ETV Bharat / sports

Women World Cup: ପାକିସ୍ତାନକୁ ହରାଇ ଇତିହାସ ରଚିଲା ବାଂଲାଦେଶ

author img

By

Published : Mar 15, 2022, 6:29 AM IST

ମହିଳା ଦିନିକିଆ ବିଶ୍ବକପରେ ଡେବ୍ୟୁ କରିଥିବା ବାଂଲାଦେଶ ସୋମବାର ପାକିସ୍ତାନକୁ ୯ ରନ୍‌ରେ ହରାଇ ଇତିହାସ ରଚିଛି । ଅଧିକ ପଢନ୍ତୁ

Women's World Cup: Bangladesh make history with 9-run win over Pakistan
Women's World Cup: ପାକିସ୍ତାନକୁ ହରାଇ ଇତିହାସ ରଚିଲା ବାଂଲାଦେଶ

ହାମିଲଟନ: ମହିଳା ଦିନିକିଆ ବିଶ୍ବକପରେ ଡେବ୍ୟୁ କରିଥିବା ବାଂଲାଦେଶ ସୋମବାର ପାକିସ୍ତାନକୁ ୯ ରନ୍‌ରେ ହରାଇ ଇତିହାସ ରଚିଛି । ବାଂଲାଦେଶ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୩୪ ରନ୍‌ ସଂଗ୍ରହ କରିଥିଲା । ଫରଗନା ହକ୍‌ ୭୧ ଓ କ୍ୟାପଟେନ ନିଗାର ସୁଲତାନା ୪୬ ରନର୍‌ ଦମଦାର ଇଂନିସ ଖେଳିଥିଲେ ।

ପରେ ୨୩୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପାକିସ୍ତାନ ପକ୍ଷରୁ ସିଦ୍ରା ଅମିନ ୧୪୦ ବଲ୍‌ରୁ ୧୦୪ ରନ୍‌ର ଦମଦାର ଶତକୀୟ ଇଂନିସ ଖେଳିଥିଲେ । ଓପନର ନାହିଦା ଖାନ ୪୩ ଓ କ୍ୟାପେଟନ ବିଶମାହ ମାରୁଫ ୩୧ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ । ତେବେ ବାଂଲାଦେଶ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୨୫ ରନ୍‌ରେ ସୀମିତ ରହିଥିଲା ପାକିସ୍ତାନ ।

ମହିଳା ଦିନିକିଆ ବିଶ୍ବକପରେ ପ୍ରଥମ ଥର ପାଇଁ ଖେଳୁଥିବା ବାଂଲାଦେଶ ଟିମକୁ ଶେଷ ଓଭରରେ ବିଜୟ ମିଳିଥିଲା । ଏହା ମହିଳା ଦିନିକିଆ ବିଶ୍ବକପରେ ବାଂଲାଦେଶର ପ୍ରଥମ ବିଜୟ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.