ETV Bharat / sports

ଟୋକିଓରୁ ଆସୁଛନ୍ତି ଆଥଲେଟ୍‌, IGI airportରେ ସୁରକ୍ଷା ବଢାଇଲା ଦିଲ୍ଲୀ ପୋଲିସ

author img

By

Published : Aug 9, 2021, 3:16 PM IST

Updated : Aug 9, 2021, 3:52 PM IST

ଅପରାହ୍ନ 3.00ଟାରୁ 4.00ଟା ମଧ୍ୟରେ କୌଣସି ସମୟରେ ଭାରତୀୟ ଆଥଲେଟ୍‌ଙ୍କୁ ନେଇ ଆସୁଥିବା ବିମାନ ଅବତରଣ କରିବାର ସୂଚନା ରହିଛି । ଟର୍ମିନାଲ-2 ଓ ଟର୍ମିନାଲ-3ରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଏକ ଟିମ ଏୟାରପୋର୍ଟ ପୋଲିସ ଷ୍ଟେସନରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଅଧିକ ପଢନ୍ତୁ...

Indian athletes to return from Tokyo today, security beefed up at IGI airport
ଟୋକିଓରୁ ଆସୁଛନ୍ତି ଆଥଲେଟ୍‌, IGI airportରେ ସୁରକ୍ଷା ବଢାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଅଲମ୍ପିକ୍‌ରେ ଦେଶର ପ୍ରତିନିଧିତ୍ବ କରିଥିବା ଭାରତୀୟ ଆଥଲେଟ୍‌ ଆଜି ସ୍ବଦେଶ ଫେରୁଛନ୍ତି । ଫଳରେ ଖେଳାଳିମାନେ ପହଞ୍ଚିବା ପୂର୍ବରୁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର(IGI)ରେ ସୁରକ୍ଷା କଡାକଡି କରିଛି ଦିଲ୍ଲୀ ପୋଲିସ ।

ଅପରାହ୍ନ 3.00ଟାରୁ 4.00ଟା ମଧ୍ୟରେ କୌଣସି ସମୟରେ ଭାରତୀୟ ଆଥଲେଟ୍‌ଙ୍କୁ ନେଇ ଆସୁଥିବା ବିମାନ ଅବତରଣ କରିବାର ସୂଚନା ରହିଛି । ଟର୍ମିନାଲ-2 ଓ ଟର୍ମିନାଲ-3ରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଏକ ଟିମ ଏୟାରପୋର୍ଟ ପୋଲିସ ଷ୍ଟେସନରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

ଟୋକିଓରେ ଦମଦାର ପ୍ରଦର୍ଶନ କରି ଲୋକଙ୍କ ହୃଦୟ ଜିତିଥିବା ଉଭୟ ପୁରୁଷ ଓ ମହିଳା ହକି ଟିମ ଓ ବିଶେଷ କରି ଜାଭେଲିନ ଥ୍ରୋରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରା ସ୍ବଦେଶ ଫେରୁଛନ୍ତି । ସେଥିପାଇଁ ଦିଲ୍ଲୀ ବିମାନବନ୍ଦରର ପ୍ରସ୍ଥାନ ଦ୍ବାର ଟର୍ମିନାଲ-3 ଭାରି ସୁରକ୍ଷାବଳ ମୁତୟନ ହୋଇଛନ୍ତି ।

ଦିଲ୍ଲୀ ପୋଲିସ ସହିତ, ସେଣ୍ଟ୍ରାଲ ଇଣ୍ଟଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(CISF) ଓ ଡଗ୍‌ ସ୍କ୍ବାଡ ମଧ୍ୟ ଜଗି ରହିଛନ୍ତି । ଆଥଲେଟ୍‌ଙ୍କୁ ସୁରକ୍ଷିତ ଭାବେ ସୁରକ୍ଷା ଯୋଗାଇଦେବାକୁ ଚାରିପଟୁ ଏହି ଅଞ୍ଚଳକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ଭିଡ ଆଶଙ୍କା ଥିବାରୁ ସାଧାରଣ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇନାହିଁ ।

ଖେଳାଳିଙ୍କ ପ୍ରଦର୍ଶନରେ ଲୋକେ ଉତ୍ସାହିତ ଅଛନ୍ତି, ଫଳରେ ବିମାନବନ୍ଦର ପରିସରରେ ଭିଡ ଜମାଇବାର ସମ୍ଭାବନା ରହିଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ କଡା ସୁରକ୍ଷାବଳ ମୁତୟନ କରାଯାଇଛି ଓ ସାଧାରଣ ଲୋକଙ୍କୁ ଲୋକଙ୍କୁ ଅନୁମତି ପ୍ରଦାନ କରାଯାଇନଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ଏଥିସହ ଭାରତୀୟ ଆଥଲେଟ୍‌ଙ୍କ ସୁରକ୍ଷା ନିଶ୍ଚିନ୍ତ କରିବାକୁ, ଦିଲ୍ଲୀ ପୋଲିସ କୋଭିଡ ନିୟମ ପାଳନ ପାଇଁ ମଧ୍ୟ ଯଥାସାଧ୍ୟ ପ୍ରୟାସ କରୁଛି ।

ଖେଳାଳିମାନେ ପ୍ରସ୍ଥାନ ଗେଟ୍‌ରେ ପହଞ୍ଚିବା ପରେ କାହାରିକୁ ପାଖକୁ ଯିବାକୁ ବାରଣ କରାଯାଇଛି । ପ୍ରସ୍ଥାନ ଗେଟ୍‌ ପାଖକୁ ଲାଗି ଏକ ବସ୍‌ ଖେଳାଳିଙ୍କୁ ନେବାକୁ ଅପେକ୍ଷାରେ କରି ରହିଥିବା ପାଟ୍ରୋଲିଂ ଟିମର ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ସନ୍ଧ୍ୟାରେ ପଦକ ବିଜେତା ଖେଳାଳିଙ୍କ ପାଇଁ ହୋଟେଲ ଅଶୋକାରେ ଏକ ସମ୍ବର୍ଦ୍ଧନା ସଭାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଖେଳାଳିଙ୍କ ସହ କଥା ହେବେ ।

ଟୋକିଓ ଅଲମ୍ପିକ୍‌ରେ ଭାରତ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ 4ଟି କାଂସ୍ୟ ପଦକକୁ ମିଶାଇ ମୋଟ 7ଟି ପଦକ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 9, 2021, 3:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.