ETV Bharat / sports

ଆସନ୍ତାବର୍ଷଠୁ ମହିଳା IPL, ଭାଗ ନେବେ 6 ଦଳ

author img

By

Published : Apr 18, 2022, 10:48 AM IST

Updated : Apr 18, 2022, 11:17 AM IST

କିଛି ଦିନ ତଳେ ମହିଳା ଆଇପିଏଲ ହେବା ନେଇ ଅନିଶ୍ଚିନ୍ତତା ଦେଖା ଦେଇଥିଲା । ଖୁବଶୀଘ୍ର ମହିଳା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆରମ୍ଭ ହେବା ନେଇ ଚାଲିଥିବା ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଅଧିକ ପଢନ୍ତୁ

ଆସନ୍ତାବର୍ଷଠୁ ମହିଳା IPL
ଆସନ୍ତାବର୍ଷଠୁ ମହିଳା IPL

ମୁମ୍ବାଇ: କିଛି ଦିନ ତଳେ ମହିଳା ଆଇପିଏଲ ହେବା ନେଇ ଅନିଶ୍ଚିନ୍ତତା ଦେଖା ଦେଇଥିଲା । ଖୁବଶୀଘ୍ର ମହିଳା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆରମ୍ଭ ହେବା ନେଇ ଚାଲିଥିବା ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଦୀର୍ଘ ଦିନ ଧରି ମହିଳା ଆଇପିଏଲ ଆୟୋଜନ ନେଇ ଚର୍ଚ୍ଚା ହେଉଥିଲା ମାତ୍ର ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଆସନ୍ତାବର୍ଷ ଆର୍ଥାତ 2023 ରେ ମହିଳା ଆଇପିଏଲ ଆୟୋଜିତ ହେବ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୁଚିନ୍ତିତ ଯୋଜନା ସହ କାର୍ଯ୍ୟକରିବା ଆରମ୍ଭ କରିଛି । ଏ ନେଇ ବିସିସିଆଇ ସୁତ୍ରରୁ ଜଣାପଡିଛି ।

ବର୍ତ୍ତମାନ ଏ ବାବଦରେ ଅଧିକ ସୂଚନା ଦେଇନାହିଁ ବୋର୍ଡ । ଲିଗରେ ପ୍ରାରମ୍ଭିକ ସଂସ୍କରଣରେ 6ଟି ଦଳ ଅଂଶଗ୍ରହଣ କରିବା ନେଇ ସୂଚନା ମିଳିଛି । ଯଦି ସବୁ ଠିକଠାକ ଚାଲେ ତେବେ ଗ୍ରୀଷ୍ମରେ ଏହି ଲିଗ ଆୟୋଜନ ହେବ । ଖୁବଶୀଘ୍ର ଏ ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି କୁହାଯାଇଛି । ବୋର୍ଡର ଆଗାମୀ ବାର୍ଷିକ ସାଧାରଣ ବୈଠକରେ ଏ ସଂକ୍ରାନ୍ତରେ ସବିଶେଷ ଆଲୋଚନା ହେବ । ଏହି କ୍ରୀଡାରେ ଫ୍ରାଞ୍ଚାଇଜ୍ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ କାଗଜପତ୍ର ପ୍ରସ୍ତୁତି ଚାଲିଛି। ଟିମ୍ ଗଠନ, ଅକ୍ସନ, ଯୋଜନା ପ୍ରସ୍ତୁତି ଓ ସବୁକିଛି ବ୍ୟବସ୍ଥାକୁ ସଠିକ୍ ରୂପରେଖ ଦେବାକୁ ଆଉ କିଛି ସମୟ ଲାଗିବ। ସବୁକିଛି ଠିକ୍ ହୋଇଯିବା ପରେ ଏନେଇ ବଧିବଦ୍ଧ ଘୋଷଣା କରାଯିବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ପ୍ରକାଶ ଥାଉ କି, ନିକଟରେ ମହିଳା ଆଇପିଏଲ ହେବା ନେଇ ଆଶା ଆଶଙ୍କା ଭିତରେ ରହିଥିଲା । ଦକ୍ଷ ଖେଳାଳିଙ୍କ ଅଭାବକୁ ଦୃଷ୍ଟିରେ ରଖି ମହିଳା ଆଇପିଏଲ ଆରମ୍ଭ କରିବା ସମ୍ଭବ ନୁହେଁ ବୋଲି ବୋର୍ଡର ଏକ ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ହେଲେ ବର୍ତ୍ତମାନ ଏହା ହେବାକୁ ନିଷ୍ପତ୍ତି ହୋଇଛି । କ୍ରିକେଟ ଅଷ୍ଟ୍ରେଲିଆ ମହିଳା ଟି-20 ଲିଗ ବିଗ ବାସ, ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ମହିଳା ଦି ହଣ୍ଡ୍ରେଡ ଆୟୋଜନ କରୁଛି ଯାହା ବେଶ ଲୋକପ୍ରିୟ ହୋଇଛି । 2021 ବିଗ ବାସରେ 8 ଜଣ ଭାରତୀୟ ମହିଳା କ୍ରିକେଟର ଅଂଶଗ୍ରହଣ କରି ସଫଳ ପ୍ରଦର୍ଶନ କରିଥିଲେ।

Last Updated : Apr 18, 2022, 11:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.