ETV Bharat / sports

ସାଫ ଚମ୍ପିଆନସିପ, ଆଜି ଭାରତ-ପାକ୍ ଫାଇଟ

author img

By

Published : Jun 21, 2023, 3:03 PM IST

ଆଜିଠୁ ଆରମ୍ଭ ହେବାକୁ ଯାଉଛି ସାଫ ଚମ୍ପିଆନସିପ ଫୁଟବଲ । ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମଟି କୁଏତ ଓ ନେପାଳ ମଧ୍ୟରେ ହେବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଭାରତ । ଅଧିକ ପଢନ୍ତୁ

ସାଫ ଚମ୍ପିଆନସିପ
saff championship football

ବେଙ୍ଗାଲୁରୁ: ଭୁବନେଶ୍ବରରେ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ପରେ ଆଜିଠୁ ବେଙ୍ଗାଲୁରୁର ଶ୍ରୀକାନ୍ତୀରବି ଷ୍ଟାଡିୟମରେ ସାଫ୍‌ ଚମ୍ପଆନସିପ ଫୁଟବଲ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନ ଦୁଇଟି ମ୍ୟାଚ ରହିଛି । ପ୍ରଥମରେ କୁଏତ ଓ ନେପାଳ ମଧ୍ୟରେ ହେବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ଓ ଭାରତ ପରସ୍ପରକୁ ଭେଟିବେ । ଏହି ମ୍ୟାଚ ସନ୍ଧ୍ୟା 7ଟା 30ରେ ଆରମ୍ଭ ହେବ । ପାକିସ୍ତାନକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତ । କୁଏତ ଓ ନେପାଳ ମ୍ୟାଚ ଅପରାହ୍ନ 3ଟା 30ରେ ହେବ ।

ଏହା ବି ପଢନ୍ତୁ...Intercontinental Cup: ଲେବାନନ୍‌କୁ ୨-୦ରେ ହରାଇ ଭାରତ ଚମ୍ପିଆନ୍‌

ଗ୍ରୁପ-ଏରେ ଭାରତ, କୁଏତ, ପାକିସ୍ତାନ, ଓ ନେପାଳ ରହିଥିବା ବେଳେ ଗ୍ରୁବ-ବିରେ ବାଂଲାଦେଶ, ଭୁଟାନ, ଲେବାନ ଓ ମାଳଦ୍ବୀପ ରହିଛନ୍ତି । ସାଫ୍‌ ଚମ୍ପିଆନସିପ୍‌ର 14ତମ ସଂସ୍କରଣରେ ଲେବାନନ ଓ କୁଏତ ଅତିଥି ଦଳ ଭାବେ ସାମିଲ ହୋଇଛନ୍ତି । ଏହାକୁ ମିଶାଇ ଭାରତ ଚତୁର୍ଥ ଥର ଏହି ଚମ୍ପିଆନସିପ ଆୟୋଜନ କରିଛି । ଡିଫେଣ୍ଡିଂ ଚମ୍ପିଆନ ଭାରତ ମୋଟ 8ଥର ସାଫ୍‌ ଚମ୍ପିଆନସିପ ଟାଇଟଲ ଜିତିଛି । 1993, 1997, 1999, 2005, 2009, 2011, 2015 ଓ 2021ରେ ଭାରତ ବିଜୟୀ ହୋଇଥିଲା । ଏହି ଚମ୍ପିଆନସିପ୍‌ରେ ମୋଟ 15ଟି ମ୍ୟାଚ ଖେଳାଯିବ । ଆଜିଠୁ ଜୁଲାଇ 4 ତାରିଖ ଯାଏଁ ଏହି ଚମ୍ପିଆନସିପ୍‌ ଚାଲିବ ।

ଏହା ବି ପଢନ୍ତୁ...Intercontinental Cup: ଦ୍ବିତୀୟ ଟାଇଟଲ ହାତେଇଲା ଭାରତ, 1 କୋଟି ପୁରସ୍କାର ଘୋଷଣା କଲେ ନବୀନ

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲରେ ଭାରତ ତାର ଶକ୍ତି ସାମର୍ଥ୍ୟ ଦେଖାଇ ସାରିଛି । ଭାରତ ଅପେକ୍ଷା ପାକିସ୍ତାନ ଦଳ ଦୁର୍ବଳ ରହିଛି । ଫିଫା ମାନ୍ୟତାରେ ପାକିସ୍ତାନ 195ତମ ସ୍ଥାନରେ ରହିଥିବା ବେଳେ ଭାରତ 98ତମ ସ୍ଥାନରେ ରହିଛି । 1959ରୁ ଭାରତ ଓ ପାକିସ୍ତାନ ମଧ୍ୟରେ 23ଟି ମ୍ୟାଚ ଖେଳାଯାଇଛି । 10ଟି ଡ୍ର' ହୋଇଥିବା ବେଳେ ଭାରତ 11ଟି ଜିତିଛି । ପାକିସ୍ତାନ ମାତ୍ର 3ଟି ଜିତିଛି । 2018ରେ ସେମି ଫାଇନାଲରେ ଦୁଇଦଳ ଭେଟିଭେଟି ହୋଇଥିଲେ ଭାରତ 3-1 ଗୋଲରେ ବିଜୟୀ ହୋଇଥିଲା ।

ପ୍ରକାଶଥାଉ କି, ସଦ୍ୟ ସମାପ୍ତ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲରେ ଭାରତ ଚମ୍ପିଆନ ହୋଇଥିଲା । ଜୁନ 9ରୁ ଭୁବନେଶ୍ବରର 4ଟି ଦଳକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ଅପରାଜେୟ ରହିଥିଲା । ଫାଇନାଲରେ ଲେବାନନକୁ 2-0 ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଥିଲା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତ । 46 ବର୍ଷ ପରେ ଲେବାନନକୁ ପରାସ୍ତ କରିଥିଲା ଭାରତ । ନମ୍ବର ୱାନ୍‌ ଷ୍ଟ୍ରାଇକ୍‌ର ସୁନୀଲ ଛେତ୍ରୀ ଓ ଲାଲ୍ଲିଆଞ୍ଜୁଆଲା ଛାଙ୍ଗ୍‌ଟେଙ୍କ ଗୋଲରେ ଦଳ ବିଜୟୀ ହୋଇଥିଲା । ଆଜିଠୁ ଆରମ୍ଭ ହେବାକୁ ଯାଉଥିବା ସାଫ ଚମ୍ପିଆନସିପ୍‌ରେ ପାକିସ୍ତାନକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟରେ ରହିଛି ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.