ETV Bharat / sports

Australian Open: ଚତୁର୍ଥ ରାଉଣ୍ଡରେ ମେଡେଭେଡେବ, ନାଦାଲ

author img

By

Published : Jan 22, 2022, 10:05 PM IST

ବିଶ୍ବ ଟେନିସ ମାନ୍ୟତାର ନମ୍ବର ୨ ଖେଳାଳି ଋଷିଆର ଡାନିଲ ମେଡେଭେଡେବ ଚଳିତ ଅଷ୍ଟ୍ରେଲିଆ ଓପନର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

Australian Open: Medvedev eases into R4 Tsitsipas downs Paire in four-set
Australian Open: ଚତୁର୍ଥ ରାଉଣ୍ଡରେ ମେଡେଭେଡେବ, ନାଦାଲ

ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ): ବିଶ୍ବ ଟେନିସ ମାନ୍ୟତାର ନମ୍ବର ୨ ଖେଳାଳି ଋଷିଆର ଡାନିଲ ମେଡେଭେଡେବ ଚଳିତ ଅଷ୍ଟ୍ରେଲିଆ ଓପନରେ ନିଜର ବିଜୟ ଯାତ୍ରା ଜାରି ରଖିଛନ୍ତି । ଶନିବାର ବୋଟିକ୍‌ ଭନ ଡେ ଜାଣ୍ଡସଚପଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Syed Modi International: ଫାଇନାଲରେ ପିଭି ସିନ୍ଧୁ

ଜାଣ୍ଡସଚପଙ୍କୁ ୬-୪, ୬-୪, ୬-୨ ସେଟ୍‌ରେ ହରାଇ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଅଷ୍ଟ୍ରେଲିଆ ଓପନର ରାଉଣ୍ଡ ୧୬ରେ ପହଞ୍ଚିଛନ୍ତି ମେଡେଭେଡେବ । ଚତୁର୍ଥ ରାଉଣ୍ଡରେ ଅଷ୍ଟ୍ରେଲୀୟ ଖେଳାଳି କ୍ରିସ୍‌ ଓ'କନେଲ କିମ୍ବା ଆମେରିକୀୟ ମାକ୍ସିମେ କ୍ରେସିଙ୍କୁ ଭେଟିବେ ମେଡେଭେଡେବ ।

ଅନ୍ୟପଟେ ୨୦ ଥର ଗ୍ରାଣ୍ଡସ୍ଲାମ ଚମ୍ପିଆନ ରାଫେଲ ନାଦାଲ ମଧ୍ୟ ଟୋକିଓ ଅଲମ୍ପିକ୍‌ସ ରୌପ୍ୟ ପଦକ ବିଜେତା କାରେନ ଖାଚନୋଭଙ୍କୁ ୬-୩, ୬-୨, ୩-୬, ୬-୧ ସେଟ୍‌ରେ ହରାଇ ଅଷ୍ଟ୍ରେଲିଆ ଓପନ ୨୦୨୨ର ପୁରୁଷ ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.