ETV Bharat / sports

World Cup 2023: ଆୟରଙ୍କ ଉପରକୁ ବଲ ଫିଙ୍ଗିଲେ ହାରିସ, ଲାଇଭ୍‌ ଦେଖିଲେ 3.5 କୋଟି ଦର୍ଶକ

author img

By ETV Bharat Odisha Team

Published : Oct 15, 2023, 12:58 PM IST

ଆଇସିସି ବିଶ୍ବକପ ଚଳିତ ସଂସ୍କରଣରେ ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି । ଏହି ମ୍ୟାଚରେ କିଛି ଅଜବ ଗଜବ ଘଟଣା ଦେଖିବାକୁ ମିଳିଛି । ଜାଣିବାକୁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର ।

World Cup 2023
World Cup 2023

ଅହମ୍ମଦାବାଦ: କ୍ରିକେଟର ସବୁଠୁ ହାଇଭୋଲ୍ଟେଜ ମ୍ୟାଚ୍‌ ଭାରତ ବନାମ ପାକିସ୍ତାନ । ଏହି ମ୍ୟାଚକୁ ଦେଖିବାକୁ ସମଗ୍ର ବିଶ୍ବବାସୀଙ୍କ ମନରେ ଉତ୍ସାହ ରହିଥାଏ । ଚଳିତ ବିଶ୍ବକପର 12ତମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ 7 ୱିକେଟ୍‌ରେ ଐତିହାସିକ ବିଜୟ ହାସଲ କରିଛି ରୋହିତ ବାହିନୀ । ମ୍ଯାଚରେ କିଛି ଅଜବଗଜବ ଘଟଣା ଦେଖିବାକୁ ମିଳିଥିଲା । କୋହଲି ଭୁଲ୍‌ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବା, ଆୟର ଉପରକୁ ହାରିସଙ୍କ ବଲ ଫିଙ୍ଗିବାଠୁ ନେଇ ଇମାମଙ୍କୁ ଆଉଟ କରିବା ପୂର୍ବରୁ ପାଣ୍ଡ୍ୟାଙ୍କ ମନ୍ତ୍ର ପାଠ କରିବା ଯାଏଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

8-0 ମିଶନ ସଫଳ: ବିଶ୍ବକପ ମ୍ୟାଚରେ ଏଯାବାଦ ପାକିସ୍ତାନ ବିପକ୍ଷରେ ଭାରତ ଅପରାଜେୟ ରହିଛି । ପୂର୍ବରୁ ବିଶ୍ବକପର 7ଟି ମ୍ୟାଚରେ ଭାରତ ପାକିସ୍ତାନ ବିପକ୍ଷରେ ଜିତିଥିଲା । ଚଳିତ ବିଶ୍ବକପରେ 8-0 ଲକ୍ଷ୍ୟ ନେଇ କ୍ରିଜକୁ ଓହ୍ଲାଇଥିବା ଭାରତ ତାର ମିଶନରେ ସଫଳ ହୋଇଛି । ବିଶ୍ବକପରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଏକପାଖିଆ ମ୍ୟାଚ ଜିତିବାରେ ଏହା ଦ୍ବିତୀୟ । ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ 8-0ରେ ଜିତିଥିଲା ।

ମନ୍ତ୍ର ଜପି ଇମାମଙ୍କୁ ପାଭିଲିୟନ ପଠାଇଲେ ପାଣ୍ଡ୍ୟା: ଭାରତୀୟ ଅଲରାଉଣ୍ଡରେ ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମ୍ୟାଚରେ ଘାତକ ସାବ୍ୟସ୍ତ ହୋଇଛନ୍ତି । 13ତମ ଓଭରର ଦ୍ବିତୀୟ ବଲରେ ପାକିସ୍ତାନ ଓପନର ଇମାମ ଉଲ ହକଙ୍କୁ ପାଭିଲିୟନ ପଠାଇଥିଲେ । ଏହା ପୂର୍ବରୁ ସେ ବଲକୁ ଧରି କିଛି ମନ୍ତ୍ର ଜପି ଥିବା ଦେଖିବାକୁ ମିଳିଥିଲା । କଣ ମନ୍ତ୍ର ଜପିଥିବା ପ୍ରଶ୍ନରେ ପାଣ୍ଡ୍ୟା କହିଥିଲେ ସେମିତି କିିଛି ନାହିଁ ମୁଁ ମୋ ନିଜକୁ ଉତ୍ସାହିତ କରୁଥିଲି ଏବଂ ବୋଲିଂ ଉପରେ ଫୋକସ କରୁଥିଲି ।

ଭୁଲ ଜର୍ସି ପିନ୍ଧିଲେ ବିରାଟ: ଭାରତୀୟ ବ୍ୟାଟିଂ କିଙ୍ଗ୍‌ ବିରାଟ କୋହଲି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଏକ ଭୁଲ କରି ଦେଇଥିବା ଦେଖିବାକୁ ମିଳିଛି । ମ୍ୟାଚ୍‌ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ବେଳେ ବିରାଟ କୋହଲି ଭୁଲ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ବିଶ୍ବକପ ପାଇଁ ଭାରତର ଜର୍ସି କାନ୍ଧରେ ତ୍ରିରଙ୍ଗାର ଟ୍ରାଇ କଲର ଷ୍ଟ୍ରିପ୍‌ ରହିଛି । ମାତ୍ର କୋହଲି ପୂର୍ବରୁ ଧଳା ଷ୍ଟ୍ରିପ ଥିବା ଜର୍ସି ପିନ୍ଧି ଥିବା ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ କୋହଲି ଜର୍ସି ବଦଳାଇ ଦେଇଥିଲେ ।

ଆୟର ଉପରକୁ ବଲ ଫିଙ୍ଗିଲେ ହାରିସ: ଭାରତ ବିଜୟ ଲକ୍ଷ୍ୟ ନିକଟତର ହେଉଥାଏ । 1 ଲକ୍ଷ 32 ହଜାର ଦର୍ଶକ ଭରା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଥାଏ ସେଲିବ୍ରେସନ । କ୍ରିଜରେ ଥାଆନ୍ତି ଶ୍ରେୟାସ ଆୟର ଓ ରୋହତ ଶର୍ମା । ସେପଟେ ବିକଳରେ ତାଟିଆ କାମୁଡିଲା ପରି ହେଉଥାଏ ପାକିସ୍ତାନ କାରଣ ସେ ଜାଣି ସାରିଥିଲା ମ୍ୟାଚ୍‌ ତା ହାତରୁ ଖସି ଯାଇଛି । ଭାରତର ସ୍କୋର 80/2 ହୋଇଥାଏ । ଏହି ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ପାକିସ୍ତାନ ବୋଲର ହାରିଶ ରୌଫ ଅଫଷ୍ଟମ୍ପ ବାହାରେ ବଲ ପକାଇଥିଲେ । ଆୟର ବଲକୁ ସିଧା ମାରିଥିଲେ । ଫଲୋଥ୍ରୁରେ ବଲ ଧରି ହାରିସ ଆୟରଙ୍କ ଉପରକୁ ବଲ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...Cricket World Cup 2023: ରୋହିତ-ଆୟରଙ୍କ ଦମଦାର ପାଳି, ୭ ୱିକେଟ୍‌ରେ ପାକ୍‌ ବିଜୟ କଲା ଭାରତ

ଏହି ବି ପଢନ୍ତୁ...World Cup 2023: ଭାରତ-ପାକ୍ ମହାଲଢେଇ, ଏକାସଙ୍ଗରେ 'ବନ୍ଦେ ମାତରମ' ଗାଇଲେ 1.32 ଲକ୍ଷ ଫ୍ୟାନ୍ସ

2023ରେ 2011ର ପୂନରାବୃତ୍ତି: ପାକିସ୍ତାନ ବିପକ୍ଷରେ 2023 ବିଶ୍ବକପ ମ୍ୟାଚରେ ଭାରତର ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା 2ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଏହାପୂର୍ବରୁ 2011 ସେମିଫାଇନାଲରେ ମଧ୍ୟ ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଜାହିର ଖାନ, ଆଶିଷ ନେହେରା, ମୁନାଫ ପଟେଲ, ହରଭଜନ ସିଂହ ଓ ଯୁବରାଜ ସଂହ 2ଟି ଲେଖାଏଁ ୱିକେଟ ନେଇଥିଲେ । 2023ରେ 2011ର ପ୍ରଦର୍ଶନ ରିପିଟ୍‌ ହୋଇଛି ।

ପାକିସ୍ତାନର ଛକା ଶୂନ୍ୟ ପାଳି: ଚଳିତ ବିଶ୍ବକପର ପ୍ରଥମ 2 ମ୍ୟାଚ୍‌ ଜିତିଥିବା ପାକିସ୍ତାନ ତାର ତୃତୀୟ ମ୍ୟାଚରେ ଫେଲ୍‌ ମାରିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତଠୁ 7 ୱିକେଟରେ ପରାସ୍ତ ହୋଇଛି ପାକିସ୍ତାନ । ଏହି ମ୍ୟାଚରେ ପାକିସ୍ତାନ ଗୋଟିଏ ବି ଛକା ମାରିନଥିଲା । ଦଳ ପକ୍ଷରୁ ଅଧିନାୟକ ବାବର ଆଜମ କେବଳ 50 ରନ କରିଥିଲେ । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ରିଜୱାନ 49 ରନ କରିଥିଲେ । ପାକିସ୍ତାନ 42.5 ଓଭର ଖେଳି 191 ରନ୍‌ କରିଥିଲା । ପାକିସ୍ତାନ ପାଳିରେ ମୋଟ 26ଟି ଚୌକା ଥିଲା ମାତ୍ର ଗୋଟିଏ ବି ଛକା ଦେଖିବାକୁ ମିଳିନଥିଲା ।

ସିଧାପ୍ରସାରଣ ଦେଖିଲ 3.5 କୋର୍ଟ ଦର୍ଶକ: କ୍ରିକେଟରେ ଭାରତ ପାକିସ୍ତାନ ମ୍ୟାଚ ଦେଖିବାକୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଥାଏ । ଆଇସିସି ଦିନିକିଆ ବିଶ୍ବକପ 2023ରେ ଏହା ପ୍ରମାଣିତ ହୋଇଛି । ଚଳିତ ବିଶ୍ବକପରେ 12ତମ ମ୍ୟାଚ ପାରମ୍ପିରକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ଓ ଭାରତ ମଧ୍ୟରେ ଖେଳାଯାଇଥିଲା । 1 ଲକ୍ଷ 30 ହଜାର ଲୋକ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ୍‌କୁ ଉପଭୋଗ କରିଥିଲେ । କିନ୍ତୁ ଓଟିଟି ଫ୍ଲାଟଫର୍ମରେ ଏହା ରେକର୍ଡ ଭଙ୍ଗିଥିଲା । ହଟଷ୍ଟାରରେ ଏହି ମ୍ୟାଚର ସିଧାପ୍ରସାରଣ ପ୍ରାୟ 3.5 କୋଟି ଲୋକ ଦେଖିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.