ETV Bharat / sports

ପରୀକ୍ଷା କାରଣ ଦର୍ଶାଇ ଜାତୀୟ କ୍ୟାମ୍ପ ଛାଡିଲେ ରେସଲର ଦହିୟା

author img

By

Published : Sep 5, 2020, 2:47 PM IST

ବିଏ ଶେଷ ବର୍ଷ ପରୀକ୍ଷା କାରଣ ଦର୍ଶାଇ ଏସଏଆଇ କେନ୍ଦ୍ରରୁ ଜାତୀୟ କ୍ୟାମ୍ପ ଛାଡ଼ିଲେ କୁସ୍ତିଯୋଦ୍ଧା ରବି ଦହିୟା । ପରୀକ୍ଷା ପରେ ଫେରିବି କହିଲେ ଦହିୟା ।

ପରୀକ୍ଷା କାରଣ ଦର୍ଶାଇ ଜାତୀୟ କ୍ୟାମ୍ପ ଛାଡିଲେ ରେସଲର ଦହିୟା
ପରୀକ୍ଷା କାରଣ ଦର୍ଶାଇ ଜାତୀୟ କ୍ୟାମ୍ପ ଛାଡିଲେ ରେସଲର ଦହିୟା

ନୂଆଦିଲ୍ଲୀ: ଅଲିମ୍ପିକର ନିଜ ନାଁ ପକ୍କା କରିଥିବା ରେସଲର ରବି ଦହିୟା ଚଳିତ ମାସରୁ ହରିୟାଣାର ସୋନପାଟ ସ୍ଥିତ ସ୍ପୋର୍ଟସ୍ ଅଥୋରିଟି ଅଫ୍ ଇଣ୍ଡିଆ (SAI) କେନ୍ଦ୍ରରେ ଆରମ୍ଭ ହେବାକୁ ଥିବା ପୁରୁଷ ଜାତୀୟ ଶିବିରକୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

57 କିଲୋଗ୍ରାମ ବର୍ଗରେ ଏକ ଅଲିମ୍ପିକରେ ସ୍ଥାନ ପକ୍କା କରିଥିବା ଦହିଆ କହିଛନ୍ତି ଯେ ସେ କ୍ୟାମ୍ପରୁ ଛୁଟି ନେଇ ସୋନପାଟରେ ଘରେ ରହି ପଢ଼ୁଛନ୍ତି।

‘‘ମୋର ପରୀକ୍ଷା ଆସୁଛି ଏବଂ ମୁଁ ଏଥିପାଇଁ ଛୁଟି ନେଇଛି। ମୁଁ ମୋର ବିଏ ଶେଷ ବର୍ଷ ପରୀକ୍ଷା ସମାପ୍ତ କରିବା ପରେ ଏସଏଆଇ କେନ୍ଦ୍ରର ଜାତୀୟ କ୍ୟାମ୍ପ ପାଇଁ ଫେରିବି,’’ ବୋଲି ଦହିଆ କହିଛନ୍ତି। ଏହି ଶିବିର ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କିନ୍ତୁ ମୋତେ ପରୀକ୍ଷା ଦେବାକୁ ପଡିବ, ସେଥିପାଇଁ ମୁଁ ବର୍ତ୍ତମାନ ଯୋଗ ଦେଇ ପାରିବି ନାହିଁ ବୋଲି ସେ କହିଛନ୍ତି।

ଦହିୟା ଆଉ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ। 23 ବର୍ଷୀୟ କୁସ୍ତିଯୋଦ୍ଧା ସୋନପାଟ ଜିଲ୍ଲାର ନହରି ଗାଁରେ ରୁହନ୍ତି ଏବଂ ଜାନୁଆରୀରୁ ଛତ୍ରସାଲ ଷ୍ଟାଡିୟମରେ ଦୀପକ ପୁନିଆ ଏବଂ ସୁଶୀଲ କୁମାରଙ୍କ ସହ ତାଲିମ ନେଉଛନ୍ତି।

ଏହାପୂର୍ବରୁ, କେନ୍ଦ୍ରରେ କୋଭିଡ-19 ପାଇଁ ତିନିଜଣ ରେସଲର ଦୀପକ, ନବୀନ ଏବଂ କ୍ରିଷନ ପଜିଟିଭ୍ ପରୀକ୍ଷା କରିବା ପରେ କିଛି କୁସ୍ତିଯୋଦ୍ଧା ଉଦବେଗ ପ୍ରକାଶ କରିଥିଲେ। ସେପ୍ଟେମ୍ବର 15ରୁ ଆରମ୍ଭ ହେବାକୁ ଥିବା କ୍ୟାମ୍ପକୁ ସ୍ଥଗିତ ରଖିବାକୁ ସେମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆକୁ ଅନୁରୋଧ କରିଛନ୍ତି।

ତେବେ ଷ୍ଟାର ଇଣ୍ଡିଆନ ରେସଲର ବଜରଙ୍ଗ ପୁନିଆ କହିଛନ୍ତି ଯେ ଘରେ କିମ୍ବା ବାହାରେ ତାଲିମ ଅପେକ୍ଷା ଏସଏଆଇ କେନ୍ଦ୍ର ସୁରକ୍ଷିତ ଅଟେ। ‘‘କୋରୋନା ବାହାରୁ ଆସିଛି । ତିନି ଖେଳାଳି ପହଁଞ୍ଚିବା ପରେ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ଲକ୍ଷଣ ଦେଖାଯାଇ ନାହିଁ । ମୁଁ ଭାବୁଛି ଏସଏଆଇ କେନ୍ଦ୍ର ସୁରକ୍ଷିତ ଆଉ ଯଦି ଆମେ ନିୟମ ପାଳନ କରିବା ତେବେ ସମସ୍ତେ ସୁରକ୍ଷିତ ରହିବେ ।’’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.