ETV Bharat / sports

ଫ୍ରେଞ୍ଚ ଓପନ: ପଲଙ୍କୁ ପରାସ୍ତ, ତୃତୀୟ ରାଉଣ୍ଡରେ ମେଡେଭେଡେବ

author img

By

Published : Jun 3, 2021, 7:06 PM IST

ଚଳିତ ଫ୍ରେଞ୍ଚ ଓପନର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଡାନିଲ ମେଡେଭେଡେବ । ଅଧିକ ପଢନ୍ତୁ...

French Open: Medvedev beats Paul to enter third round
ଫ୍ରେଞ୍ଚ ଓପନ: ପଲଙ୍କୁ ପରାସ୍ତ, ତୃତୀୟ ରାଉଣ୍ଡରେ ମେଡେଭେଡେବ

ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଡାନିଲ ମେଡେଭେଡେବ । ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ ଆମେରିକାର ଟମି ପଲଙ୍କୁ 3-6, 6-1, 6-4, 6-3 ସେଟ୍‌ରେ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ଋଷିଆର ଷ୍ଟାର ଖେଳାଳି ମେଡେଭେଡେବ ପ୍ରଥମ ସେଟ୍‌ରେ ପରାସ୍ତ ପରେ ଜୋରଦାର କମବ୍ୟାକ କରିବା ସହ ପରବର୍ତ୍ତୀ ସେଟ୍‌ଗୁଡିକୁ ଏକତରଫା ଜିତିବା ସହ ବିଜୟୀ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

25 ବର୍ଷୀୟ ଟେନିସ ଷ୍ଟାର ବିଶ୍ବ ନମ୍ବର ସ୍ଥାନ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦୁଇଟି ମ୍ୟାଚରେ ମାତ୍ର ଦୁଇଟି ସେଟ୍‌ରେ ପରାଜିତ ହୋଇଛନ୍ତି । ତୃତୀୟ ରାଉଣ୍ଡରେ ଆମେରିକାର ରେଲି ଓପେକାଙ୍କୁ ଭେଟିବେ ମେଡେଭେଡେବ ।

ପୂର୍ବରୁ ଷ୍ଟିଫନସ ତସିସ୍ତିପସ ଓ ଆଲେକଜାଣ୍ଡର ଜର୍ଭ ବିଜୟ ସହ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.