ETV Bharat / sports

ଆମେରିକୀୟ ମହିଳା ଫୁଟବଲ ଖେଳାଳି ଆଲେକ୍ସ ମୋର୍ଗାନ କୋରୋନା ଆକ୍ରାନ୍ତ

author img

By

Published : Jan 6, 2021, 7:30 PM IST

କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଆମେରିକୀୟ ମହିଳା ଫୁଟବଲ ଖେଳାଳି ଆଲେକ୍ସ ମୋର୍ଗାନ। ଖୁବଶୀଘ୍ର ସୁସ୍ଥ ହୋଇ ପଡ଼ିଆକୁ ଫେରିବେ ବୋଲି ସେ କହିଛନ୍ତି। ଅଧିକ ପଢ଼ନ୍ତୁ..

United States forward Alex Morgan COVID-19 infected
ଆମେରିକୀୟ ମହିଳା ଫୁଟବଲ ଖେଳାଳି ଆଲେକ୍ସ ମୋର୍ଗାନ କୋରୋନା ଆକ୍ରାନ୍ତ

ନ୍ୟୁ ୟର୍କ: ମାରାତ୍ମକ କୋରୋନା ଭାଇରସରେ ଆକ୍ରାନ୍ତ ହେଲେ ଆମେରିକୀୟ ମହିଳା ଫୁଟବଲ ଖେଳାଳି ଆଲେକ୍ସ ମୋର୍ଗାନ। ଏହାକୁ ନେଇ ବୁଧବାର ଆମେରିକାର ଫରୱାର୍ଡ ଖେଳାଳି ଆଲେକ୍ସ ମୋର୍ଗାନ ସୂଚନା ଦେଇଛନ୍ତି। ଗତବର୍ଷ ଡିସେମ୍ବର ମାସରେ ସେ ନିଜ ପରିବାର ସହ କାଲିଫର୍ଣ୍ଣିଆରେ ଛୁଟି କାଟୁଥିଲେ। ଏହି ସମୟରେ ସେ କୋରୋନା ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରିଛନ୍ତି ଆଲେକ୍ସ।

ୟୁନାଇଟେଡ କିଙ୍ଗଡମର ଟୋଟେନହାମରେ ମହିଳା ସୁପର ଲିଗରେ ଶେଷ ଥର ପାଇଁ ନଜର ଆସିଥିଲେ ଆଲେକ୍ସ ମୋର୍ଗାନ। ଏହାପରେ ସେ ଗତ 2ରୁ 3ଦିନ ହେବ ଜାତୀୟ ଦଳରେ ଯୋଗ ଦେଇ ଅଭ୍ୟାସ ଜାରି ରଖିଥିଲେ। ତେବେ ଅଭ୍ୟାସ ଶିବିରରେ ଯୋଗ ଦେବା ପୂର୍ବରୁ ତାଙ୍କର କୋରୋନା ଯାଞ୍ଚ କରାଯାଇଥିଲା। ଆଜି(ବୁଧବାର) ତାଙ୍କ କୋରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି।

31 ବର୍ଷୀୟ ଆଲେକ୍ସ ମୋର୍ଗାନ ଦୁଇଥର ବିଶ୍ବ ବିଜେତା ଦଳର ଅଂଶ ରହି ଆସିଛନ୍ତି। 2019 ଫ୍ରାନ୍ସରେ ହୋଇଥିବା ମହିଳା ବିଶ୍ବକପରେ ସେ 6ଟି ଗୋଲ ଦେଇ ଚର୍ଚ୍ଚାରେ ରହିଥିଲେ। ବର୍ତ୍ତମାନ ସେ ଓ ତାଙ୍କ ପରିବାରକୁ ଆଇସୋଲେସନରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜର କୋରୋନା ଯାଞ୍ଚ କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ଯଥାଶୀଘ୍ର ଏହି ମାରାତ୍ମକ ଭାଇରସରୁ ସେ ମୁକ୍ତ ହେବେ ବୋଲି ଫ୍ୟାନ୍ସଙ୍କୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.