ETV Bharat / sports

Tokyo Olympics, Day 4: ଟେନିସ- ଦ୍ବିତୀୟ ରାଉଣ୍ଡରେ ସୁମିଲ ନାଗଲ ପରାସ୍ତ

author img

By

Published : Jul 26, 2021, 12:41 PM IST

ମେଡେଭେଡେଭଙ୍କ ଠାରୁ 6-2, 6-1ରେ ହାରିଲେ ସୁମିଲ ନାଗଲ । ଅଧିକ ପଢନ୍ତୁ...

Tokyo Olympics, Day 4: World no.2 Medvedev beats Sumit Nagal in second round
Tokyo Olympics, Day 4: ଟେନିସ- ଦ୍ବିତୀୟ ରାଉଣ୍ଡରେ ସୁମିଲ ନାଗଲ ପରାସ୍ତ

ଟୋକିଓ: ଭାରତୀୟ ଯୁବ ଟେନିସ ଷ୍ଟାର ସୁମିତ ନାଗଲ ଚଳିତ ଟୋକିଓ ଅଲମ୍ପିକର ଦ୍ବିତୀୟ ରାଉଣ୍ଡରେ ପରାସ୍ତ । ଫଳରେ ଟେନିସ ଇଭେଣ୍ଟରେ ଭାରତର ଏକମାତ୍ର ଆଶା ଶେଷ ହୋଇଛି । ଆରିଏକେ ଟେନିସ କୋର୍ଟରେ ସୋମବାର ଖେଳାଯାଇଥିବା ମୁକାବିଲାରେ ଡାନିଲ ମେଡେଭେଡେଭଙ୍କ ଠାରୁ ସୁମିତଙ୍କ ଠାରୁ ପରାଜୟ ମିଳିଛି ।

ମେଡେଭେଡେଭ ଦ୍ବିତୀୟ ରାଉଣ୍ଡରେ 6-2, 6-1 ସେଟ୍‌ରେ ନାଗଲଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଏହି ମ୍ୟାଚ୍‌ ଏକଘଣ୍ଟା 6 ମିନିଟ ଧରି ଖେଳାଯାଇଥିଲା । ପ୍ରଥମ ସେଟ୍‌ରେ ମେଡେଭେଡେଭ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଓ ନାଗଲଙ୍କୁ କୌଣସି ସୁଯୋଗ ଦେଇନଥିଲେ ।

ପରେ ଦ୍ବିତୀୟ ସେଟ୍‌ରେ ମଧ୍ୟ ଆକ୍ରମଣାତ୍ମକ ରଣନୀତି ଆପଣାଇ ସହଜ ବିଜୟ ହାସଲ କରିଥିଲେ ମେଡେଭେଡେଭ । ଡେନିସ ଇଷ୍ଟୋମିନଙ୍କୁ ପୁରୁଷ ଏକକ ଇଭେଣ୍ଟରେ ହରାଇ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ନାଗଲ ।

ରବିବାର ମହିଳା ଯୁଗଳ ଯୋଡି ସାନିଆ ମିର୍ଜା ଓ ଅଙ୍କିତା ରାଇନା ପ୍ରଥମ ରାଉଣ୍ଡରେ ପରାଜୟ ସହ ପ୍ରତିଯୋଗିତାରୁ ବାଦ୍‌ ପଡିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.