ETV Bharat / sports

ବିରାଟଙ୍କ ସପକ୍ଷରେ ପାକିସ୍ତାନ କ୍ୟାପଟେନଙ୍କ ଟ୍ବିଟ, କହିଲେ ନିଜକୁ ଦୃଢ କର

author img

By

Published : Jul 15, 2022, 10:55 PM IST

ପାକିସ୍ତାନ କ୍ରିକେଟର ବାବର ଆଜମଙ୍କର ବିରାଟ କୋହଲିଙ୍କ ପ୍ରତି ସମ୍ବେଦନାମୂଳକ ଟ୍ବିଟ କରିଛନ୍ତି । ବାବର ଆଜମ ନିଜ ଟ୍ବିଟର ଆକାଉଣ୍ଟରେ ବିରାଟ କୋହଲିଙ୍କ ସହିତ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଏହି ସମୟ ବହୁତ ଶୀଘ୍ର ବିତି ଯିବ । ନିଜକୁ ଦୃଢ କର । ଅଧିକ ପଢନ୍ତୁ

ବିରାଟଙ୍କ ସପକ୍ଷରେ ବାବର ଆଜମଙ୍କ ଟ୍ବିଟ, କହିଲେ ନିଜକୁ ଦୃଢ କର
ବିରାଟଙ୍କ ସପକ୍ଷରେ ବାବର ଆଜମଙ୍କ ଟ୍ବିଟ, କହିଲେ ନିଜକୁ ଦୃଢ କର

ହାଇଦ୍ରାବାଦ: ପାକିସ୍ତାନ କ୍ରିକେଟର ବାବର ଆଜମଙ୍କର ବିରାଟ କୋହଲିଙ୍କ ପ୍ରତି ସମ୍ବେଦନାମୂଳକ ଟ୍ବିଟ କରିଛନ୍ତି । ବାବର ଆଜମ ନିଜ ଟ୍ବିଟର ଆକାଉଣ୍ଟରେ ବିରାଟ କୋହଲିଙ୍କ ସହିତ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, "ଏହି ସମୟ ବହୁତ ଶୀଘ୍ର ବିତି ଯିବ । ନିଜକୁ ଦୃଢ କର । "

ଗତକାଲି (ଗୁରୁବାର) ଖେଳାଯାଇଥିବା ଭାରତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତ 100 ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି । ଏହି ମ୍ୟାଚରେ କୋହଲିଙ୍କର ପ୍ରଦର୍ଶନକୁ ଅପେକ୍ଷା ରହିଥିଲା । ହେଲେ ସେଥିରେ ସେ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛନ୍ତି । କୋହଲି 16 ରନ ସଂଗ୍ରହ କରି ଆଉଟ ହୋଇଥିଲେ । ଏନେଇ ପାକିସ୍ତାନ କ୍ରିକେଟର ବାବର ଆଜମ ଟ୍ବିଟର ମାଧ୍ୟମରେ ବିରାଟ କୋହଲିଙ୍କୁ ସମର୍ଥନ କରି ଏକ ଟ୍ବିଟ କରିଥିଲେ ।

ବିରାଟ କୋହଲି ବର୍ତ୍ତମାନ ଫର୍ମରେ ନ ରହିବା ତଥା ତାଙ୍କର ଖରାପ ପ୍ରଦର୍ଶନ ପାଇଁ ସେ ଏବେ କ୍ରିକେଟ ବିଶେଷଜ୍ଞଙ୍କ ଆଲୋଚନାର ପାତ୍ର ବନିଛନ୍ତି । ନିକଟରେ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ, ଏବଂ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କୋହଲିଙ୍କ ଫର୍ମକୁ ନେଇ ସମାଲୋଚନା କରିଥିଲେ । ସେମାନଙ୍କ ମତରେ ବିରାଟଙ୍କୁ ଏବେ ଦଳରୁ ବାଦ ଦିଆଯାଇ ତାଙ୍କୁ ବିଶ୍ରାମ ଦେବା ଦରକାର ।

ବିରାଟ କୋହଲିଙ୍କର ଏବେ ଖରାପ ପ୍ରଦର୍ଶନ ଜାରି ରହିଛି । ଗୋଟେ ପରେ ଗୋଟେ ମ୍ୟାଚରେ ବିରାଟ କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଚାଲିଛନ୍ତି । ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ, ଭାରତ ଇଂଲଣ୍ଡ ବିପକ୍ଷ ଟି-20 ସିରିଜରେ ମଧ୍ୟ କୋହଲି ତାଙ୍କ ପ୍ରଦର୍ଶନ ପାଇଁ ସମସ୍ତଙ୍କୁ ନିରାଶ କରିଥିଲେ ।

ସେହିପରି ବର୍ତ୍ତମାନ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ଦ୍ବିତୀୟ ଦିନିକିଆରେ କୋହିଲି ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ । 50 ଓଭର ବିଶିଷ୍ଟ ଦିନିକିଆରେ କୋହଲି ନିଜ ଦକ୍ଷକୁ ପ୍ରମାଣିତ କରିବା ପାଇଁ ଅଧିକ ସମୟ ପାଇବେ ଏବଂ ତାଙ୍କର ପୂର୍ବଭଳି ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି କ୍ରିକେଟ ପ୍ରଶଂସକଙ୍କର ଆଶା ରହିଥିଲା । ତାହା ମଧ୍ୟ କୋହଲି ନିରାଶ କରିଲେ । ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ କୋହଲି 16 ରନ କରି ପାଭଲିୟନ ଫେରିଥିଲେ । ଭାରତ 100 ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.