ETV Bharat / sports

ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ସପକ୍ଷରେ ଯୁକ୍ତି ବାଢିଲେ ଶ୍ରୀଜେଶ

author img

By

Published : Aug 10, 2021, 4:54 PM IST

ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ନାମରେ 'ଖେଳରତ୍ନ' ପୁରସ୍କାର ନାମିତ ହେବାପରେ ଖୁସିବ୍ୟକ୍ତ କରିଛନ୍ତି ଭାରତୀୟ ପୁରୁଷ ହକି ଟିମର ଗୋଲ୍‌କିପର ପିଆର ଶ୍ରୀଜେଶ । ଅଧିକ ପଢନ୍ତୁ...

Dhyan Chand is deserving of Bharat Ratna, says  PR Sreejesh
ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ଦେବାକୁ କହିଲେ ଶ୍ରୀଜେଶ

ନୂଆଦିଲ୍ଲୀ: ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ନାମରେ 'ଖେଳରତ୍ନ' ପୁରସ୍କାର ନାମିତ ହେବାପରେ ଖୁସିବ୍ୟକ୍ତ କରିଛନ୍ତି ଭାରତୀୟ ପୁରୁଷ ହକି ଟିମର ଗୋଲ୍‌କିପର ପିଆର ଶ୍ରୀଜେଶ । ଜଣେ ଖେଳାଳି ଭାବେ ଏହା ଗର୍ବର ମୂହୂର୍ତ୍ତ ବୋଲି କହିଛନ୍ତି ଶ୍ରୀଜେଶ । ଶ୍ରୀଜେଶ କହିଛନ୍ତି, 'ଦାଦା ଧ୍ୟାନଚାନ୍ଦ ଭାରତ ରତ୍ନ ପାଇବାକୁ ଉପଯୁକ୍ତ ବ୍ୟକ୍ତି । ଜଣେ ହକି ଖେଳାଳି ଭାବେ ଏହା ଗୌରବ ମୂହୂର୍ତ୍ତ ଯେ, ବର୍ତ୍ତମାନ ତାଙ୍କ ନାମରେ ଖେଳରତ୍ନ ନାମିତ ହୋଇଛି ।"

୩ ଥରର ଅଲମ୍ପିଆନ ଶ୍ରୀଜେଶ ଆହୁରି କହିଛନ୍ତି, " ଆମେ ଅନେକ ବର୍ଷ ଧରି ଏଥିପାଇଁ ଅପେକ୍ଷା କରିଥିଲୁ । ଯେତେବେଳେ ଖେଳାଳିଟିଏ ହକି ଖେଳିବା ଆରମ୍ଭ କରେ, କେବଳ ଗୋଟିଏ କଥା ମନରେ ଥାଏ ଯେ ଯେବେବି ଅଲମ୍ପିକ ଖେଳିବାକୁ ଯିବୁ ପଦକ ବିଜୟୀ ହୋଇ ଫେରିବୁ । ଏବେ ଟିମ ବ୍ରୋଞ୍ଜ ପଦକ ଜିତି ଫେରିଛି । ଏହା ସମସ୍ତଙ୍କ ପ୍ରଶ୍ନର ଉତ୍ତର ଥିଲା । ଭବିଷ୍ୟତରେ ଯେଉଁମାନେ ମଧ୍ୟ ହକି ଖେଳିବେ ଅଲମ୍ପିକ୍‌ରେ ପଦକ ଜିତିବାକୁ ସ୍ବପ୍ନ ଦେଖିବେ ।"

ଜର୍ମାନୀ ବିପକ୍ଷ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ୧୩ଟି ପେନାଲିଟି କର୍ଣ୍ଣରକୁ ରୋକିଥିଲେ ଶ୍ରୀଜେଶ । ବ୍ରୋଞ୍ଜ ପଦକ ମ୍ୟାଚର ଶେଷ ସେକେଣ୍ଡରେ ୧୩ତମ ପେନାଲିଟି କର୍ଣ୍ଣରକୁ ଅଟକାଇ ଭାରତର ବ୍ରୋଞ୍ଜ ବିଜୟରେ ମୋହର ମାରିଥିଲେ । ଫଳରେ ୫-୪ରେ ମେନ ଇନ ବ୍ଲୁ ଜର୍ମାନ ଟିମକୁ ହରାଇବାରେ ସଫଳ ହୋଇଥିଲା ।

୧୯୮୦ ମସ୍କୋ ଅଲମ୍ପିକ ପରେ ଏହା ଭାରତର ପ୍ରଥମ ପଦକ । ଶେଷ ମିନିଟର ପେନାଲିଟି କର୍ଣ୍ଣରକୁ ନେଇ ଶ୍ରୀଜେଶ କହିଛନ୍ତି, "ସଂପୂର୍ଣ୍ଣ ମ୍ୟାଚ୍‌ ମୋ ଜୀବନର ସବୁଠୁ ଗୁରୁତ୍ବପୂର୍ଣ୍ଣ ସେକେଣ୍ଡ ଥିଲା, ଏହା ଗୁରୁତ୍ବ ରଖେନି ଶେଷ ମିନିଟ ଗୋଲ୍‌ କିମ୍ବା ପ୍ରଥମ ମିନିଟ ଗୋଲ୍‌, ଯଦି ପରାଜୟ ମିଳେ ତୁମେ ପରାଜିତ । ମ୍ୟାଚ୍‌ର ସଂପୂର୍ଣ୍ଣ ୬୦ ମିନିଟ ଫୋକସ ରଖିବାକୁ ପଡେ, ଯେତେବେଳେ ପ୍ରତିପକ୍ଷ ଟିମ ଶେଷ ମିନିଟରେ ପେନାଲିଟ କର୍ଣ୍ଣର ହାସଲ କରେ ଏହା ଅଧିକ ଅତିରିକ୍ତ ଚାପ ସୃଷ୍ଟି କରିଥାଏ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.