ETV Bharat / sports

Ind vs Ire 2nd T20: ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଲା ଭାରତ

author img

By

Published : Jun 28, 2022, 9:07 PM IST

ଡବଲିନରେ ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି । ଅଧିକ ପଢନ୍ତୁ

ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଲା ଭାରତ
ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଲା ଭାରତ

ହାଇଦ୍ରାବାଦ: ଡବଲିନରେ ଘରୋଇ ଆୟରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି ସିରିଜ ଦ୍ବିତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ପାଗ ଭଲ ଥିବା ଦେଖି ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପ୍ରଥମ ମ୍ୟାଚ ଜିତି ସାରିଛି ଟିମ ଇଣ୍ଡିଆ ।

ଆଜି ବିଜୟ ସହ ସିରିଜ ମୂଳପୋଛ କରିବାକୁ ପ୍ରୟାସ କରିବ ଭାରତ । ପ୍ରଥମ ମ୍ୟାଚରେ ଆୟାରଲ୍ୟାଣ୍ଡ ଲଢୁଆ ପ୍ରଦର୍ଶନ କରିଥିଲେ ବି ପରାସ୍ତ ହୋଇଥିଲା । ତେଣୁ ଆଜିର ମ୍ୟାଚ୍‌ ହାତେଇବାକୁ ଉଭୟ ଦଳ ପ୍ରୟାସ କରିବେ ।

ଏହି ମ୍ୟାଚ ପାଇଁ ଋତୁରାଜ ଗାୟକୱାଡ, ଆଭେସ ଖାନ, ଯୁଜିବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ସଞ୍ଜୁ ସାମସନ, ହର୍ଷଲ ପଟେଲ, ରବି ବିଷ୍ଣୋଇଙ୍କୁ ଆଜିର ମ୍ୟାଚରେ ସାମିଲ କରାଯାଇଛି ।

ଚୂଡ଼ାନ୍ତ ଏକାଦଶ

ଆୟାରଲ୍ୟାଣ୍ଡ- ପଲ୍ ଷ୍ଟର୍ଲିଂ, ଆଣ୍ଡ୍ର୍ୟୁ ବଲବର୍ନି (ଅଧିନାୟକ), ଗାରେଥ ଡେଲାନି, ହ୍ୟାରି ଟେକ୍ଟର, ଲୋରକାନ୍ ଟକର୍ (w), ଜର୍ଜ ଡକ୍‌ରେଲ୍‌, ମାର୍କ ଆଡେୟାର, ଆଣ୍ଡି ମ୍ୟାକବ୍ରାଇନ୍, କ୍ରେଗ ୟଙ୍ଗ, ଜୋଶୁଆ ଲିଟିଲ, କନୋର ଓଲଫର୍ଟ

ଭାରତ- ସଞ୍ଜୁ ସାମସନ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ରବି ବିଷ୍ଣୋଇ, ଉମରାନ ମଲିକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.