ETV Bharat / sports

ବିଶ୍ବକପ 2023 ଫାଇନାଲ: ତୃତୀୟ ଅଷ୍ଟ୍ରେଲିୟ ଭାବେ ଉପଲବ୍ଧି, ଟ୍ରାଭିସ୍‌ ହେଡ୍‌ଙ୍କ ମୁଣ୍ଡରେ ଶତକ ମୁକୁଟ

author img

By ETV Bharat Odisha Team

Published : Nov 20, 2023, 11:08 AM IST

ଏଥର ବିଶ୍ବକପ ଫାଇନାଲରେ କିଏ ମାରିବ ଶତକ । ଅଷ୍ଟ୍ରେଲିଆ ଦଳର ଖେଳାଳି ନା ଭାରତର ଖେଳାଳି କିଏ ହେବେ ସେଞ୍ଚୁରୀ କିଙ୍ଗ୍‌ ତାର ଉତ୍ତର ମିଳି ସାରିଛି । ଅଷ୍ଟ୍ରେଲିଆର ଟ୍ରାଭିସ୍‌ ହେଡ୍‌ ଶତକ ହାସଲ କରିବା ସହ ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଅଧିକ ପଢ଼ନ୍ତୁ

ବିଶ୍ବକପ 2023 ଫାଇନାଲ
ଟ୍ରାଭିସ ହେଡଙ୍କ ମୁଣ୍ଡରେ ଶତକ ମୁକୁଟ

ହାଇଦ୍ରାବାଦ: ଚଳିତ କ୍ରିକେଟ ବିଶ୍ବକପ 2023କୁ ଚମ୍ପିଆନ୍ ମିଳି ସାରିଛି । ଭାରତରେ ଆୟୋଜିତ ବିଶ୍ବକପ 13ତମ ସଂସ୍କରଣରେ କଙ୍ଗାରୁ ଦଳ ବାଜି ମାରି ନେଇଛି । ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ବକପ ଫାଇନାଲରେ ଭାରତକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ । ବିଶ୍ବକପ ଫାଇନାଲ ଫାଇଟରେ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ ଅଷ୍ଟ୍ରେଲିଆର ଟ୍ରାଭିସ ହେଡ୍ । ତୃତୀୟ ଅଷ୍ଟ୍ରେଲିଆ ବ୍ୟାଟର ଭାବେ ହେଡ୍ ବିଶ୍ବକପ ଫାଇନାଲରେ ଶତକ ହାସଲ କରି ସେଞ୍ଚୁରୀ କିଙ୍ଗ୍‌ ସାଜିଥିଲେ । ଏହା ସହିତ ଅଷ୍ଟ୍ରେଲିଆ ବିଜୟର ସୁତ୍ରଧର ଥିଲେ ଟ୍ରାଭିସ ହେଡ୍ । ବିଶ୍ବକପ 2023 ଫାଇନାଲର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ଟ୍ରାଭିସ ।

241ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ । ଭାରତୀୟ ବୋଲର ପ୍ରାରମ୍ଭରେ ଅଷ୍ଟ୍ରେଲିଆର 3ଟି ୱିକେଟ୍‌ ନେଇ ବିଜୟ ପଥ ତିଆରି କରୁଥିଲେ । ଏହାପରେ କ୍ରିଜ୍‌ରେ ଜମିଥିଲା ଲାବୁସାନ ଓ ଟ୍ରାଭିସ ହେଡଙ୍କ ଯୋଡି । ଏହି ଯୋଡିଙ୍କୁ ଭାଙ୍ଗିବା ଭାରତୀୟ ବୋଲରଙ୍କ ପାଇଁ କଷ୍ଟକର ହୋଇଥିଲା । ଦୁଇ ବ୍ୟାଟର ଅଷ୍ଟ୍ରେଲିଆ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଆହତ ସମସ୍ୟା ପାଇଁ ଅଧିକାଂଶ ମ୍ୟାଚ୍‌ ଖେଳିନଥିଲା ହେଡ୍ ବିଶ୍ବକପ ଫାଇନାଲରେ ଚିତ୍ତାକର୍ଷକ ଶତକ ହାସଲ କରିଥିଲେ । ଦଳକୁ ବିଜୟୀ କରିବାରେ ସୁତ୍ରଧର ଥିଲେ ଟ୍ରାଭିସ ହେଡ୍‌ । ସେ 120 ବଲରେ 137 ରନ ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲେ । ତୃତୀୟ ଅଷ୍ଟ୍ରେଲିଆ ବ୍ୟାଟର ଭାବେ ହେଡ୍ ବିଶ୍ବକପ ଫାଇନାଲରେ ଶତକ ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡରେ ଅଷ୍ଟ୍ରେଲିଆର ରିଙ୍କିଂ ପଣ୍ଟିଂ ଓ ଆଡାମ ଗିଲଖ୍ରୀଷ୍ଟ ଥିଲେ । 2003 ଓ 2007 ବିଶ୍ବକପ ଫାଇନାଲର ଉଭୟ ଶତକୀୟ ପାଳି ଖେଳିଥିଲେ ।

ଏହା ବି ପଢନ୍ତୁ...ବିଶ୍ବକପ୍‌ ୨୦୨୩: ପୁଣି ଭାଙ୍ଗିଲା କୋଟି ଭାରତୀୟଙ୍କ ସ୍ବପ୍ନ, ଟ୍ରଫି ଛଡ଼ାଇ ନେଲେ ଟ୍ରାଭିସ୍‌ ହେଡ୍‌

ମ୍ୟାଚ୍‌ ପରେ ପ୍ରତିକ୍ରିୟା ଦେଇ ଟ୍ରାଭିସ କହିଛନ୍ତି, "ବହୁତ ଖୁସି । ଐତିହାସିକ ସଫଳତାରେ ଦଳର ସଦସ୍ୟ ହୋଇଥିବାରୁ ବହୁତ ଖୁସି । ବିଶ୍ବକପ ଖେଳିବାର ଅନୁଭୂତି ନିଆରା । 3 ୱିକେଟ୍‌ ଯିବା ପରେ ମୁଁ ନର୍ଭସ ଥିଲି ହେଲେ ପରେ ସ୍ଥିତି ସମ୍ଭାଳି ଖେଳିଥିଲି । ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ଠିକ ଥିଲା ।"

ଏହା ବି ପଢନ୍ତୁ...ବିଶ୍ବକପ 2023 ଫାଇନାଲ: ଏଥର କିଏ ହେବ ସେଞ୍ଚୁରୀ କିଙ୍ଗ୍, ଭାରତୀୟ ଯୁବ ବ୍ୟାଟରଙ୍କ ଉପରେ ନଜର

ପ୍ରକାଶ ଥାଉ କି, ବିଶ୍ବକପ 2023 13ତମ ସଂସ୍କରଣର ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଚାଡିୟମରେ ବିଶ୍ବକପ 2023 ଫାଇନାଲ ଫାଇଟ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଅଧିନାୟକ ପାଟ କମିନ୍ସ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ 240 ରନ କରିଥିଲା । 241ରନ ପିଛା କରି କଙ୍ଗାରୁ ଦଳ 4 ୱିକେଟ ହରାଇ 43 ଓଭରରେ ଟାର୍ଗେଟ ହାସଲ କରି ନେଇଥିଲା । ଷଷ୍ଠ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଥିଲା ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଟ୍ରାଭିସ୍‌ ହେଡ୍‌ ଶତକ ହାସଲ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.