ETV Bharat / sports

Korea Open: ବିଜୟରୁ ଲକ୍ଷ୍ୟଙ୍କ ଅଭିଯାନ ଆରମ୍ଭ

author img

By

Published : Apr 5, 2022, 3:22 PM IST

କୋରିଆର ସନଚିୟନଠାରେ ଆଜିଠୁ ଆରମ୍ଭ ହୋଇଛି କୋରିଆ ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ପ୍ରତିଭାବାନ ଖେଳାଳି ଲକ୍ଷ୍ୟ ସେନ ବିଜୟରୁ ତାଙ୍କୁ ଅଭିଯାନ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ବିଜୟରୁ ଲକ୍ଷ୍ୟଙ୍କ ଅଭିଯାନ ଆରମ୍ଭ
ବିଜୟରୁ ଲକ୍ଷ୍ୟଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: କୋରିଆର ସନଚିୟନଠାରେ ଆଜିଠୁ ଆରମ୍ଭ ହୋଇଛି କୋରିଆ ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ପ୍ରତିଭାବାନ ଖେଳାଳି ଲକ୍ଷ୍ୟ ସେନ ବିଜୟରୁ ତାଙ୍କୁ ଅଭିଯାନ ଆରମ୍ଭ କରିଛନ୍ତି । ପାଲମା ଷ୍ଟାଡିୟମରେ ପୁରୁଷ ଏକକର ପ୍ରଥମ ରାଉଣ୍ଡରେ ଜି ହୁନଙ୍କୁ ୧୪-୨୧, ୨୧-୧୬, ୨୧-୧୮ରେ ପରାସ୍ତ କରିଛନ୍ତି ଲକ୍ଷ୍ୟ ସେନ । ୧ ଘଣ୍ଟା ୨ ମିନିଟରେ ଖେଳ ଶେଷ ହୋଇଥିଲା ।

ଦୁହିଁଜଣ ୧୪-୧୪ରେ ବରାବର ଥିଲେ । ଏହାପରେ କୋରିଆ ସଟଲର ଭାରତୀୟ ସଟଲରଙ୍କଠୁ ୭ ପଏଣ୍ଟରେ ଗେମକୁ ନିଜ ଆଡକୁ ନେଇ ଯାଇଥିଲେ । ଦ୍ବିତୀୟ ଗେମରେ 21-16 ଜବରଦସ୍ତ କମବ୍ୟାକ କରିଥିଲେ ବିଶ୍ବ ଚମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତିଥିବା ଲକ୍ଷ୍ୟ ସେନ । ଏହାପରେ ୪ ପଏଣ୍ଟ ସହ ମ୍ୟାଚଟିକୁ ନିଜ କବଜାକୁ ଆଣିଥିଲେ ।

ତୃତୀୟ ଅର୍ଥାତ ଅନ୍ତିମ ରାଉଣ୍ଡରେ କୋରିଆନ ସଟଲର ୯-୫ର ଲିଡ କରିଥିଲେ । ମାତ୍ର ୱାର୍ଡ ନମ୍ବର ୯ରେ ୫ ପଏଣ୍ଟ ସହ ୧୦-୯ରେ ଲିଡ କରିଥିଲେ ଲକ୍ଷ୍ୟ । ଦୁଇଜଣଙ୍କ ମଧ୍ୟରେ ଜବରଦସ୍ତ ପ୍ରତିନ୍ଦ୍ବତିତା ଦେଖିବାକୁ ମିଳିଥିଲା । ଉଭୟ ୧୮-୧୮ରେ ବରାବର ଥିଲେ । ଏହାପରେ ଲକ୍ଷ୍ୟ ସେନ ୩ ପଏଣ୍ଟରେ ଫାଇନାଲ ଗେମକୁ ୨୧-୧୮ରେ ନିଜ କବଜାକୁ କରି ନେଇଥିଲେ ।

ପୁରୁଷ ଏକକରେ ଭାରତ ପାଇଁ ଭଲ ଦିନ ଥିଲେ ମଧ୍ୟ ପୁରୁଷ ଡବଲ୍ସରେ ଭଲ ନଥିଲା । ଭାରତୀୟ ଯୋଡି କ୍ରିଷ୍ଣା ପ୍ରସାଦ ଗର୍ଗା ଓ ବିଷ୍ଣୁବର୍ଦ୍ଧନ ଗୌଡ ଇଣ୍ଡୋନେସିଆର ପ୍ରାମୁଦ୍ୟା କୁସୁମାୱାରାଡାନ ଓ ୟରିମିଆ ୟୋଚେଙ୍କ ଠାରୁ ୧୪-୨୧, ୧୯-୨୧ରେ ପରାସ୍ତ ହୋଇଛନ୍ତି । ଅନ୍ୟ ଏକ ଡବଲ୍ସରେ ଭାରତର ନବୀନଥ ଭୋରା ଓ ବି ସୁମିଥ ରେଡ୍ଡୀ ମାଲେସିଆ ଯୋଡି ସିନ ଓଙ୍ଗ ଓ ୟି ଟିଓ ଯୋଡିଠୁ ପରାସ୍ତ ହୋଇଛନ୍ତି । ଅନ୍ୟପଟେ ସୟଦ ମୋଦି ଓ ସ୍ବିପ ଓପନ ଜିତିଥିବା ସିନ୍ଧୁ ପ୍ରଥମ ରାଉଣ୍ଡରେ ଆମେରିକାର ଲାଓରେନ ଲାମଙ୍କୁ ଭେଟିବେ । ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.