ETV Bharat / sports

'ବଡ଼ ଶତକ ହାସଲ କରିବେ ବିରାଟ କୋହଲି'

author img

By

Published : Aug 23, 2021, 6:21 PM IST

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ କୋହଲି ଶତକ ହାସଲ କରିବେ ବୋଲି ଆଶାବାଦୀ ଅଛନ୍ତି ବିରାଟ କୋହଲିଙ୍କ ପିଲାଦିନର ରାଜକୁମାର ଶର୍ମା । ଅଧିକ ପଢ଼ନ୍ତୁ...

'ବଡ଼ ଶତକ ହାସଲ କରିବେ ବିରାଟ କୋହଲି'
'ବଡ଼ ଶତକ ହାସଲ କରିବେ ବିରାଟ କୋହଲି'

ନୂଆଦିଲ୍ଲୀ: ପ୍ରାୟ ଦେଢ଼ ବର୍ଷ ହେଲା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟରୁ ଶତକଟିଏ ଦେଖିବାକୁ ମିଳିନାହିଁ । ଏହାକୁ ବର୍ତ୍ତମାନ ଏକ ବଡ଼ ବୟାନ ଦେଇଛନ୍ତି ବିରାଟ କୋହଲିଙ୍କ ପିଲାଦିନର କୋଚ ରାଜକୁମାର ଶର୍ମା । ବର୍ତ୍ତମାନ ଜାରି ରହିଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ କୋହଲି ଶତକ ହାସଲ କରିବେ ବୋଲି ଆଶାବାଦୀ ଅଛନ୍ତି ରାଜକୁମାର ଶର୍ମା ।

'ବଡ଼ ଶତକ ହାସଲ କରିବେ ବିରାଟ କୋହଲି'
'ବଡ଼ ଶତକ ହାସଲ କରିବେ ବିରାଟ କୋହଲି'

୨୦୧୯ ମସିହା ନଭେମ୍ବର ମାସରୁ କୋହଲି ଶତକ ହାସଲ କରି ପାରିନାହାନ୍ତି । ସେପଟେ ତାଙ୍କ ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍ ଟେଷ୍ଟ ସିରିଜରେ ୪ଟି ଇନିଂସରେ ବର୍ତ୍ତମାନ ସୁଦ୍ଧା ୩୮୬ ରନ ସଂଗ୍ରହ କରି ସାରିଛନ୍ତି । ବର୍ତ୍ତମାନ ଦିଲ୍ଲୀ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍ ଦାୟିତ୍ବରେ ଥିବା ରାଜକୁମାର ଶର୍ମା ଲର୍ଡସ ବିଜୟ ପରେ କୋହଲିଙ୍କ ସହ କଥା ହୋଇଥିବା ନେଇ ସେ ଖୋଦ ସୂଚନା ଦେଇଛନ୍ତି ।

ତେବେ ସେହି ସମୟରେ କୋହଲି ଆତ୍ମବିଶ୍ବାସରେ ଭରପୁର ଥିଲେ । ତାଙ୍କ ମନୋଭାବରୁ ସେ ଏହି ସିରିଜରେ ଶତକ ହାସଲ କରିବେ ବୋଲି ମନେ କରିଛନ୍ତି କୋହଲିଙ୍କ ପିଲାଦିନର କୋଚ୍ ରାଜକୁମାର ଶର୍ମା । ରନ ସଂଗ୍ରହ କରିବା ମାମଲାରେ କୋହଲି ରୁଟଙ୍କ ପଛରେ ପଡ଼ିଯାଇଛନ୍ତି ।

ଏହାର ଉତ୍ତର ଦେଇ ରାଜକୁମାର ଶର୍ମା କହିଛନ୍ତି ଯେ, "ମୁଁ କୋହଲିଙ୍କୁ ପିଲାଟି ଦିନରୁ ଜାଣିଛି । ସେ ସବୁବେଳେ ଚ୍ୟାଲେଞ୍ଜ ନେବାକୁ ଭଲ ପାଏ । ମୋ ମତରେ ଏହା କୋହିଲଙ୍କ ପାଇଁ ଏକ ଚ୍ୟାଲେଞ୍ଜ । ଆଗମୀ ମ୍ୟାଚରେ ଆମେ କୋହଲି ଓ ରୁଟ ମଧ୍ୟରେ ଏକ ରନ ପ୍ରତିଯୋଗିତା ଦେଖିବାକୁ ପାଇ ପାରିବା ।"

ଅଗଷ୍ଟ ୨୫ ତାରିଖରୁ ଭାରତ ଓ ଇଲଂଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ଡ୍ର' ହୋଇଥିବାବେଳେ ଲର୍ଡସରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇ ସିରିଜରେ ୧-୦ରେ ଆଗୁଆ ରହିଛି । ତୃତୀୟ ଟେଷ୍ଟ ଲିଡ୍ସ ଗ୍ରାଉଣ୍ଡରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.