ETV Bharat / sports

Australian Open: ଫାଇନାଲରେ ସାନିଆ-ବୋପନ୍ନା ମିଶ୍ରିତ ଯୋଡି

author img

By

Published : Jan 25, 2023, 10:56 PM IST

ସାନିଆ ମିର୍ଜା ଏବଂ ରୋହନ ବୋପନ୍ନା
ସାନିଆ ମିର୍ଜା ଏବଂ ରୋହନ ବୋପନ୍ନା

ମିଶ୍ରିତ ଯୋଡି ସାନିଆ ମିର୍ଜା ଏବଂ ରୋହନ ବୋପନ୍ନା ଅଷ୍ଟ୍ରେଲିଆ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ : ଭାରତୀୟ ମିଶ୍ରିତ ଯୋଡି ସାନିଆ ମିର୍ଜା ଏବଂ ରୋହନ ବୋପନ୍ନା ଅଷ୍ଟ୍ରେଲିଆ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ଭାରତୀୟ ଯୋଡି ସେମିଫାଇନାଲରେ ଗ୍ରେଟ ବ୍ରିଟେନର ନିଲ ସ୍କୁପସ୍କି ଏବଂ ୟୁଏସର ଦେସିରା କ୍ରୋଜିକଙ୍କୁ ମାତ୍ ଦେଇଛନ୍ତି । ଭାରତୀୟ ଯୋଡି ୭-୬, ୬-୭, ୧୦-୬ ପଏଣ୍ଟରେ ବିପକ୍ଷ ଦଳକୁ ପରାସ୍ତ କରିଛି ।

ଭରତୀୟ ମିଶ୍ରିତ ଯୋଡି ସାନିଆ ମିର୍ଜା ଏବଂ ରୋହନ ବୋପନ୍ନା ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମେ ସେଟରେ ଭାରତ ୭-୬ ପଏଣ୍ଟରେ ବିଜୟ ଲାଭ କରିଥିଲା । ସେହିପରି ଦ୍ବିତୀୟ ସେଟରେ ମଧ୍ୟ ଉଭୟ ଦଳ ମଧ୍ୟରେ କଡ ଟକ୍କର ହୋଇଥିଲା । ହେଲେ ଭାରତକୁ ଦ୍ବିତୀୟ ସେଟରେ ୬-୭ ପଏଣ୍ଟରେ ପରାସ୍ତ ହେବାକୁ ପଡିଥିଲା । ପୁଣି ତୃତୀୟ ସେଟରେ ଭାରତୀୟ ଯୋଡି ଜବରଦସ୍ତ କମବ୍ୟାକ କରିଥିଲେ । ତୃତୀୟ ସେଟରେ ବିପକ୍ଷ ଦଳକୁ ଭାରତ ୧୦-୬ ପଏଣ୍ଟରେ ପରାସ୍ତ କରିଥିଲା । ଏହି ବିଜୟ ପରେ ଭାରତୀୟ ଯୋଡି ଫାଇନାଲରେ ଅଷ୍ଟ୍ରେଲିଆ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ।

ସାନିଆ ମିର୍ଜା ଅଷ୍ଟ୍ରେଲିଆ ଓପନ ପରେ ଟେନିସ ଜଗତରୁ ବିଦାୟ ନେବା ନେଇ ଘୋଷଣା କରିଥିଲେ । ଯଦି ଭାରତୀୟ ମିଶ୍ରିତ ଯୋଡି ଅଷ୍ଟ୍ରେଲିଆ ଓପନ ଟାଇଟଲ ହାସଲ କରିବାର ସଫଳ ରହେ ତାହେଲେ ସାନିଆ ତାଙ୍କ କ୍ୟାରିୟରର ଦ୍ବିତୀୟ ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡ ସ୍ଲାମ ଟାଇଟାଲ ସଫଳ ରହିବେ । ସାନିଆ ମିର୍ଜା ଏବଂ ମାର୍ଟିନ ହିଙ୍ଗିସ ବର୍ଷ ୨୦୧୬ରେ ଅଷ୍ଟ୍ରେଲିଆ ଓପନରେ ମହିଲା ଡବଲ୍ସ ଟାଇଟଲ ହାସଲ କରିଥିଲେ । ସାନିଆ ମିର୍ଜା ମ୍ୟାଚ ପରେ କହିଥିଲେ "ଏହା ଏକ ଚମତ୍କାର ମ୍ୟାଚ ରହିଥିଲା । ମ୍ୟାଚ ପୂର୍ବରୁ ବହୁତ ନର୍ଭସ ଅନୁଭବ ହେଉଥିଲା । ଏହା ମୋ କ୍ୟାରିୟର ଶେଷ ଗ୍ରାଣ୍ଡ ସ୍ଲାମ ମ୍ୟାଚ । ଏହି ସେମିଫାଇନାଲ ମ୍ୟାଚରେ ରୋହନଙ୍କ ସହିତ ମ୍ୟାଚ ବହୁତ ସୁନ୍ଦର ଅନୁଭୂତି ଆଣିଛି । ସେ ପୂର୍ବରୁ ମିଶ୍ରିତ ଯୋଡିରେ ମୋର ପାର୍ଟନର ରହିଥିଲେ । ସେତେବେଳେ ମୁଁ ୧୪ ବର୍ଷର ଖେଳାଳି ଥିଲି । ଆଜି ମୁଁ ୩୬ ବର୍ଷର ଖେଳାଳି । ରୋହନଙ୍କର ବର୍ତ୍ତମାନ ବୟସ ୪୨ । ଏବେବି ଆମେ ଏକା ସାଙ୍ଗରେ ଖେଳୁଛୁ । ଆମ ମଧ୍ୟରେ ଏକ ଘନିଷ୍ଠ ସମ୍ପର୍କ ରହିଛି । "

ସେପଟେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଖେଳ ଦୁନିଆକୁ ଅଲବିଦା କହିବାକୁ ଯାଉଛନ୍ତି । ଦୁବାଇ ଟେନିସ ଚମ୍ପିଆନସିପ ( Dubai Tennis Championships ) ହେବ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ । ଏନେଇ ସାନିଆ ମିର୍ଜା ନିକଟରେ ଘୋଷଣା କରିଥିଲେ । ଫେବୃଆରୀ ୧୯ ତାରିଖରୁ ଏହି ଚମ୍ପିଆନସିପ ଆରମ୍ଭ ହେବାକୁ ଯାଉଛି । ଏହି ଚମ୍ପିଆନସିପରେ ଶେଷ ଥର ପାଇଁ ନଜର ଆସିବେ ସାନିଆ ମିର୍ଜା । ଦୁବାଇ ଟେନିସ ଚମ୍ପିଆନସିପ ଖେଳିବା ପରେ ସେ ଟେନିସକୁ ବାଏ ବାଏ କହିବେ ବୋଲି ସାନିଆ ମିର୍ଜା ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.