ETV Bharat / sports

East Zone Badminton: ଓଡିଶାର ଅବିନାଶ ଓ ଆୟୁଷ ପୁରୁଷ ଯୁଗଳ ଚାମ୍ପିୟନ

author img

By

Published : Mar 31, 2022, 10:45 PM IST

ଝାଡଖଣ୍ଡର ଉପରାଜଧାନୀ ଦୁମକାରେ ଆୟୋଜିତ ତିନି ଦିନିଆ ଇଷ୍ଟ ଜୋନ୍‌ ସିନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ ଉଦ୍‌ଯାପିତ । ପୁରୁଷ ଯୁଗଳରେ ଓଡିଶାର ଅବିନାଶ ମହାନ୍ତି ଓ ଆୟୁଷ ପଟ୍ଟନାୟକ ଚାମ୍ପିୟନ । ଅଧିକ ପଢନ୍ତୁ

East Zone Badminton: ଓଡିଶାର ଅବିନାଶ ଓ ଆୟୁଷ ପୁରୁଷ ଯୁଗଳ ଚାମ୍ପିୟନ
East Zone Badminton: ଓଡିଶାର ଅବିନାଶ ଓ ଆୟୁଷ ପୁରୁଷ ଯୁଗଳ ଚାମ୍ପିୟନ

ଦୁମକା: ଝାଡଖଣ୍ଡର ଉପରାଜଧାନୀ ଦୁମକାରେ ଆୟୋଜିତ ତିନି ଦିନିଆ ଇଷ୍ଟ ଜୋନ୍‌ ସିନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପ ଗୁରୁବାର ଶେଷ ହୋଇଛି । ପୁରୁଷ ଏକକ ବର୍ଗରେ ଉତ୍ତର ପ୍ରଦେଶର ରାଜନ ଯାଦବ ଓ ମହିଳା ଏକକରେ ଉତ୍ତର ପ୍ରଦେଶର ମନୀଷା ସିଂ ବାଜି ମାରିନେଇଛନ୍ତି । ତେବେ ଉତ୍ତରାଖଣ୍ଡର ଧ୍ରୁବ ରାୱତ ପୁରୁଷ ଏକକରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ବିଜେତା ଖେଳାଳିଙ୍କୁ ଖେଳମନ୍ତ୍ରୀ ହଫିଜୁଲ ହସନ ପୁରସ୍କୃତ କରିଥିଲେ । ଏହି ଅବସରରେ ବିଧାୟକ ପ୍ରଦୀପ ଯାଦବଙ୍କ ସହିତ ଡିଆଇଜି ସୁଦର୍ଶନ ପ୍ରସାଦ ମଣ୍ଡଳ ଓ ଦୁମକା ଜିଲ୍ଲା ବ୍ୟାଡ୍‌ମିଣ୍ଟନ ସଂଘର ସଂରକ୍ଷକ ଉପସ୍ଥିତ ରହିଥିଲେ ।

ଏହି ଚାମ୍ପିୟନସିପରେ ମିଶ୍ରିତ ଯୁଗଳ ଇଭେଣ୍ଟରେ ଉତ୍ତରାଖଣ୍ଡର ଧ୍ରୁବ ରାୱତ ଓ ଉନ୍ନତି ସିଂ ଟାଇଟେଲ ବିଜେତା ରହିଥିଲେ । ସେହିପରି ଦ୍ବିତୀୟ ସ୍ଥାନରେ ପ୍ରଣବ ଶର୍ମା (ଉତ୍ତରାଖଣ୍ଡ) ଓ ମନୀଷା ସିଂ(ଉତ୍ତରପ୍ରଦେଶ)ଙ୍କ ଯୋଡି ରହିଥିଲେ । ମହିଳା ଯୁଗଳରେ ୟୁପିର ସମୃଦ୍ଧି ସିଂ ଓ ସୋନାଲି ସିଂ ବିଜେତା ରହିବା ସହ ଦ୍ବିତୀୟ ସ୍ଥାନରେ ଉତ୍ତରାଖଣ୍ଡର ହିମାଂଶି ରାୱତ ଓ ଉନ୍ନତି ବିଷ୍ଟ ରହିଥିଲେ । ପୁରୁଷ ଯୁଗଳରେ ଓଡିଶାର ଅବିନାଶ ମହାନ୍ତି ଓ ଆୟୁଷ ପଟ୍ଟନାୟକ ଚାମ୍ପିୟନ ହୋଇଥିଲେ । ଉତ୍ତରାଖଣ୍ଡର ଶଶାଙ୍କ ଓ ସୋହେଲ ଦ୍ବିତୀୟ ସ୍ଥାନରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.