ETV Bharat / sports

All England Open Badminton: ସେମିଫାଇନାଲରେ ଲକ୍ଷ ସେନ, ବ୍ରୋଞ୍ଜ ପଦକ ପକ୍କା

author img

By

Published : Mar 18, 2022, 8:08 PM IST

୨୦ ବର୍ଷୀୟ ଲକ୍ଷ ସେନ ଶୁକ୍ରବାର କ୍ବାର୍ଟର-ଫାଇନାଲରେ ବିଜୟୀ ହେବାସହ ସମ୍ମାନଜନକ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

Lakshya sen enters semifinal of ALL England Badminton
All England Badminton: ସେମିଫାଇନାଲରେ ଲକ୍ଷ ସେନ, ବ୍ରୋଞ୍ଜ ପଦକ ପକ୍କା

ବର୍ମିଂହାମ: ଚଳିତ ଅଲ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପରେ ଭାରତୀୟ ଯୁବ ସର୍ଟଲରଙ୍କ ଚମତ୍କାର ପ୍ରଦର୍ଶନ । ୨୦ ବର୍ଷୀୟ ଲକ୍ଷ ସେନ ଶୁକ୍ରବାର କ୍ବାର୍ଟର-ଫାଇନାଲରେ ବିଜୟୀ ହେବାସହ ସମ୍ମାନଜନକ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେହିପରି ଡବଲ୍ସ ଯୋଡି ଗାୟତ୍ରୀ ଗୋପୀଚାନ୍ଦ-ତ୍ରୀଷା ଜୋଲି ମଧ୍ୟ ସେମିଫାଇନାଲ ଟିକେଟ ହାତେଇଛନ୍ତି । ଫଳରେ ଏହି ଇଭେଣ୍ଟରେ ଭାରତର ଦୁଇଟି ବ୍ରୋଞ୍ଜ ପଦକ ପକ୍କା ହୋଇଛି ।

ଗତବର୍ଷ ୱାର୍ଲ୍ଡ ଚାମ୍ପିୟନସିପ୍‌ରେ ବ୍ରୋଞ୍ଜ ଓ ଚଳିତ ବର୍ଷ ଇଣ୍ଡିଆ ଓପନର ବିଜେତା ରହିସାରିଥିବା ଲକ୍ଷ ସେନ ଅଲ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ସେମିଫାଇନାଲରେ ପ୍ରବେଶ କରି ନୂଆ ଉପଲବ୍ଧି ହାସଲ କରିଛନ୍ତି । ପିଠିରେ ଯନ୍ତ୍ରଣା ଯୋଗୁଁ କ୍ବାର୍ଟର-ଫାଇନାଲ ମୁକାବିଲାରୁ ଲକ୍ଷଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ଓହରିଯିବା ପରେ ସେ ବିଜେତା ଘୋଷିତ ହୋଇଥିଲେ ।

ସେହିପରି ୯ ବର୍ଷୀୟା ଗାୟତ୍ରୀ ଓ ୧୮ ବର୍ଷୀୟା ତ୍ରୀଷା ପ୍ରଥମ ସେଟ୍‌ରେ ପରାସ୍ତ ହେବାପରେ ଜବରଦସ୍ତ କମବ୍ୟାକ୍‌ ସହିତ କୋରିଆ ଯୋଡିଙ୍କୁ ୧୪-୨୧, ୨୨-୨୦, ୨୧-୧୫ ସେଟ୍‌ରେ ହରାଇଥିଲେ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.