ETV Bharat / sports

ସଟଲର ଲକ୍ଷ୍ୟ ସେନଙ୍କୁ ମୋଦିଙ୍କ ପ୍ରଶଂସା

author img

By

Published : Mar 21, 2022, 8:25 AM IST

ସମ୍ମାନଜନକ ଟାଇଟଲ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଦମଦାର ପ୍ରଦର୍ଶନ ଦେଇଖାଇଛନ୍ତି ୨୦ ବର୍ଷୀୟ ଲକ୍ଷ୍ୟ ସେନ । ଗୋଟିଏ ପରେ ଗୋଟିଏ ପ୍ରର୍ଯ୍ୟାୟ ଉତ୍ତୀର୍ଣ୍ଣ ହୋଇ ଫାଇନାଲରେ ପହଞ୍ଚିଥିଲେ ଭାରତୀୟ ସର୍ଟଲର ଲକ୍ଷ୍ୟ ସେନ । ଅଧିକ ପଢନ୍ତୁ

ସଟଲର ଲକ୍ଷ ସେନଙ୍କୁ ମୋଦିଙ୍କ ପ୍ରଶଂସା
ସଟଲର ଲକ୍ଷ ସେନଙ୍କୁ ମୋଦିଙ୍କ ପ୍ରଶଂସା

ବର୍ମିଂହାମ: ସମ୍ମାନଜନକ ଟାଇଟଲ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଦମଦାର ପ୍ରଦର୍ଶନ ଦେଇଖାଇଛନ୍ତି ୨୦ ବର୍ଷୀୟ ଲକ୍ଷ୍ୟ ସେନ । ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଉତ୍ତୀର୍ଣ୍ଣ ହୋଇ ଫାଇନାଲରେ ପହଞ୍ଚିଥିଲେ ଭାରତୀୟ ସର୍ଟଲର ଲକ୍ଷ୍ୟ ସେନ । ସେ ଫାଇନାଲରେ ପରାସ୍ତ ହୋଇଛନ୍ତି ସତ ହେଲେ ତାଙ୍କ ପ୍ରଦର୍ଶନରେ ସମସ୍ତଙ୍କ ମନ ଜିଣିଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି ।

  • Proud of you @lakshya_sen! You’ve shown remarkable grit and tenacity. You put up a spirited fight. Best wishes for your future endeavours. I am confident you will keep scaling new heights of success.

    — Narendra Modi (@narendramodi) March 20, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ମୋଦି କହିଛନ୍ତି, ଲକ୍ଷ୍ୟ ସେନଙ୍କ ପାଇଁ ଦେଶ ଆଜି ଗର୍ବିତ । ତୁମେ ଉଲ୍ଲେଖ୍ୟନୀୟ ପ୍ରଦର୍ଶନ କରିଛ । ତୁମେ ତୁମର ବେଷ୍ଟ ଦେଇଛ ବୋଲି କହିଛନ୍ତି ମୋଦି । ଲକ୍ଷ୍ୟଙ୍କ ଭବିଷ୍ୟତ ସଫଳତା ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେ ଆହୁରି କହିଛନ୍ତି ଏହା ନିଶ୍ଚିତ ଯେ ତୁମେ ସଫଳତାର ନୂତନ ଶିଖର ଛୁଇଁବ ।

ସଟଲର ଲକ୍ଷ ସେନଙ୍କୁ ମୋଦିଙ୍କ ପ୍ରଶଂସା
ସଟଲର ଲକ୍ଷ ସେନଙ୍କୁ ମୋଦିଙ୍କ ପ୍ରଶଂସା

ପ୍ରକାଶ ଥାଉ କି, ଭାରତର ଉଦୀୟମାନ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପହଞ୍ଚିଥିଲେ । ଜାଏଣ୍ଟ କିଲର ଭାବେ ପରିଚିତ ଟୁର୍ଣ୍ଣାମେଣ୍ଟରେ ଭାରତର ଲକ୍ଷ୍ୟ ସେନ ଫାଇନାଲରେ ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କୁ ଭେଟିଥିଲେ । ସପ୍ତାହ ପୂର୍ବରୁ ଅନୁଷ୍ଠିତ ଜର୍ମାନ ଓପନରେ ସେ ଆକ୍ସେଲସେନଙ୍କୁ ହରାଇଥିଲେ ହେଲେ ବର୍ମିଂହାମରେ ତାଙ୍କୁ ଟକ୍କର ଦେଇ ପାରିନଥିଲେ । ଆକ୍ସେଲସେନ ସହଜରେ ମ୍ୟାଚ ଜିତି ଯାଇଥିଲେ । ସେ ସିଧା ସଳଖ ୨୧-୧୦, ୨୧-୧୭ ଗେମରେ ବିଜୟୀ ହୋଇ ଚମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ । ଆଉ ଲକ୍ଷ ସେନ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ ।

ପ୍ରକାଶ ନାଥଙ୍କ ପରେ ଭାରତର ପଞ୍ଚମ ଖେଳାଳି ଭାବେ ଲକ୍ଷ୍ୟ ସେନ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ପ୍ରବେଶ କରିଥିଲେ । ଲକ୍ଷଙ୍କ ପୂର୍ବରୁ ୧୯୪୭ରେ ପ୍ରକାଶ ନାଥ ପ୍ରଥମ ଭାରତୀୟ ଭାବେ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରବେଶ କରିଥିଲେ । ୧୯୮୦ରେ ଭାରତୀୟ ଭାବେ ପ୍ରକାଶ ପାଦୁକୋନ, ୨୦୦୧ରେ ପୁଲେଲା ଗୋପିଚାନ୍ଦ ଅଲ ଇଂଲଣ୍ଡ ଚମ୍ପିଅନ୍ ହୋଇଥିଲେ । ୨୦୧୮ରେ ସାଇନା ନେହୱାଲ ଫାଇନାଲରେ ପ୍ରବେଶ କରିଥିଲେ ହେଲେ ଟାଇଟଲ ଜିତି ପାରିନଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.