ETV Bharat / sports

ବିଶ୍ବକପ 2023 ଫାଇନାଲ: ଏଥର କିଏ ହେବ ସେଞ୍ଚୁରୀ କିଙ୍ଗ୍, ଭାରତୀୟ ଯୁବ ବ୍ୟାଟରଙ୍କ ଉପରେ ନଜର

author img

By ETV Bharat Odisha Team

Published : Nov 19, 2023, 10:39 AM IST

ଏଥର ବିଶ୍ବକପ ଫାଇନାଲରେ କିଏ ମାରିବ ଶତକ । ଅଷ୍ଟ୍ରେଲିଆ ଦଳର ଖେଳାଳି ନା ଭାରତର ଖେଳାଳି କିଏ ହେବ ସେଞ୍ଚୁରୀ କିଙ୍ଗ୍‌ । ତାହା ଉପରେ ସାରା ଦେଶର ନଜର ରହିଛି । ଅଧିକ ପଢନ୍ତୁ

ବିଶ୍ବକପ 2023
World Cup 2023 Final

ହାଇଦ୍ରାବାଦ: କ୍ରିକେଟ ମହାସମର ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆଉ କିଛି ଘଣ୍ଟାର ଅପେକ୍ଷା । ଦୁନିଆ ଦେଖିବ ବ୍ୟାଟ୍‌ ବଲ ମଧ୍ୟରେ ଆଉ ଏକ ବିଶ୍ବଯୁଦ୍ଧ । 20 ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ବକପ ଫାଇନାଲ ଫାଇଟ । ମୋଦି ଷ୍ଟାଡିୟମରେ ହେବ ମହାମୁକାବିଲା । ଆଉ 3 ଘଣ୍ଟା 38 ମିନିଟ 40 ସେକେଣ୍ଡ ବାକି ରହିଛି । ତେବେ ଏଥର ବିଶ୍ବକପ ଫାଇନାଲରେ କିଏ ମାରିବ ଶତକ । ଭାରତୀୟ ଦଳର ଖେଳାଳି ନା ଅଷ୍ଟ୍ରେଲିଆ ଦଳର ପ୍ଲେୟାର ବନିବେ ସେଞ୍ଚୁରୀ କିଙ୍କ୍ । ସପ୍ତମ ଖେଳାଳି ଭାବେ ବିଶ୍ବକପ ଫାଇନା ଫାଇଟରେ କିଏ ହେବେ ଶତକହାସଲକାରୀ ଖେଳାଳି । ପୂର୍ବ ରେକର୍ଡ ଅନୁସାରେ ଅଧିନାୟକ ଭାବେ 2 ଜଣଙ୍କ ନାମରେ ଶତକ ରହିଛି । ଏଥର ହିଟମ୍ୟାନ କରିବେ କି ଶତକ । ଅଧିକନାୟକ ଭାବେ ବିଶ୍ବକପ ଫାଇନାଲରେ ଶତକ ହାସଲ କରି ଇତିହାସ ରଚିବେ କି ରୋହିତ । ତେବେ ନଜର ପକାନ୍ତୁ ବିଶ୍ବକପ ଫାଇନାଲରେ ଶତକ ହାସଲ କରିଥିବା କିଛି ଖେଳାଳିଙ୍କ ଉପରେ ।

ବିଶ୍ବକପ 1975 ସାର କ୍ଲାଇଭ ଲର୍ଡ 102 ବନାମ ଅଷ୍ଟ୍ରେଲିଆ

1975ରେ ଦିନିକିଆ କ୍ରିକେଟ ବିଶ୍ବକପ ଆରମ୍ଭ ହୋଇଥିଲା । ବିଶ୍ବକପ ପ୍ରଥମ ସଂସ୍କରଣର ଫାଇନାଲ ଲର୍ଡରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିଲା । 60 ଓଭର ଖେଳରେ ୱେଷ୍ଟଇଣ୍ଡିଜ 291 ରନ କରିଥିଲା । ଏଥିରେ ଇଣ୍ଡିଜ ଦଳର ସାର କ୍ଲାଇଭ ଲର୍ଡ 85 ବଲରେ 102 ରନ କରିଥିଲେ । ସେଥିରେ 12ଟି ଚୌକା ଓ 2ଟି ଛକା ରହିଥିଲା । ଅଷ୍ଟ୍ରେଲିଆ 274ରନରେ ଆଲଆଉଟ ହୋଇଥିଲା । ପ୍ରଥମ ବିଶ୍ବକପ ସଂସ୍କରଣରେ ୱେଷ୍ଟ ଇଣ୍ଡିଜ ଚମ୍ପିଆନ୍‌ ହୋଇଥିଲା ।

ବିଶ୍ବକପ 1979 ଭିଭ ରିଚାର୍ଡ 138 ନଟଆଉଟ ବନାମ ଇଂଲଣ୍ଡ

ବିଶ୍ବକପ 1979ର ଫାଇନାଲ୍‌ ଫାଇଟ ୱେଷ୍ଟ ଇଣ୍ଡିଜ୍‌ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ୱେଷ୍ଟ୍‌ ଇଣ୍ଡିଜ୍‌ର ଭିଭିଆନ୍‌ ରିଚାର୍ଡ 157 ବଲରେ 138 ନଟଆଉଟ ରହିଥିଲେ । ସେଥିରେ 11ଟି ଚୌକା ଓ 3ଟି ଛକା ରହିଥିଲା । ଏହି ସଂସ୍କରଣରେ ଲଗାତାର ଦ୍ବିତୀୟ ଥର ଚମ୍ପିଆନ ହୋଇଥିଲା ୱେଷ୍ଟ ଇଣ୍ଡିଜ ।

ବିଶ୍ବକପ 1996 ଅରବିନ୍ଦ ଡି ସିଲଭା 107 ନଟଆଉଟ ବନାମ ଅଷ୍ଟ୍ରେଲିଆ

ବିଶ୍ବକପ ଫାଇନାଲ ଷଷ୍ଠ ସଂସ୍କରଣ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 7 ୱିକେଟ ହରାଇ 241ରନ କରିଥିଲା । ଶ୍ରୀଲଙ୍କାର ଅରବିନ୍ଦ ଡି ସିଲଭା 124ବଲରେ 107ର ଦମଦାର ଇନିଂସ ଖେଳିଥିଲେ । ସେଥିରେ 13ଟି ଚୌକା ରହିଥିଲା । ଏହି ସଂସ୍କରଣରେ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ଚମ୍ପିଆନ ହୋଇଥିଲା । 46.3 ଓଭରରେ ଦଳ 3ଟି ୱିକେଟ ହରାଇ 243ରନ କରିଥିଲା ।

ବିଶ୍ବକପ 2003: ରିଙ୍କିଂ ପଣ୍ଟିଂ 140 ନଟ୍‌ଆଉଟ୍‌ ବନାମ ଭାରତ୍‌

20 ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । 2003 ବିଶ୍ବକପ ଫାଇନାଲରେ ରିକି ପଣ୍ଟିଂ ଭାରତ ବିପକ୍ଷରେ ଶତକ ହାସଲ କରିଥିଲେ । 121 ବଲରେ 140 ରନ କରି ଅପରାଜିତ ରହିଥିଲେ । ସେଥିରେ 8ଟି ଛକା ଓ 4ଟି ଚୌକା ସାମିଲ ଥିଲା । ଅଷ୍ଟ୍ରେଲିଆ 2ଟି ୱିକେଟ୍‌ ହରାଇ 359 ରନ୍‌ କରିଥିଲେ । ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତ 234 ରନ୍‌ କରିଥିଲେ । ଅଷ୍ଟ୍ରେଲିଆ 125ରନରେ ବିଜୟୀ ହୋଇଥିଲା । ଅପରାଜିତ ଶତକ ପାଇଁ ରିଙ୍କି ପଣ୍ଟିଂ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ବିଶ୍ବକପ 2007: ଆଡମ ଗିଲଖ୍ରୀଷ୍ଟ 149 ବନାମ ଶ୍ରୀଲଙ୍କା

ବିଶ୍ବକପ ନବମ ସଂସ୍କରଣ ପ୍ରଥମ ଥର ପାଇଁ ୱେଷ୍ଟ ଇଣ୍ଡିଜରେ ଖେଳାଯାଇଥିଲା । ଫାଇନାଲ ମ୍ୟାଚ୍‌ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓପନର ଆଡମ ଗିଲଖ୍ରୀଷ୍ଟ 104ବଲରେ 149ର ପାଳି ଖେଳିଥିଲେ । ଯାହା ବିଶ୍ବପକପ ଫାଇନାଲର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ଥିଲା । 13ଟି ଚୌକା ଓ 8ଟି ଛକା ରହିଥିଲା । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ 38 ଓଭରରେ ଅଷ୍ଟ୍ରେଲିଆ 4 ୱିକେଟ୍‌ ହରାଇ 281 ରନ୍‌ କରିଥିଲା । ଜବାବରେ ଶ୍ରୀଲଙ୍କା 6 ୱିକେଟ୍‌ ହରାଇ 215 ରନ କରିଥିଲା । 53 ରନ ବିଜୟ ସହ ଲଗାତାର ତୃତୀୟ ଥର ପାଇଁ ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିଲା ।

ବିଶ୍ବକପ 2011: ମାହେଲା ଜୟୱର୍ଦ୍ଧନେ 103 ନଟଆଉଟ୍‌

ଭାରତ ଓ ଶ୍ରୀଲଙ୍କା ମଧ୍ଯରେ ବିଶ୍ବକପ 2011 ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ଶ୍ରୀଲଙ୍କାର ମାହେଲା ଜୟସୁରିଆ ଶତକ ହାସଲ କରିଥିଲେ । ସେ 88ବଲରେ 103ରେ ଅପରାଜିତ ରହିଥିଲେ । ଏହି ସଂସ୍କରଣରେ ଭାରତ ଚମ୍ପିଆନ ହୋଇଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନରେ ଭାରତ ଶ୍ରୀଲଙ୍କାକୁ 4 ୱିକେଟରେ ହରାଇ ଦ୍ବିତୀୟ ଥର ପାଇଁ ଟ୍ରଫି ହାତେଇଥିଲା । ଫଳରେ ଜୟସୁରିଆଙ୍କ ଶତକ ବୃଥା ହୋଇଥିଲା ।

ଏହା ବି ପଢନ୍ତୁ...World Cup 2023 Final: 'ଯଦି ଫ୍ରଣ୍ଟ ଲାଇନ ବୋଲର ଆହତ ହେଲେ ଭାରତକୁ ସଂଘର୍ଷ କରିବାକୁ ପଡିବ'

ଦୁଇ ଅଧିନାୟକଙ୍କ ନାମରେ ଅଛି ଶତକ: ଏଯାବତ ବିଶ୍ବକପ ଫାଇନାଲରେ ଶତକ ହାସଲ କରିବାରେ ଦୁଇ ଅଧିନାୟକ ରେକର୍ଡ କରିଛନ୍ତି । 2003 ବିଶ୍ବକପ ଫାଇନାଲରେ ରିଙ୍କି ପଏଣ୍ଟି ଶତକ ହାସଲ କରିଥିଲେ । ସେହିପରି 1975 ବିଶ୍ବକପ ଫାଇନାଲରେ ସାର କ୍ଲାଇଭ ଲର୍ଡ ଶତକ ହାସଲ କରିଥିଲେ । ଏଥର ରୋହିତ ଶର୍ମାଙ୍କ ଉପରେ ନଜର ରହିଛି । ସେ ଶତକ ହାସଲ କରନ୍ତୁ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

ଏଥର କିଏ ମାରିବ ଶତକ: ଏବେ ସମସ୍ତଙ୍କ ନଜର ବିଶ୍ବକପ 2023 ଫାଇନାଲ ଉପରେ । ଯେଉଁଥିରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ଦୁଇ ଦଳରେ ଯୁବ ବ୍ୟାଟର ରହିଛନ୍ତି । ଭାରତୀୟ ଦଳରେ ରୋହିତ ଶର୍ମା, ବିରାଟ କୋହଲି, ଶୁଭମନ ଗିଲ, କେଏଲ ରାହୁଲ ଶ୍ରେୟାର ଆୟର ସମସ୍ତଙ୍କ ପ୍ରଦର୍ଶନ ଭଲ ରହିଛି । ସେହିପରି ଅଷ୍ଟ୍ରେଲିଆ ଦଳରେ ଡେଭିଡ ୱାର୍ଣ୍ଣର, ଷ୍ଟିଭ ସ୍ମିଥ ଟ୍ରେଭିସ ହେଡ ଓ ଗ୍ଲେଲ ମ୍ୟାକ୍ସୱେଲଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି । ତେବେ ଫାଇନାଲରେ କିଏ ଶତକ ହାସଲ କରୁଛି ତାହା ଉପରେ ନଜର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.