ETV Bharat / sports

ୱିମ୍ବଲଡନ: ଦ୍ବିତୀୟ ରାଉଣ୍ଡରେ ସାନିଆ-ବେଥାନି ଯୋଡି ପରାସ୍ତ

author img

By

Published : Jul 3, 2021, 10:16 PM IST

Wimbledon: Sania Mirza, Bethanie Mattek-Sands bow out of tournament in second round
ୱିମ୍ବଲଡନ: ଦ୍ବିତୀୟ ରାଉଣ୍ଡରେ ସାନିଆ-ବେଥାନି ଯୋଡି ପରାସ୍ତ

ୱିମ୍ବଲଡନ ଚମ୍ପିଆନସିପ୍‌ରୁ ବାଦ ପଡିଲେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା ଓ ଡବଲ୍ସ ପାର୍ଟନର ବେଥାନି ମାଟେକ-ସାଣ୍ଡସ । ଅଧିକ ପଢନ୍ତୁ...

ଲଣ୍ଡନ: ଚଳିତ ୱିମ୍ବଲଡନ ଚମ୍ପିଆନସିପ୍‌ରୁ ବାଦ ପଡିଲେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା ଓ ଡବଲ୍ସ ପାର୍ଟନର ବେଥାନି ମାଟେକ-ସାଣ୍ଡସ । ମହିଳା ଡବଲ୍ସ ବର୍ଗର ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ ଋଷିଆନ ଯୋଡି ଭେରୋନିକା କୁଦେରମେଟୋଭା ଓ ଏଲିନା ଭେସନିନାଙ୍କ ଠାରୁ 4-6,3-6 ସେଟ୍‌ରେ ପରାସ୍ତ ହୋଇଛନ୍ତି ସାନିଆ ଓ ବେଥାନି ।

ପ୍ରଥମ ସେଟ୍‌ରେ କଡା ଟକ୍କର ଦେଇଥିଲେ ସାନିଆ ଓ ବେଥାନି, ମାତ୍ର ଋଷିଆନ ଯୋଡି ଦମଦାର ପ୍ରଦର୍ଶନ ସହ ମ୍ୟାଚ ଛଡାଇନେଇଥିଲେ । ପରେ ଦ୍ବିତୀୟ ସେଟ୍‌ରେ ମଧ୍ୟ ଆକ୍ରମଣାତ୍ମକ ରଣନୀତି ସହ ସହଜ ବିଜୟ ହାସଲ ହାସଲ କରିଥିଲେ ।

ଗୁରୁବାର ସାନିଆ ଓ ବେଥାନି ଡବଲ୍ସ ଯୋଡି ଡିଜାରେ କ୍ରାୱାଡକେ ଓ ଆଲେକ୍ସା ଗୁରାଚିଙ୍କୁ ପ୍ରଥମ ରାଉଣ୍ଡରେ ହରାଇ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.