ETV Bharat / sports

Virat Kohli: କେଉଁ ବୋଲରଙ୍କୁ ଖେଳିବା କଠିନ, ଜାଣନ୍ତୁ କଣ କହିଲେ କୋହଲି

author img

By ETV Bharat Odisha Team

Published : Sep 5, 2023, 10:40 PM IST

କ୍ରିକେଟ ଜଗତରେ ଅନେକ ବଡ଼ ବଡ଼ ବୋଲର ବିରାଟ କୋହଲିଙ୍କୁ ସାମ୍ନା କରିବାକୁ ଏକ ପ୍ରକାର ଭୟ କରିଥାନ୍ତି । ହେଲେ ଏମିତି ଦୁଇ ଜଣ ବୋଲର ଅଛନ୍ତି, ଯାହାଙ୍କୁ ସାମ୍ନା କରିବା କୋହଲିଙ୍କ ପାଇଁ ମଧ୍ୟ କଠିନ । ଏକ ସାକ୍ଷାତକାରରେ ଏହି ଦୁଇ ବୋଲରଙ୍କ ସହ ନିଜ ପ୍ରିୟ କ୍ରିକେଟରଙ୍କ ନାଁ ମଧ୍ୟ ଖୁଲାସା କରିଛନ୍ତି କିଙ୍ଗ କୋହଲି । ଅଧିକ ପଢ଼ନ୍ତୁ

Virat Kohli Interview
Virat Kohli Interview

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ଭାରତୀୟ କ୍ରିକେଟ୍‌ ଦଳର ଭେଟେରାନ ବ୍ୟାଟର ବିରାଟ କୋହଲି ବର୍ତ୍ତମାନ ସମୟରେ ଜଣେ ଶ୍ରେଷ୍ଠ କ୍ରିକେଟର । ସେ ଟେଷ୍ଟ୍‌ କ୍ରିକେଟ୍‌ ହେଉ, ଦିନିକିଆ ବା ଟି୨୦, ଦୀର୍ଘ ଏକ ଦଶନ୍ଧୀରୁ ଅଧିକ ବର୍ଷ ଧରି ସେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ ଯେଉଁଭଳି ରାଜ୍‌ କରିଛନ୍ତି, ସେଭଳି ଉଦାହରଣ କ୍ରିକେଟ ଜଗତରେ ଖୁବ ବିରଳ । ବିଶ୍ବ କ୍ରିକେଟରେ ସେ 'କିଙ୍ଗ୍‌ କୋହଲି' ଓ 'ରନ୍‌ ମେସିନ୍‌' ଭଳି ନାଁରେ ବେଶ ପରିଚିତ । କୋହଲିଙ୍କୁ ସାମ୍ନା କରୁଥିବାବେଳେ ଦୁନିଆର ଅନେକ ବଡ଼ ବଡ଼ ବୋଲର ମଧ୍ୟ ଝାଳ ବୁହାଇଥାନ୍ତି । ହେଲେ ଏମିତି ମଧ୍ୟ ଦୁଇଜଣ ବୋଲର ଅଛନ୍ତି, ଯାହାଙ୍କୁ ସାମ୍ନା କରିବା ବିରାଟ କୋହଲିଙ୍କ ପାଇଁ କଠିନ ହୋଇଥାଏ । ଏକଥା ଆମେ କହୁନୁ, ଖୋଦ ବିରାଟ କୋହଲି ଏନେଇ ଖୁଲାସା କରିଛନ୍ତି ।

ଏହି ଦୁଇ ବୋଲରଙ୍କୁ ସାମ୍ନା କରିବା କୋହଲିଙ୍କ ପାଇଁ କଠିନ: ନିକଟରେ ଏକ ସାକ୍ଷାତକାରରେ ବିରାଟ କୋହଲିଙ୍କୁ ପଚରାଯାଇଥିଲା ଯେ, କେଉଁ ବୋଲରଙ୍କୁ ସାମ୍ନା କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଥାଏ । ଏହାର ଜବାବରେ କୋହଲି ଦୁଇଜଣ ବୋଲରଙ୍କ ନାଁ କହିଛନ୍ତି, ଯାହାଙ୍କୁ ସାମ୍ନା କରିବା ତାଙ୍କ ପାଇଁ କଠିନ ହୋଇଥାଏ । ସେ କହିଛନ୍ତି, "ଇଂଲଣ୍ଡର ଦୃତ ବୋଲର ଜେମ୍ସ ଆଣ୍ଡରସନ୍‌ ଓ ଅଷ୍ଟ୍ରେଲିଆର ଦୃତ ବୋଲର ପ୍ୟାଟ୍‌ କମିନ୍ସଙ୍କ ବିପକ୍ଷରେ ଖେଳିବା ବେଶ ଚ୍ୟାଲେଞ୍ଜିଂ ରହିଥାଏ ।" ଏହାକୁ ସେ ବେଶ ଉପଭୋଗ କରଥାନ୍ତି ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: କୋହଲିଙ୍କ ପ୍ରଶଂସାରେ ଶତମୁଖ ପାକିସ୍ତାନୀ ବୋଲର, କହିଲେ ଟିମ୍‌ ଇଣ୍ଡିଆର ବ୍ୟାକ୍‌ବୋନ୍‌ ବିରାଟ

ବର୍ତ୍ତମାନ ସମୟରେ କୋହଲିଙ୍କ ପ୍ରିୟ କ୍ରିକେଟର: ବିରାଟ କୋହଲି ହେଉଛନ୍ତି ବର୍ତ୍ତମାନ ସମୟରେ ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିକେଟର । କେବଳ ଭାରତ ନୁହେଁ, ସାରା ବିଶ୍ବରେ କୋହଲିଙ୍କ ଅସଂଖ୍ୟ ପ୍ରଶଂସକ ରହିଛନ୍ତି । ଅନେକ ପୂର୍ବତନ କ୍ରିକେଟର ଓ ବର୍ତ୍ତମାନ କ୍ରିକେଟରଙ୍କ ପ୍ରିୟ କ୍ରିକେଟର ହେଉଛନ୍ତି ବିରାଟ କୋହଲି । ହେଲେ କଣ ଆପଣ ଜାଣିଛନ୍ତି ବର୍ତ୍ତମାନ ସମୟର କେଉଁ କ୍ରିକେଟର ବିରାଟ କୋହଲିଙ୍କର ପସନ୍ଦ ? ଷ୍ଟାର ସ୍ପୋର୍ଟ୍ସ ସହ ଏହି ସାକ୍ଷାତକାର ସମୟରେ କୋହଲି ଏନେଇ ମଧ୍ୟ ଖୁଲାସା କରିଛନ୍ତି । ଯେତେବେଳେ କୋହଲିଙ୍କୁ ବର୍ତ୍ତମାନ ସମୟର ପ୍ରିୟ କ୍ରିକେଟରଙ୍କ ସମ୍ପର୍କରେ ପଚରାଯାଇଥିଲା, ଜବାବରେ ସେ ଇଂଲଣ୍ଡର ଟେଷ୍ଟ ଅଧିନାୟକ ତଥା ଧୂଆଁଧାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ନାଁ ନେଇଥିଲେ । ତେବେ ଏହି ସାକ୍ଷାତକାରରେ କୋହଲି ଆହୁରି ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.