ETV Bharat / sports

ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ; ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷ ପଦ ରବ୍ଦ

author img

By ETV Bharat Odisha Team

Published : Dec 24, 2023, 12:01 PM IST

Updated : Dec 24, 2023, 12:56 PM IST

Sports Ministry suspends newly elected WFI: କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀ ନିଲମ୍ବିତ । ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ମାନ୍ୟତା ରଦ୍ଦ କଲା କ୍ରୀଡ଼ା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

କୁସ୍ତି ମହାସଂଘର ଅଧ୍ୟକ୍ଷ ପଦରୁ ସଞ୍ଜୟ ସିଂହ ନିଲମ୍ବିତ
Wrestling federation of India suspended

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ । କୁସ୍ତି ମହାସଂଘର ନବନିର୍ବାଚିତ କାର୍ଯ୍ୟକାରିଣୀଙ୍କୁ ନିଲମ୍ବିତ କରିଛି କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ । ମହାସଂଘର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂହଙ୍କ ପଦକୁ ରବ୍ଦ କରାଯାଇଛି । ଅଧ୍ୟକ୍ଷଙ୍କ ସମେତ ପୁରା ନିର୍ବାଚିତ ଟିମକୁ ନିଲମ୍ବନ କରାଯାଇଛି । ସଞ୍ଜୟଙ୍କ ସମସ୍ତ ନିଷ୍ପତ୍ତି ଉପରେ ରୋକ ଲଗାଇଛି ମନ୍ତ୍ରଣାଳୟ । କିଛି ଦିନ ପୂର୍ବେ ସଞ୍ଜୟ ସିଂହ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାକୁ ବିରୋଧ କରି କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କୁସ୍ତି ଛାଡ଼ିବା ନେଇ ଘୋଷଣା କରିବା ସହ ଅଲମ୍ପିକ ବିଜେତା ବଜରଙ୍ଗ ପୁନିଆ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇଥିଲେ । ସଞ୍ଜୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ସେ ଅଧ୍ୟକ୍ଷ ନିର୍ବାଚିତ ହେବାକୁ ନେଇ ତୀବ୍ର ବିରୋଧ କରାଯାଇଥିଲା ।

କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଚିଠିରେ କୁହାଯାଇଛି ଯେ, ଡିସେମ୍ବର 21 ତାରିଖ ଦିନ ସଞ୍ଜୟ ସିଂହ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ U-15 ଏବଂ U-20 ଜାତୀୟ ରେସଲିଂ ଚମ୍ପିଆନସିପ ଚଳିତ ମାସ ଶେଷ ସୁଦ୍ଧା ହେବ ବୋଲି ଘୋଷଣା କରାଯାଇଥିଲା । ତରବରିଆ ଭାବେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତିଯୋଗୀମାନଙ୍କୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ । ଏହା WFI ନିୟମ ବିରୋଧୀ ଅଟେ । ଏହି ପ୍ରତିଯୋଗିତା ପାଇଁ 15 ଦିନ ସମୟ ଦିଆଯାଇଥାଏ ।

ଏହା ମଧ୍ୟ ପଢନ୍ତୁ-ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି କରନ୍ତୁ: WFI ଅଧ୍ୟକ୍ଷ

ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, WFIର ଧାରା 3 (ଇ) ଅନୁଯାୟୀ, କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ମନୋନୀତ ହୋଇଥିବା ସ୍ଥାନରେ UWW ନିୟମ ଅନୁଯାୟୀ ସିନିୟର, ଜୁନିଅର ଏବଂ ସବ୍ ଜୁନିଅର ଜାତୀୟ ଚମ୍ପିଆନସିପ ଆୟୋଜନ କରିବା କଥା । ଏହା ପୂର୍ବରୁ ଏଜେଣ୍ଡା ଉପସ୍ଥାପନା କରିବାକୁ ପଡିଥାଏ । ଧାରା 11 ଅନୁଯାୟୀ, କାର୍ଯ୍ୟନିର୍ବାହୀ କମିଟି ବୈଠକ ଲାଗି 15 ଦିନ ପୂର୍ବରୁ ନୋଟିସ ଦିଆଯାଇଥାଏ । ଏଥିରେ ଏକ ତୃତୀୟାଂଶ ପ୍ରତିନିଧି ନିମନ୍ତେ କୋରମ ଆବଶ୍ୟତା ରହିଥାଏ । ସେହିପରି ଜୁରୀ କାଳୀନ ବୈଠକ ପାଇଁ 7 ଦିନ ଆଗରୁ ନୋଟିସ ଓ ଏକ ତୃତୀୟାଂଶ ପ୍ରତିନିଧି ପାଇଁ କୋରମ ଆବଶ୍ୟକ ।

ନିୟମର ବିରୋଧ କରି ନୂତନ କୁସ୍ତି ମହାସଂଘ ଆଗାମୀ ଚାମ୍ପିଆନସିପ ଘୋଷଣା କରିଛି । ଏହା ନିୟମ ବିରୋଧୀ ବୋଲି କ୍ରୀଡା ମନ୍ତ୍ରଣାଳୟ କହିଛି । ଆଜିଠାରୁ କୁସ୍ତି ମହାସଂଘ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ । ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବିତ କରିଛି କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ । ନବ ନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ମାନ୍ୟତା ମଧ୍ୟ ରଦ୍ଦ କରାଯାଇଛି ।

Last Updated : Dec 24, 2023, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.