ETV Bharat / sports

Women's CWC: ଅପରାଜେୟ ଅଷ୍ଟ୍ରେଲିଆର ବିଜୟ ଧାରା ଜାରି

author img

By

Published : Mar 25, 2022, 3:58 PM IST

ICC ମହିଳା ODI ବିଶ୍ବକପ ୨୦୨୨ରେ ଅଷ୍ଟ୍ରେଲିଆର ଅପରାଜେୟ ଧାରା ଜାରି । ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବେଥ୍‌ ମୁନିଙ୍କ ଅପରାଜିତ ୬୬ ରନ୍‌ ବଳରେ ଅଷ୍ଟ୍ରେଲିଆ ୫ ୱିକେଟରେ ବାଂଲାଦେଶକୁ ହରାଇଛି । ଅଧିକ ପଢନ୍ତୁ

Women's CWC: Australia beat bangladesh to continuing winning streak
Women's CWC: ଅପରାଜେୟ ଅଷ୍ଟ୍ରେଲିଆର ବିଜୟ ଧାରା ଜାରି

ୱେଲିଂଟନ: ଚଳିତ ICC ମହିଳା ODI ବିଶ୍ବକପ ୨୦୨୨ରେ ଅଷ୍ଟ୍ରେଲିଆର ଅପରାଜେୟ ଧାରା ଜାରି । ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବେଥ୍‌ ମୁନିଙ୍କ ଅପରାଜିତ ୬୬ ରନ୍‌ ବଳରେ ଅଷ୍ଟ୍ରେଲିଆ ୫ ୱିକେଟରେ ବାଂଲାଦେଶକୁ ହରାଇଛି । ୧୩୬ ରନ୍‌ର ସହଜ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ସଂଘର୍ଷ କରିଥିଲା ।

ବିଶ୍ବ ନମ୍ବର ୧ ଟିମ ମାତ୍ର ୭୨ ରନ୍‌ରେ ୫ ୱିକେଟ ହରାଇ ସଙ୍କଟରେ ପଡିଥିଲା । ମାତ୍ର ବେଥ୍‌ ମୁନି ପର ବ୍ୟାଟିଂ ଭାର ସମ୍ଭାଳିଥିଲେ ଓ ଟିମକୁ ବିଜୟୀ କରାଇଥିଲେ । ବାଂଲାଦେଶ ସ୍ପିନର ସଲମା ଖାତୁନ ଏକାକୀ ଅଷ୍ଟ୍ରେଲିଆର ଶକ୍ତିଶାଳୀ ଶୀର୍ଷକ୍ରମ ବ୍ୟାଟିଂକୁ ଧ୍ବସ୍ତ କରିଥିଲେ ଓ ଟାଇଟେଲ ବିଜେତା ହେବାର ପ୍ରବଳ ଦାବିଦାର ଟିମର ସ୍କୋର ୨୬/୩ରେ ପହଞ୍ଚାଇ ଦେଇଥିଲେ । ଓପନର ଆଲେସା ହେଲି ୧୫, ରାଚେଇ ହେଇନ୍ସ ୭ ଓ କ୍ୟାପଟେନ୍‌ ମେଗ ଲାନିଙ୍ଗ୍‌ ୦ରେ ଆଉଟ୍‌ ହୋଇଥିଲେ । ତେବେ ମୁନି ୭୫ ବଲ୍‌ରୁ ୫ଟି ଚୌକା ସହାୟତାରେ ଧୈର୍ଯ୍ୟପୂର୍ଣ୍ଣ ୬୬ ରନର୍‌ ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଥିଲେ ।

ପୂର୍ବରୁ ଲତା ମଣ୍ଡଳ ୩୩ ଓ ସରମିନ ଅଖତରଙ୍କ ୨୪ ରନ୍‌ର ବଳରେ ୪୩ ଓଭରରେ ୬ ୱିକେଟ ହରାଇ ୧୩୫ ରନ୍‌ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା ବାଂଲାଦେଶ । ଅଷ୍ଟ୍ରେଲିଆ ପୂର୍ବରୁ ମହିଳା ବିଶ୍ବକପ ୨୦୨୨ର ସେମିଫାଇନାଲରେ ପ୍ରବେଶ କରିସାରିଥିବାବେଳେ, ବାଂଲାଦେଶ ସେମି ଦୌଡରୁ ବାଦ୍‌ ପଡିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.