ବିଶ୍ୱକପ୍ 2023 ଫାଇନାଲ: 'ଯଦି ଫ୍ରଣ୍ଟ ଲାଇନ ବୋଲର ଆହତ ହେଲେ ଭାରତକୁ ସଂଘର୍ଷ କରିବାକୁ ପଡିବ'

ବିଶ୍ୱକପ୍ 2023 ଫାଇନାଲ: 'ଯଦି ଫ୍ରଣ୍ଟ ଲାଇନ ବୋଲର ଆହତ ହେଲେ ଭାରତକୁ ସଂଘର୍ଷ କରିବାକୁ ପଡିବ'
ପୂର୍ବତନ ଭାରତୀୟ କ୍ରିକେଟର ୟଜୁରବିନ୍ଦ୍ର ସିଂହ ଇଟିଭି ଭାରତକୁ ସାକ୍ଷାତକାର ଦେଇ ଭାରତୀୟ କ୍ରିକେଟ ଦଳର ଦୁର୍ବଳତା ଉପରେ ଆଲୋକପାତ କରିଛନ୍ତି । ଫାଇନାଲ ମୁକାବିଲାରେ ଯଦି ଫ୍ରଣ୍ଟ୍ ଲାଇନ ବୋଲର ଆହତ ହୁଅନ୍ତୁ ତେବେ ଭାରତକୁ ସଂଘର୍ଷ କରିବାକୁ ପଡିବ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ
ହାଇଦ୍ରାବାଦ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ର ଆଜି ଫାଇନାଲ ମୁକାବିଲା ଖେଳାଯିବ । ସୁପର ସଣ୍ଡେରେ ହେବ ସୁପର ଫାଇଟ । ଆଉ କିଛି ଘଣ୍ଟାର ଅପେକ୍ଷା । ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ବିଶ୍ବକପ 2023 ଫାଇନାଲ ପୂର୍ବରୁ ଇଟିଭି ଭାରତକୁ ସାକ୍ଷାତକାର ଦେଇଛନ୍ତି ପୂର୍ବତନ କ୍ରିକେଟର ୟଜୁରବିନ୍ଦ୍ର ସିଂହ । ବୋଲରଙ୍କ ଆହତ ସମସ୍ୟା ଉପରେ ଆଲୋକପାତ କରିଛନ୍ତି ପୂର୍ବତନ କ୍ରିକେଟର । ସେ ସହିଛନ୍ତି ଯଦି ଫ୍ରଣ୍ଟ ଲାଇନ ପେସ୍ ବୋଲର ଆହତ ହୁଅନ୍ତି ତେବେ ଭାରତକୁ ସଂଘର୍ଷ କରିବାକୁ ପଡ଼ିବ । ଭାରତର 6 ନମ୍ବର ବୋଲିଂ ବିକଳ୍ପର ଅଭାବ ଫାଇନାଲରେ କ୍ଷତି ପହଞ୍ଚାଇପାରେ ।
ଇଟିଭି ଭାରତକୁ ସାକ୍ଷାତକାର ଦେଇ ସେ କହିଛନ୍ତି, "ଚଳିତ ସଂସ୍କରଣରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଛି । ସମସ୍ତ ମ୍ୟାଚରେ ରୋହିତଙ୍କର ଭଲ ଅଧିୟନାକତ୍ବ ଦେଖିବାକୁ ମିଳିଥିଲା । ମ୍ଯାନ ଇନ ବ୍ଲ୍ୟୁ ଲିଗ ପର୍ଯ୍ୟାୟଠୁ ନେଇ ସେମିଫାଇନାଲ ସମସ୍ତ ମ୍ୟାଚରେ ବିଜୟୀ ହୋଇଛି । ବିଶ୍ବକପ ପାଇଁ ଆଉ ଗୋଟିଏ ପାଦ ବାକି ରହିଛି । ଫାଇନାଲ ମ୍ୟାଚ୍ରେ ଯଦି ଭାରତର ଫ୍ରଣ୍ଟ ଲାଇନ ବୋଲର ଅର୍ଥାତ ପେସ୍ ବୋଲର ଆହତ ହୁଅନ୍ତି ତେବେ ଭାରତ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । 6 ନମ୍ବର ବୋଲିଂ ବିକଳ୍ପର ଅଭାବରୁ ଭାରତକୁ ଟ୍ରଫି ଟକ୍କରରେ ଅସୁବିଧା ହୋଇପାରେ ।"
ସେ ଆହୁରି କହିଛନ୍ତି,"ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନକୁ ବିଚାରକୁ ନେଲେ ମ୍ୟାଚ୍ ଜିତିବାକୁ ଦଳକୁ ଷଷ୍ଠ ବୋଲିଂ ବିକଳ୍ପର ଆବଶ୍ୟକତା ନାହିଁ । କିନ୍ତୁ ଦଳର ପାଞ୍ଚ ଜଣ ବୋଲରଙ୍କ ମଧ୍ଯରୁ ଜଣେ ବି ଆହତ ହେଲେ ଫାଇନାଲରେ ଭାରତ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । ଆଶା କରୁଛୁ କେହି ଆହତ ନହୁଅନ୍ତୁ । ଆହତ ସମସ୍ୟା ହେଲେ ଷଷ୍ଠ ବୋଲିଂ ବିକଳ୍ପର ଅଭାବ ମ୍ୟାଚ ଫଳାଫଳକୁ ପ୍ରଭାବିତ କରିପାରେ ।"
ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନକୁ ନେଇ ସେ କହିଛନ୍ତି, ଆରମ୍ଭରୁ ରୋହିତ ଶର୍ମା ଦଳକୁ ଏକ ଭଲ ଷ୍ଟାର୍ଟ ଦେଉଛନ୍ତି । ସ୍କୋର୍ ବୋର୍ଡରେ ଦଳୀୟ ସ୍କୋରକୁ ଏକ ମଜଭୁତ ସ୍ତରରେ ପହଞ୍ଚାଇବାରେ ତାଙ୍କ ରଣନୀତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ସ୍ବାଧୀନତାର ସହ ଖେଳିବାକୁ ସେ ପ୍ରେରଣା ଦେଇଛନ୍ତି । ଭାରତୀୟ ଦଳ ପାଇଁ ରୋହିତଙ୍କ ପ୍ଲାନ ବହତୁ ଭଲ କାମ କରୁଛି । ମଧ୍ୟଭାଗରେ ରୋହିତଙ୍କ ନିଷ୍ପତ୍ତି ଫଳପ୍ରଦ ହେବ । 1996 ବିଶ୍ବକପରେ ଶ୍ରୀଲଙ୍କା ସମାନ ରଣନୀତି କରିଥିଲା । ଯଦି ରୋହତି ଶର୍ମା ଏହିପରି ପ୍ରଦର୍ଶନ କରନ୍ତି ତେବେ ମ୍ୟାଚ ଭାରତ ପକେଟକୁ ଆସିପାରେ ।"
ଷ୍ଟାର୍ ବ୍ୟାଟର ବିରାଟ କୋହଲି ଏହି ଟୁର୍ଣ୍ଣାମେଣ୍ଟରେ ଟପ ରନର୍ ରହିଛନ୍ତି । ସର୍ବାଧିକ ଦିନିକିଆ ଶତକ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଫାଇନାଲ ମ୍ୟାଚରେ ତାଙ୍କ ପ୍ରଦର୍ଶନ ଉପରେ ନଜର ରହିବ ବୋଲି କହିଛନ୍ତି ୟଜୁରବିନ୍ଦ୍ର ସିଂହ ।
ୟଜୁରବିନ୍ଦ୍ର ସିଂହ ଭାରତୀୟ ଦଳ ପାଇଁ 4ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏହା ସହିତ ଘରୋଇ କ୍ରିକେଟରେ ସୌରାଷ୍ଟ୍ର ଟ୍ରଫି ମ୍ୟାଚ ଖେଳିଛନ୍ତି ।
