ETV Bharat / sports

US Open: ଫାଇନାଲରେ ରାଫେଲ ନାଡାଲ

author img

By

Published : Sep 8, 2019, 4:23 AM IST

US Open ଫାଇନାଲରେ ପହଞ୍ଚିଲେ ରାଫେଲ ନାଡାଲ । ରବିବାର US Openର ହାଇଭୋଲଟେଜ ଫାଇନାଲ ଲଢେଇ ରାଫେଲ ନାଡାଲ ଓ ଡାନିଏଲ ମେଡେଭେଡେଭଙ୍କ ମଧ୍ୟରେ ହେବ ।

ଫଟୋ ସୌଜନ୍ୟ: twitter@usopen

ହାଇଦ୍ରାବାଦ: US Open ଫାଇନାଲରେ ପହଞ୍ଚିଲେ ରାଫେଲ ନାଡାଲ । ସେମିଫାଇନାଲ ମୁକାବିଲାରେ ମାଟେଓ ବେରେଟିନଙ୍କୁ 7-6, 6-4, 6-1 ସେଟରେ ହରାଇଛନ୍ତି ନାଡାଲ । 18ଥର ଗ୍ରାଣ୍ଡସ୍ଳାମ ସିଙ୍ଗଲ୍ସ ଚମ୍ପିଆନ ନାଡାଲ ନିଜର 4ର୍ଥ US Open ଟାଇଟେଲ ପାଇଁ ଲଢେଇ କରିବେ । ନାଡାଲଙ୍କର ଏହା 27 ତମ ଗ୍ରାଣ୍ଡସ୍ଳାମ ଫାଇନାଲ । 33ବର୍ଷିୟ ନାଡାଲ US Open ଫାଇନାଲକୁ ଫେରିଥିବାରୁ ବହୁତ ଖୁସି ବୋଲି କହିଛନ୍ତି ।

US Open
ଫଟୋ ସୌଜନ୍ୟ: twitter@usopen

ଏଥିସହିତ ରବିବାର ଫାଇନାଲ ମୁକାବିଲାରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଡାନିଏଲ ମେଡେଭେଡେଭ ପ୍ରଥମ ରୁଷିଆ ଖେଳାଳି ଭାବେ US Open ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁ 2005ରେ ମାରଟ ସାଫିନ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ହାତେଇଥିଲେ । ତେବେ ରବିବାର US Open ର ଏହି ହାଇଭୋଲଟେଜ ଫାଇନାଲ ଲଢେଇରେ ରାଫେଲ ନାଡାଲ ଓ ଡାନିଏଲ ମେଡେଭେଡେଭଙ୍କ ମଧ୍ୟରେ ହେବ ।

Intro:No needBody:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.