ETV Bharat / sports

ୟୁଏସ ଓପନ: ପୁରୁଷ ଏକକ ଫାଇନାଲରେ ଡୋମିନିକ ଥିମ

author img

By

Published : Sep 12, 2020, 12:46 PM IST

ପ୍ରଥମ ଥର ପାଇଁ ୟୁଏସ ଓପନ ଫାଇନାଲରେ ପ୍ରବେଶ କଲେ ଡୋମିନିକ ଥିମ । ସେମି ଫାଇନାଲରେ ଡାନିଲ ମେଡଭେଡେଭଙ୍କୁ କଲେ ପରାସ୍ତ । ଅଧିକ ପଢ଼ନ୍ତୁ...

Dominic Thiem,  US Open final,  Daniil Medvedev,  Alexander Zverev,  Dominic Thiem defeats Daniil Medvedev,  ପୁରୁଷ ଏକକ ଫାଇନାଲରେ ଡୋମିନିକ ଥିମ,  ୟୁଏସ ଓପନ ଫାଇନାଲ,  ଡାନିଲ ମେଡଭେଡେଭ ପରାଜିତ
ୟୁଏସ ଓପନ: ପୁରୁଷ ଏକକ ଫାଇନାଲରେ ଡୋମିନିକ ଥିମ

ନ୍ୟୁୟର୍କ: ଜାରି ରହିଥିବା ୟୁଏସ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି । ଡାନିଲ ମେଡଭେଡେଭଙ୍କୁ ସେମିରେ ପରାସ୍ତ କରି ଏହି ଯୋଗ୍ୟତା ହାସଲ କରିଛନ୍ତି ଥିମ । ସେକେଣ୍ଡ ସିଡେଡ ଡୋମିନିକ ରବିବାର ନମ୍ବର 5 ସିଡ ଆଲେକଜାଣ୍ଡାର ଭେରେଭଙ୍କ ସହ ଗ୍ରାଣ୍ଡ ସ୍ଲାମ ଟାଇଟଲ ପାଇଁ ମୁକାବିଲା କରିବେ ।

ନିଜର ପାରମ୍ପରିକ ଷ୍ଟାଇଲରେ ଖେଳି ସେମି ଫାଇନାଲରେ ମେଡଭେଡେଭଙ୍କୁ 6-2, 7-6(7), 7-6(5) ସେଟରେ ପରାସ୍ତ କରିଥିଲେ ଥିମ ।

ୟୁଏସ ଓପନ: ପୁରୁଷ ଏକକ ଫାଇନାଲରେ ଡୋମିନିକ ଥିମ

ମ୍ୟାଚ ପରେ ଡୋମିନିକ କହିଛନ୍ତି ଯେ, ‘‘ପ୍ରଥମ ସେଟ ପରେ ଏହା ସହଜରେ ଟୁ ସେଟ୍ସ ୱାନ ଡାଉନ ହୋଇପାରିଥାନ୍ତା । ସେଟ ଗୁଡ଼ିକର ଶେଷ ଆଡ଼କୁ ମୁଁ ମୋର ଶ୍ରେଷ୍ଠ ଟେନିସ ପ୍ରଦର୍ଶନ କରିଛି ଆଉ ଉଭୟ ଟାଇବ୍ରେକର ଖୁବ ଭଲ ଥିଲା । କିନ୍ତୁ ମାନସିକ ସ୍ତରରେ ଟାଇବ୍ରେକର ଏକ କଷ୍ଟସାଧ୍ୟ କାର୍ଯ୍ୟ । ସତ କହିବାକୁ ଗଲେ ମତେ ତାହା ବିଲକୁଲ ଭଲ ଲାଗେ ନାହିଁ ।’’

Dominic Thiem,  US Open final,  Daniil Medvedev,  Alexander Zverev,  Dominic Thiem defeats Daniil Medvedev,  ପୁରୁଷ ଏକକ ଫାଇନାଲରେ ଡୋମିନିକ ଥିମ,  ୟୁଏସ ଓପନ ଫାଇନାଲ,  ଡାନିଲ ମେଡଭେଡେଭ ପରାଜିତ
ୟୁଏସ ଓପନ: ପୁରୁଷ ଏକକ ଫାଇନାଲରେ ଡୋମିନିକ ଥିମ

ପୂର୍ବରୁ ଥିମଙ୍କ ପାଖରେ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିବା ପାଇଁ ତିନୋଟି ସୁଯୋଗ ଥିଲା । କିନ୍ତୁ କ୍ରମାଗତ ଭାବେ 2018 ଓ 2019ରେ ଦୁଇଥର ରାଫେଲ ନାଡାଲଙ୍କ ଠାରୁ ଫ୍ରେଞ୍ଚ ଓପନ ହାରିବା ପରେ ଚଳିତ ବର୍ଷ ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିକଙ୍କ ଠାରୁ ଅଷ୍ଟ୍ରେଲିଆ ଓପନ ମଧ୍ୟ ହାରି ଯାଇ ଡୋମିନିକ ଟାଇଟଲ ହାତେଇବାରୁ ବଞ୍ଚିତ ହୋଇଥିଲେ ।

Dominic Thiem,  US Open final,  Daniil Medvedev,  Alexander Zverev,  Dominic Thiem defeats Daniil Medvedev,  ପୁରୁଷ ଏକକ ଫାଇନାଲରେ ଡୋମିନିକ ଥିମ,  ୟୁଏସ ଓପନ ଫାଇନାଲ,  ଡାନିଲ ମେଡଭେଡେଭ ପରାଜିତ
ସେମି ଫାଇନାଲରେ ଡାନିଲ ମେଡଭେଡେଭଙ୍କୁ କଲେ ପରାସ୍ତ

ସୂଚନାଯୋଗ୍ୟ ଯେ ଡୋମିନିକଙ୍କ ବାମ ଗୋଡର ଗଣ୍ଠିରେ ଆଘାତ ଲାଗିବା ପରେ ସେ ସୁସ୍ଥ ହୋଇଥିଲେ ଓ ବର୍ତ୍ତମାନ ନିଜର ପ୍ରଥମ ୟୁଏସ ଓପନ ଫାଇନାଲ ଖେଳିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.