ETV Bharat / sports

German Open: ଫାଇନାଲରେ ପରାଜୟ ପରେ ରୌପ୍ୟରେ ସନ୍ତୁଷ୍ଟ ସେନ

author img

By

Published : Mar 14, 2022, 6:40 AM IST

ଜର୍ମାନ ଓପନ ବ୍ୟାଡ୍‌ମିଣ୍ଟନ ୨୦୨୨ରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ଭାରତୀୟ ସର୍ଟଲର ଲକ୍ଷ ସେନ୍‌ । ରବିବାର ଖେଳାଯାଇଥିବା ଏହି BWF ସୁପର ୩୦୦ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲାରେ ଥାଇଲାଣ୍ଡର କୁନଲାଭଟ ଭିଟିଡସର୍ନଙ୍କୁ ଠାରୁ ୧୮-୨୧, ୧୫-୨୧ ସେଟ୍‌ରେ ପରାସ୍ତ । ଅଧିକ ପଢନ୍ତୁ

German Open Super 300: Lakshya Sen settles for silver medal after losing final vs Kunlavut Vitidsarn
German Open: ଫାଇନାଲରେ ପରାଜୟ ପରେ ରୌପ୍ୟରେ ସନ୍ତୁଷ୍ଟ ସେନ

ବର୍ଲିନ: ଜର୍ମାନ ଓପନ ବ୍ୟାଡ୍‌ମିଣ୍ଟନ ୨୦୨୨ରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ଭାରତୀୟ ସର୍ଟଲର ଲକ୍ଷ ସେନ୍‌ । ରବିବାର ଖେଳାଯାଇଥିବା ଏହି BWF ସୁପର ୩୦୦ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲାରେ ଥାଇଲାଣ୍ଡର କୁନଲାଭଟ ଭିଟିଡସର୍ନଙ୍କୁ ଠାରୁ ୧୮-୨୧, ୧୫-୨୧ ସେଟ୍‌ରେ ପରାସ୍ତ ହୋଇଛନ୍ତି ସେନ । ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲା ୫୮ ମିନିଟ୍‌ ଧରି ଖେଳାଯାଇଥିଲା ।

ପୂର୍ବରୁ ଶନିବାର ଲକ୍ଷ ସେନ ଐତିହାସିକ ପ୍ରଦର୍ଶନ ସହିତ ବିଶ୍ବ ନମ୍ବର ତଥା ଟୋକିଓ ଅଲମ୍ପିକ ଚାମ୍ପିୟନ ଭିକ୍ଟର ଆକ୍ସେଲସେନଙ୍କୁ ହରଇ ଫାଇନାଲରେ ପ୍ରବେଶ କରିଥିଲେ । କଡା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ଫାଇଟରେ ବାଜି ମାରିଥିଲେ ସେନ । ମାତ୍ର ଫାଇନାଲରେ ପରାଜୟ ପେର ଟାଇଟେଲ ବିଜୟରୁ ବଞ୍ଚିତ ହୋଇଛନ୍ତି ଯୁବ ଭାରତୀୟ ସର୍ଟଲର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.