ETV Bharat / sports

ଶ୍ରୀଜେସ ପାଇବେ ଖେଳରତ୍ନ ସମ୍ମାନ !

author img

By

Published : May 1, 2019, 7:07 PM IST

ହକି ଇଣ୍ଡିଆ ପକ୍ଷରୁ କେରଳ ତାରକା ପିଆର ଶ୍ରୀଜେସଙ୍କ ନାମକୁ ଭାରତର ସମ୍ମାନଜନକ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ କରାଯାଇଛି । ସେହିପରି ଅର୍ଜୁନ ସମ୍ମାନ ପାଇଁ ଆକାଶଦୀପ ସିଂ, ଚିଙ୍ଗଲସାନା ସିଂ କାଙ୍ଗୁଜାମ ଓ ଦୀପିକା ଠାକୁରଙ୍କ ନାମକୁ ସୁପାରିସ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତର ସମ୍ମାନଜନକ ଖେଳରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ପକ୍ଷରୁ କେରଳ ତାରକା ପିଆର ଶ୍ରୀଜେସଙ୍କ ନାମକୁ ସୁପାରିସ କରାଯାଇଛି । ସେହିପରି ଅର୍ଜୁନ ସମ୍ମାନ ପାଇଁ ଆକାଶଦୀପ ସିଂ, ଚିଙ୍ଗଲସାନା ସିଂ କାଙ୍ଗୁଜାମ ଓ ଦୀପିକା ଠାକୁରଙ୍କ ନାମକୁ ସୁପାରିସ କରିଛନ୍ତି ।

ସେହିପରି ମେଜର ଧ୍ୟାନଚାନ୍ଦ ସମ୍ମାନ ପାଇଁ ହକି ଇଣ୍ଡିଆ ଆରପି ସିଂ ଓ ସନ୍ଦିପ କୌରଙ୍କ ନାମକୁ ମଧ୍ୟ ସୁପାରିସ କରିଛି । ସେପଟେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ ବଲଜିତ ସିଂ, ବିଏସ ଚୌହାନ ଓ ରୋମେଶ ପଠାଣିଆଙ୍କ ନାମକ ସୁପାରିସ କରାଯାଇଛି ।

ଏନେଇ ହକି ଇଣ୍ଡିଆର ସାଧାରଣ ସମ୍ପାଦକ ରାଜିନ୍ଦର ସିଂ କହିଛନ୍ତି ଯେ ଏହି ଜାତୀୟ ସ୍ତରର ସମ୍ମାନ ଜନକ ପାଇଁ ହକି ଖେଳାଳି ଓ ପୂର୍ବତନ ହକି ଖେଳାଳିଙ୍କ ନାମକୁ ସୁପାରିସ କରାଯାଇଥିବାରୁ ଆମମାନେ ବହୁତ ଖୁସି । ଏହି ଖେଳାଳିମାନେ ଭାରତୀୟ ହକିକୁ ବହୁତ କିଛି ଦେଇଛନ୍ତି । ଭାରତୀୟ ହକିକୁ ଏକ ଉଚ୍ଚ ସ୍ତରରେ ପହଞ୍ଚାଇବା ପାଇଁ ଏମାନଙ୍କର ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ ।

ସୂଚନା ଯୋଗ୍ୟ ପିଆର ଶ୍ରୀଜେସ କେରଳର ଜଣେ ଉଦୀୟମାନ ହକି ତାରକା । ସେ ଭାରତୀୟ ଦଳରେ ଏକ ଶ୍ରେଷ୍ଠ ଗୋଲକିପର ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି । 2006 ମସିହାରୁ ସେ ଭାରତୀୟ ଦଳରେ କ୍ରମାଗତ ଭାବେ ନିଜର ଦାୟିତ୍ବକୁ ତୁଲାଇ ଆସୁଛନ୍ତି । 2006 ମସିହାରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିବା ସାଉଥ ଏସିଆନ ଗେମ୍ସ ମାଧ୍ୟମରେ ଭାରତୀୟ ଦଳରେ ଅନ୍ତର୍ଜାତୀୟ ହକିରେ ପଦାର୍ପଣ କରିଥିଲେ । ପରେ ସେ 2008 ମସିହାରେ ଜୁନିୟର ଏସିଆ କପରେ ଶ୍ରେଷ୍ଠ ଗୋଲକିପର ପୁରସ୍କାର ହାତେଇଥିଲେ ।

ପରେ ଏସିଆ କପରେ ସେ ବେଷ୍ଟ ଗୋଲକିପର ଅଫ ଟୁର୍ଣ୍ଣମେଣ୍ଟ ପୁରସ୍କାର ମଧ୍ୟ ହାତେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାତେଇ ଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.