ETV Bharat / state

ବୁର୍ଲାରେ ଅକ୍ସିଜେନ ଅଭାବ, ଅନୁଗୋଳରୁ ଗଲା 100 ସିଲିଣ୍ଡର

author img

By

Published : Apr 22, 2021, 3:31 PM IST

ସମ୍ବଲପୁରର ବୁର୍ଲା ହସ୍ପିଟାଲରେ ଅକ୍ସିଜେନ ଅଭାବ ଥିବାରୁ ଅନୁଗୋଳରୁ 100ଟି ଅକ୍ସିଜେନ ସିଲିଣ୍ଡର ପଠାଯାଇଛି । ଅଧିକ ପଢନ୍ତୁ...

ଅନୁଗୋଳରୁ ବୁର୍ଲାକୁ ଗଲା 100ଟି ସିଲିଣ୍ଡର
ଅନୁଗୋଳରୁ ବୁର୍ଲାକୁ ଗଲା 100ଟି ସିଲିଣ୍ଡର

ଅନୁଗୋଳ: ଦେଶରେ ଏବେ ଅକ୍ସିଜେନ ଅଭାବ ଦେଖା ଦେଇଛି । ଗୋଟିଏ ପଟେ କୋରୋନା ସଂକ୍ରମଣ ବୃଦ୍ଧି ସହିତ ଚିକିତ୍ସା ପାଇଁ ଅକ୍ସିଜେନ ଅଭାବ ଚିନ୍ତାର କାରଣ ପାଲଟିଛି । ସମ୍ବଲପୁରର ବୁର୍ଲା ହସ୍ପିଟାଲରେ ଅକ୍ସିଜେନ ଅଭାବ ଥିବାରୁ ଅନୁଗୋଳରୁ 100ଟି ଅକ୍ସିଜେନ ସିଲିଣ୍ଡର ପଠାଯାଇଛି ।

ବୁର୍ଲାରେ ଅକ୍ସିଜେନ ଅଭାବ

ବୁର୍ଲା ଡାକ୍ତରଖାନାରେ ଅକ୍ସିଜେନ ଅଭାବ ହେବାରୁ ଅନୁଗୋଳରୁ 50କେଜି ବିଶିଷ୍ଟ 100ଟି ଅକ୍ସିଜେନ ସିଲିଣ୍ଡର ଅନୁଗୋଳରୁ ବୁର୍ଲାକୁ ପଠାଯାଇଛି । ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯିବା ପରେ ବୁର୍ଲାକୁ ଅକ୍ସିଜେନ ପଠାଯାଇଥିବା କହିଛନ୍ତି ସିଡିଏମଓ । ଅନୁଗୋଳ ଜିଲ୍ଲାରେ ୧୪୭ଟି ଅକ୍ସିଜେନ ସିଲିଣ୍ଡର ମହଜୁଦ ଥିଲା। ସେଥିରୁ ୧୦୦ଟି ବୁର୍ଲାକୁ ପଠାଇ ଦିଆଯାଇଛି ।

ପ୍ରକାଶ ଥାଉ କି, ଗତକାଲି ଗୁଜୁରାଟରେ ଅକ୍ସିଜେନ ଅଭାବରୁ ଦୁଇଟି ହସ୍ପିଟାଲରେ 10ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ସେପଟେ ନାସିକରେ ଅକ୍ସିଜେନ ଟାଙ୍କି ଲିକ ହୋଇ ଅକ୍ସିଜେନ ନେଇ ନ ପାରି 22ଜଣ କୋରୋନା ରୋଗୀ ଆଖି ବୁଜିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.