023, 4:45 PM IST

5T Chairman V.K Pandian targets Union Minister : ଅନୁଗୋଳ ଜିଲ୍ଲା ଗସ୍ତରେ ଥିବା ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ । ନାଁ ନ ନେଇ ଅନୁଗୋଳ ଓ ଢେଙ୍କାନାଳ ଅଞ୍ଚଳ ପାଇଁ କଣ କରିଛନ୍ତି ବୋଲି ଆତ୍ମସମୀକ୍ଷା କରିବାକୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

ଅନୁଗୋଳରେ ନାଁ ନ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ୫ଟି ଅଧ୍ୟକ୍ଷ
ଅନୁଗୋଳରେ ନାଁ ନ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ୫ଟି ଅଧ୍ୟକ୍ଷ

ଅନୁଗୋଳରେ ନାଁ ନ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ୫ଟି ଅଧ୍ୟକ୍ଷ

ଅନୁଗୋଳ : ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଏହି କ୍ରମରେ ସେ ଆଜି ଅନୁଗୋଳ ଜିଲ୍ଲା ଗସ୍ତ କରିଛନ୍ତି । ଅନୁଗୋଳ ବଅଁରପାଳ ଠାରେ ଆୟୋଜିତ ଧନ୍ୟବାଦ ଓଡ଼ିଶା ସଭାରେ ଯୋଗ ଦେଇ ନାଁ ନନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ କରିଛନ୍ତି ସିଧାସଳଖ ଟାର୍ଗେଟ । ଗୋଟେ ଦଶନ୍ଧି ଧରି କେନ୍ଦ୍ର ରେ ପାୱାର ଫୁଲ ମନ୍ତ୍ରୀ ଥିବା ବେଳେ ନିଜ ଜିଲ୍ଲା ତଥା ଅଞ୍ଚଳ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ୫ଟି ଅଧ୍ୟକ୍ଷ । ବର୍ତ୍ତମାନ ତାଙ୍କ ପାଖରେ ଶିକ୍ଷା ଏବଂ ଦକ୍ଷତା ବିକାଶ ଭଳି ହାଇ ପ୍ରୋଫାଇଲ ବିଭାଗ ରହିଛି । ହେଲେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ କେତେଟା କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଜବାହାର ନବୋଦୟ ବିଦ୍ୟାଳୟ କରିଛନ୍ତି ।

ତାଙ୍କ ହାତରେ ଦକ୍ଷତା ବିକାଶ ବିଭାଗ ଥାଇ ମଧ୍ୟ ଅନୁଗୁଳ ଓ ଢେଙ୍କାନାଳ ଜିଲାରେ ଗୋଟିଏ ହେଲେ ଦକ୍ଷତା ବିକାଶ କେନ୍ଦ୍ର କରାଯାଇ ନାହିଁ । ତେଣୁ ଏ ଅଞ୍ଚଳର କେନ୍ଦ୍ରମନ୍ତ୍ରୀ ଏ ଅଞ୍ଚଳର ବିକାଶ ପାଇଁ କଣ କରିଛନ୍ତି ? ସେ ଏ ବର୍ଷ ୪୦ଥର ଏ ଅଞ୍ଚଳକୁ ଆସିଛନ୍ତି । ଯଦି ପ୍ରତି ଥର ଗୋଟିଏ ଅଂଚଳର ବିକାଶ କଥା ଚିନ୍ତା କରି ଥାଆନ୍ତେ ତେବେ ବହୁତ କିଛି ହୋଇ ପାରନ୍ତା । ମୁଁ ନିଜେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ମାତ୍ର ଦୁଇଥର ଏ ଅଞ୍ଚଳକୁ ଆସିଛି । ଲୋକଙ୍କ ୧୮୩ଟି ଅଭିଯୋଗ ମଧ୍ୟରୁ ଏ ପର୍ଯ୍ୟନ୍ତ ୧୬୦ରୁ ଅଧିକ ସମାଧାନ କରି ପାରିଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ କେନ୍ଦ୍ରରେ ମନ୍ତ୍ରୀ ଥିଲେ ସେ ସମୟରେ ସେ ପାରାଦ୍ବୀପ ଠାରେ ଆଇଓସିଏଲ କାରଖାନା ସ୍ବପ୍ନ ଦେଖିଥିଲେ ଓ ତାଙ୍କରି ପ୍ରଚେଷ୍ଟାରେ ସେଠାରେ ଏବେ କାରଖାନା ହୋଇ ପାରିଛି । ଢେଙ୍କାନାଳରେ କାମାକ୍ଷା ପ୍ରସାଦ ସିଂଦେଓ କେନ୍ଦ୍ର ମନ୍ତ୍ରୀ ଥିବା ବେଳେ ଆଇଆଇଏମସି ପ୍ରତିଷ୍ଠା କରାଇ ଥିଲେ । ଏମିତି ଅନେକ ଉଦାହରଣ ରହିଛି । କିନ୍ତୁ ଏ ଅଞ୍ଚଳର କେନ୍ଦ୍ରମନ୍ତ୍ରୀ ଲୋକଙ୍କ ପାଇଁ କଣ କରିଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିବା ସହ କେନ୍ଦ୍ର ମନ୍ତ୍ରୀ ନିଜେ ଆତ୍ମ ସମୀକ୍ଷା କରନ୍ତୁ ଏବଂ ଲୋକଙ୍କ ଆଶାକୁ ପୂରଣ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ଧାମନଗରରୁ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

କଟକ ଠାରୁ ଅନୁଗୋଳ ଦେଇ ସମ୍ବଲପୁର ପର୍ଯ୍ୟନ୍ତ ୫୫ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ୮ବର୍ଷ ହେଲା ଶେଷ ହୋଇ ପାରୁ ନାହିଁ । ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି ଏବଂ ବର୍ଷରେ ୧୦୦ରୁ ଅଧିକ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଦେଶରେ ବହୁ ସ୍ଥାନରେ ଜାତୀୟ ରାଜପଥ କାମ ଶେଷ ହୋଇଥିବା ବେଳେ ଏହି ରାଜପଥ କାହିଁକି ହୋଇ ପାରୁ ନାହିଁ ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ । ଏହାଛଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଗୋଷ୍ଠୀଙ୍କ ଉନ୍ନତି ପାଇଁ ହେଉ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେଉ, ଲକ୍ଷ୍ମୀ ଯୋଜନା ହେଉ ଅବା ପ୍ରତି ପଂଚାୟତରେ ବ୍ୟାଙ୍କ ସେବା ସବୁ ବେଳେ ଲୋକଙ୍କ ସେବାରେ ଅଛନ୍ତି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମ ପରେ ପାଲଲହଡା ବ୍ଲକର ଖମାର ଠାରେ ଏକ ଧନ୍ୟବାଦ କାର୍ଯ୍ୟକ୍ରମରେ ଯୋଗ ଦେଇ ସେଠାରେ ମଧ୍ୟ ତାଙ୍କର ଏ କଥା ଦୋହରାଇ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.