ETV Bharat / sports

IPL 2022: ଆଜି KKR-GT, SRH-RCB ମୁକାବିଲା

author img

By

Published : Apr 23, 2022, 1:41 PM IST

ଆଜି ଆଇପିଏଲର ୩୫ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(KKR)କୁ ଭେଟିବ ଗୁଜୁରାଟ ଟାଇଟନ୍ସ(GT) ଓ ୩୬ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)କୁ ଭେଟିବ ସନରାଇଜର ହାଇଦ୍ରାବାଦ(SRH) । ଅଧିକ ପଢନ୍ତୁ

IPL 2022: ଆଜି KKR-GT, SRH-RCB ମୁକାବିଲା
IPL 2022: ଆଜି KKR-GT, SRH-RCB ମୁକାବିଲା

ମୁମ୍ବାଇ: ଆଜି ଆଇପିଏଲରେ ଡବଲହେଡର ମ୍ୟାଚ । ଚଳିତ ଆଇପିଏଲର ୩୫ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(KKR) କୁ ଭେଟିବ ଗୁଜୁରାଟ ଟାଇଟନ୍ସ(GT) ଓ ୩୬ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)କୁ ଭେଟିବ ସନରାଇଜର ହାଇଦ୍ରାବାଦ(SRH) । ଆଜିର ମ୍ୟାଚ ନେଇ ପ୍ରସ୍ତୁତ ରହିଛନ୍ତି ଚାରି ଦଳ ।

ପ୍ରଥମ ମ୍ୟାଚ ୩ଟା ୩୦ରେ ଆରମ୍ଭ ହେବ । ଆଜିର ମ୍ୟାଚ କୋଲକାତା ପାଇଁ ବେଶ ଗୁରୁତ୍ବପୂର୍ଣ ରହିଛି । କାହିଁକିନା ଦଳ ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚ ଖେଳି କେବଳ ୩ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ୭ନମ୍ବର ସ୍ଥାନରେ ରହିଛି । ତେବେ କ୍ରମାଗତ ଭାବେ ୩ଟି ମ୍ୟାଚରେ ପରାଜିତ ହୋଇଥିବାରୁ ଆଜି ବିଜୟୀ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ କୋଲକାତା ଟିମ । ଅନ୍ୟପଟେ ଗୁଜୁରାଟ ଟିମ୍ ଚଳିତ ଆଇପିଏଲରେ ୬ଟି ମ୍ୟାଚ ଖେଳି ୫ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ତେଣୁ ଶୀର୍ଷ ସ୍ଥାନ ଅକ୍ତିଆର କରିବାକୁ ଆଜି ସଂଘର୍ଷ କରିବ ଦଳ । ତେଣୁ ଆଜିର ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ସନ୍ଧ୍ୟା ସମୟରେ RCB ଓ SRH ମୁହାଁମୁହିଁ ହେବେ । ଉଭୟ ଦଳ ଆଜିର ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ବାଙ୍ଗାଲୋର ଚଳିତ ସିଜିନରେ ୭ଟି ମ୍ୟାଚଖେଳି ୫ଟିରେ ବିଜୟୀ ହୋଇଛି, ଏବଂ ୧୦ ପେଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ତେଣୁ ପଏଣ୍ଟ ଟେବୁଲରେ ଉପରକୁ ଉଠିବା ପାଇଁ ଆଜିର ଜୋରଦାର କସରତ କରିବ ଦଳ । ସେହିପରି ହାଇଦ୍ରାବାଦ ମୋଟ ୬ଟି ମ୍ୟାଚ ଖେଳି ୪ଟିରେ ବିଜୟୀ ହୋଇଛି, ଏବଂ ପଏଣ୍ଟ ଟେବୁଲଲେ ୮ପଏଣ୍ଟ ସହ ୫ ନମ୍ବର ସ୍ଥାନରେ ରହିଛି । ଲଗାତାର ୪ଟି ମ୍ୟାଚ ଦଳ ଯିତିଥିବା ବେଳେ ମନୋବଳ ଦୃଢ ରହିଛି । ତେଣୁ ଉଭୟ ଦଳ ମଧ୍ୟରେ ଆଜି ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.