ETV Bharat / sports

CWG 2022: ଟିଟି ଯୁଗଳ ବର୍ଗରେ ସାଥିଆନ-କମଲ ପରାଜିତ, ରୌପ୍ୟ ପଦକରେ ଭାରତ ସନ୍ତୁଷ୍ଟ

author img

By

Published : Aug 7, 2022, 10:38 PM IST

CWG 2022: ଟିଟି ଯୁଗଳ ବର୍ଗରେ ସାଥିଆନ-କମଲ ପରାଜିତ, ରୌପ୍ୟ ପଦକରେ ଭାରତ ସନ୍ତୁଷ୍ଟ
CWG 2022: ଟିଟି ଯୁଗଳ ବର୍ଗରେ ସାଥିଆନ-କମଲ ପରାଜିତ, ରୌପ୍ୟ ପଦକରେ ଭାରତ ସନ୍ତୁଷ୍ଟ

ଟେବୁଲ ଟେନିସ ଇଭେଣ୍ଟରେ ଫାଇନାଲ୍‌ ରାଉଣ୍ଡରେ ଭାରତୀୟ ଯୋଡ଼ିଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡ଼ିଛି । ବିଶ୍ବ ମାନ୍ୟତା ୧୦ରେ ଥିବା ଖେଳାଳିଙ୍କ ଠାରୁ ମ୍ୟାଚ୍‌ ହାରିଛି ଭାରତ । ଅଧିକ ପଢ଼ନ୍ତୁ

ବର୍ମିଂହାମ: ଟେବୁଲ ଟେନିସ ଇଭେଣ୍ଟ ପୁରୁଷ ଯୁଗଳ ବର୍ଗରେ ଭାରତକୁ ରୌପ୍ୟ ପଦକ ମିଳିଛି । ଫାଇନାଲ୍‌ ରାଉଣ୍ଡରେ ଭାରତୀୟ ଯୋଡ଼ିଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହି ରାଉଣ୍ଡ୍‌ରେ ଇଂଲିଶ ଯୋଡ଼ିଠାରୁ ୨-୩ ପଏଣ୍ଟ୍‌ରେ ପରାଜିତ ହୋଇଛି ଭାରତ ।

ବିଶ୍ବ ମାନ୍ୟତା ୧୦ରେ ଥିବା ଖେଳାଳିଙ୍କ ଠାରୁ ମ୍ୟାଚ୍‌ ହାରିଛି ଭାରତ । ଶରତ କମଲ ଓ ସାଥିଆନ ଗଣେଶକରନ ମ୍ୟାଚ୍‌ରେ ବିଜୟୀ ହେବାକୁ କଡ଼ା ସଂଘର୍ଶ କରିଥିଲେ । ଇଂଲଣ୍ଡର ଡ୍ରିଙ୍ଖାଲ୍‌ ଓ ପିଚ୍‌ଫୋର୍ଡ ଯୋଡ଼ିଙ୍କ ଠାରୁ ଭାରତୀୟ ଯୋଡ଼ି ପରାଜିତ ହୋଇଛନ୍ତି । ଭାରତୀୟ ଯୋଡ଼ି ଲଗାତାର ଏହି ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତି ଆସୁଛନ୍ତି । ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶେଷ ଥର ପାଇଁ ଭାରତୀୟ ଯୋଡ଼ି ଏହି ଇଭେଣ୍ଟ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ଏହାପୂର୍ବରୁ ଏହି ଯୋଡ଼ି କ୍ବାର୍ଟର ଫାଇନାଲ୍‌ ଓ ସେମିଫାଇନାଲ୍‌ରେ ଦମଦାର ପ୍ରଦର୍ଶନ କରି ଫାଇନାଲ୍‌ରେ ପହଞ୍ଚିଥିଲା । ଏହି ଯୋଡ଼ିଠାରୁ ସ୍ବର୍ଣ୍ଣ ପଦକ ଆଶା କରାଯାଉଥିଲା । ତେବେ ତାହା ସମ୍ଭବ ହୋଇ ପାରିନାହିଁ । ଏହି ରୌପ୍ୟ ପଦକକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୪୯କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.