ETV Bharat / sports

ବିରାଟ ସଫଳତମ କ୍ୟାପଟେନ୍‌, ରୁଟ୍‌ ବିଫଳ: ଇଆନ ଚାପେଲ୍‌

author img

By

Published : Jan 30, 2022, 7:31 PM IST

ଇଂଲଣ୍ଡ ଟେଷ୍ଟ କ୍ୟାପଟେନ ଜୋ ରୁଟ୍‌ଙ୍କୁ ନେଇ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଇଆନ ଚାପେଲ୍‌ଙ୍କ ବଡ ବୟାନ । ଚାପେଲ୍‌ କହିଛନ୍ତି, ରୁଟ୍‌ ଜଣେ ଭଲ ବ୍ୟାଟ୍‌ର କିନ୍ତୁ ଜଣେ ଭଲ କ୍ୟାପେଟନ ନୁହଁନ୍ତି । ଅଧିକ ପଢନ୍ତୁ

Virat Kohli is a successful captain and Joe Root is a poor captain: Ian Chappell
ବିରାଟ ସଫଳତମ କ୍ୟାପଟେନ୍‌, ରୁଟ୍‌ ବିଫଳ: ଇଆନ ଚାପେଲ୍‌

ସିଡନୀ: ଇଂଲଣ୍ଡ ଟେଷ୍ଟ କ୍ୟାପଟେନ ଜୋ ରୁଟ୍‌ଙ୍କୁ ନେଇ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଇଆନ ଚାପେଲ୍‌ଙ୍କ ବଡ ବୟାନ । ଚାପେଲ୍‌ କହିଛନ୍ତି, ରୁଟ୍‌ ଜଣେ ଭଲ ବ୍ୟାଟ୍‌ର କିନ୍ତୁ ଜଣେ ଭଲ କ୍ୟାପେଟନ ନୁହଁନ୍ତି । ସେ ଆହୁରି କହିଛନ୍ତି ଯେ ରୁଟ୍‌ଙ୍କ ନିକଟରେ ଆକଳନ କରିବାର କୌଶଳର ଅଭାବ ସହିତ ନିଜ ଯୋଜନାରୁ ଶୀଘ୍ର ଓହରିଯାଆନ୍ତି । ଅନ୍ୟପଟେ ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି ଚାପେଲ୍‌ । କୋହଲି ଜଣେ ସଫଳ କ୍ୟାପଟେନ ବୋଲି ସେ କହିଛନ୍ତି ।

ନିକଟରେ ରୁଟ୍‌ ବର୍ଷ ୨୦୨୧ର ଶ୍ରେଷ୍ଠ ICC ପୁରୁଷ ଟେଷ୍ଟ କ୍ରିକେଟର ଚୟନ ହୋଇଛନ୍ତି । ୨୦୨୧ରେ ୧୫ଟି ମ୍ୟାଚ୍‌ରୁ ୬ଟି ଶତକ ଓ ଦୁଇଟି ଦ୍ବିଶତକୀୟ ଇଂନିସ ସହ ମୋଟ ୧୭୦୮ ରନ୍‌ ସଂଗ୍ରହ କରିଛନ୍ତି । ମାତ୍ର କ୍ୟାପଟେନ ଭାବେ ବର୍ଷ ୨୦୨୧ରେ ରୁଟ୍‌ଙ୍କ ପାଇଁ ନୈରାଶାଜନକ ରହିଛି । ତାଙ୍କ ଅଧିନାୟକତ୍ବରେ ୧୫ଟି ମ୍ୟାଚ୍‌ରୁ ଇଂଲଣ୍ଡ ମାତ୍ର ୪ଟିରେ ବିଜୟୀ ହୋଇଥିବାବେଳେ ୯ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି । ଏହି ପରାଜୟ ମଧ୍ୟରେ ଅଷ୍ଟ୍ରେଲିଆ ଠାରୁ ୪-୦ ଆସେସ ଟେଷ୍ଟ ସିରିଜ ପରାଜୟ ରହିଛି ।

ଏହାମଧ୍ୟ ପଢନ୍ତୁ: ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ସ୍କ୍ବାଡ୍‌ ଘୋଷଣା

ଏକ କ୍ରିକେଟ ୱେବସାଇଟ୍‌ରେ ରବିବାର ଚାପେଲ ନିଜର ସ୍ତମ୍ବରେ ଲେଖିଛନ୍ତି, "ଅନ୍ୟ ସମସ୍ତ କ୍ୟାପଟେନଙ୍କ ଠାରୁ ଅଧିକ ସମୟ ଧରି ନିଜ ଦେଶର ନେତୃତ୍ବ ନେଇଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଏହା ବାସ୍ତବତା ଯେ ରୁଟ୍‌ ଜଣେ ଭଲ ବ୍ୟାଟ୍‌ର କିନ୍ତୁ ଜଣେ ଭଲ କ୍ୟାପଟେନ୍‌ ନୁହଁନ୍ତି ।"

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.