ETV Bharat / sports

CWG 2022: ବ୍ୟାଡ୍‌ମିଣ୍ଟନ ମିଶ୍ରିତ ଟିମ୍‌ ଇଭେଣ୍ଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

author img

By

Published : Jul 31, 2022, 8:23 PM IST

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ତୃତୀୟ ଦିନରେ ଭାରତୀୟ ବ୍ୟାଡମିଣ୍ଟନ ସଟ୍‌ଲର୍‌ ମିଶ୍ରିତ ଟିମ୍‌ ଇଭେଣ୍ଟରେ କମାଲ କରିଛନ୍ତି । ମିଶ୍ରିତ ଟିମ୍‌ ଇଭେଣ୍ଟର କ୍ବାର୍ଟର ଫାଇନାଲ୍‌ରେ ଭାରତୀୟ ସଟ୍‌ଲର୍‌ ଦକ୍ଷିଣ ଆଫ୍ରିକାର ସଟ୍‌ଲର୍‌ଙ୍କୁ ଭେଟିବ । ଅଧିକ ପଢ଼ନ୍ତୁ

CWG 2022: ବ୍ୟାଡମିଣ୍ଟନ ମିଶ୍ରିତ ଟିମ୍‌ ଇଭେଣ୍ଟରେ ଅଷ୍ଟ୍ରେଲିଆକୁ ମାତ୍‌ ଦେଲା ଭାରତ
CWG 2022: ବ୍ୟାଡମିଣ୍ଟନ ମିଶ୍ରିତ ଟିମ୍‌ ଇଭେଣ୍ଟରେ ଅଷ୍ଟ୍ରେଲିଆକୁ ମାତ୍‌ ଦେଲା ଭାରତ

ବର୍ମିଂହାମ(ଇଂଲଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡ଼ାର ତୃତୀୟ ଦିନରେ ଭାରତୀୟ ବ୍ୟାଡମିଣ୍ଟନ ସଟ୍‌ଲର୍‌ ମିଶ୍ରିତ ଟିମ୍‌ ଇଭେଣ୍ଟରେ କମାଲ କରିଛନ୍ତି । ମିଶ୍ରିତ ଯୁଗଳ ବର୍ଗର ଅନ୍ତିମ ଗ୍ରୁପ୍‌ ଏ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ମାତ୍‌ ଦେଇଛି ଭାରତ । ଏହାପୂର୍ବରୁ ପାକିସ୍ତାନ ଓ ଶ୍ରୀଲଙ୍କାକୁ ପରାଜିତ କରିଛି ଭାରତ । ଏହି ବିଜୟ ସହ ଗ୍ରୁପ୍‌ ଏ ବର୍ଗରେ ଭାରତ ଶୀର୍ଷରେ ରହିଛି । ଏହାପୂର୍ବରୁ କ୍ବାର୍ଟର ଫାଇନାଲ୍‌ରେ ଭାରତୀୟ ଦଳ ସ୍ଥାନ ପକ୍କା କରି ସାରିଥିଲା ।

ପୁରୁଷ ବିଭାଗରେ ଭାରତୀୟ ସଟ୍‌ଲର୍‌ କିଦାମ୍ବୀ ଶ୍ରୀକାନ୍ତ ଅଷ୍ଟ୍ରେଲିଆର ଲିନ୍‌ ଜିୟାଙ୍ଗ୍‌ଙ୍କୁ ଦୁଇଟି ସିଧା ସେଟ୍‌ରେ ପରାଜିତ କରିଛନ୍ତି । ପ୍ରଥମ ସେଟ୍‌ରେ ୨୧-୧୪ ପଏଣ୍ଟରେ ବିଜୟ ହାସଲ କରିଥିବା ବେଳେ ଦ୍ବିତୀୟ ସେଟ୍‌ରେ ୨୧-୧୩ରେ ବିଜୟ ହାସଲ କରିଥିଲେ କିଦମ୍ବୀ ଶ୍ରୀକାନ୍ତ । ସେହିଭଳି ମହିଳା ବର୍ଗରେ ପିଭି ସିନ୍ଧୁ ମଧ୍ୟ ଦୁଇଟି ସିଧା ସେଟ୍‌ରେ ବିଜୟ ହାସଲ କରିଛନ୍ତି । ସେ ଚୀନ୍‌ର ୱେଣ୍ଡି ହୁଆନ ୟୁ'ଙ୍କୁ ଯଥାକ୍ରମେ ୨୧-୧୦ ଓ ୨୧-୧୨ରେ ପରାଜିତ କରିଛନ୍ତି ।

ସେପଟେ ପୁରୁଷ ଯୁଗଳ ମୁକାବିଲାରେ ସୁମିତ ଓ ଚିରାଗଙ୍କ ଯୋଡ଼ି ଅଷ୍ଟ୍ରେଲିଆର ଟ୍ରେନ୍‌ ହୋଆଙ୍ଗ୍‌ ଫାମ୍‌ ଓ ଜ୍ୟାକ୍‌ ୟୁ'ଙ୍କୁ ୨୧-୧୬ ଓ ୨୧-୧୯ ସେଟ୍‌ରେ ମାତ୍‌ ଦେଇଛନ୍ତି । ତେବେ ମହିଳା ଯୁଗଳ ବର୍ଗରେ ଭାରତୀୟ ଯୋଡ଼ିକୁ ପରାଜୟବରଣ କରିବାକୁ ପଡ଼ିଥିଲା । ଏହାପରେ ମିଶ୍ରିତ ଟିମ୍‌ ଇଭେଣ୍ଟର କ୍ବାର୍ଟର ଫାଇନାଲ୍‌ରେ ଭାରତୀୟ ସଟ୍‌ଲର୍‌ ଦକ୍ଷିଣ ଆଫ୍ରିକାର ସଟ୍‌ଲର୍‌ଙ୍କୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.