ETV Bharat / sports

Eng vs Ind test series: ଲିଡସରେ ହେବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଟକ୍କର

author img

By

Published : Aug 24, 2021, 9:41 PM IST

Updated : Aug 25, 2021, 6:37 AM IST

ଆଜି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ । ଲିଡସ୍ ପଡିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ଅଧିକ ପଢ଼ନ୍ତୁ...

Eng vs Ind test series: ଲିଡସରେ ହେବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଟକ୍କର
Eng vs Ind test series: ଲିଡସରେ ହେବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଟକ୍କର

ଲଣ୍ଡନ: ଆଜି (ବୁଧବାର)ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ । ଲିଡସ୍ ପଡିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । କାରଣ ଗୋଟିଏ ପଟେ ଇଂଲଣ୍ଡ ଏହ ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚାହିଁବ । ଅନ୍ୟପଟେ ଭାରତ ଏହି ମ୍ୟାଚ ଜିତି ସିରିଜରେ ୨-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ ।

ଲିଡସ ଟେଷ୍ଟ ମ୍ୟାଚରେ ଭାରତ ନିଜର ବ୍ୟାଟିଂ ସୁଧାରିବାକୁ ଚେଷ୍ଟା କରିବ। ଭାରତ ପାଖରେ ଚେତେଶ୍ବର ପୂଜାରା, ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ଭଳି ଅଭିଜ୍ଞ ବ୍ୟାଟସମ୍ୟାନ ରହିଥିଲେ ସୁଦ୍ଧା ଏଯାବତ ବଡ଼ ସ୍କୋର କରିବାରେ ଅସମର୍ଥ ରହିଛି ଦଳ । ତେବେ ଓପନର କେଏଲ ରାହୁଲ ଓ ଫାଷ୍ଟ ବୋଲର ଫର୍ମରେ ରହିଥିବା ଦେଖାଯାଇଛି । ଯାହାର ପରିଣାମ ଲର୍ଡସ ଟେଷ୍ଟରେ ଭାରତକୁ ମିଳିଛି ।

ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ କେ.ଏଲ ରାହୁଲ ଓ ଫାଷ୍ଟ ବୋଲର ନିଜ ଜଲୱା ଦେଖାଛନ୍ତି । ଜଶପ୍ରୀତ ବୁମରା ଓ ମହମ୍ମଦ ସାମି ଲର୍ଡସ ଟେଷ୍ଟରେ ବୋଲିଂ ସହ ବ୍ୟାଟିଂରେ କମାଲ କରିଥିଲେ । ନବମ ୱିକେଟ ପାଇଁ ଦୁହିଁଙ୍କ ମଧ୍ୟରେ ହୋଇଥିବା ୮୯ ରନ ଭାଗୀଦାରି ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହେଲା ।

ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳରେ ଚୂଡ଼ାନ୍ତ ଏକାଦଶରେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ସାମିଲ ହୋଇ ପାରନ୍ତି । କାରଣ ଦୁଇଟି ଟେଷ୍ଟରେ ରବିନ୍ଦ୍ର ଜାଡେଜା ୱିକେଟ ନେବାରେ ଅସଫଳ ରହିଛନ୍ତି । ଏଥିପାଇଁ ବିରାଟ କୋହଲି ୩ଟି ଫାଷ୍ଟ ବୋଲର ଗୋଟିଏ ସ୍ପିନର ସହ ପଡ଼ିଆ ଓହ୍ଲାଇବା ନେଇ ଆଲୋଚନା ହେଉଛି ।

ସେପଟେ ଇଂଲଣ୍ଡ ଦଳ ସହ ଆହତ ଜନିତ ସମସ୍ୟା ଲାଗି ରହିଛି । ପୂର୍ବରୁ ଷ୍ଟୁଆର୍ଟ ବ୍ରଡ ଆହତ ହୋଇ ୪ ଟିକିଆ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି । ଏହାପରେ ଫର୍ମରେ ଥିବା ମାର୍କ ଉଡ ମଧ୍ୟ ଆହତ ହୋଇ ତୃତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି । ଏଭଳି ସ୍ଥିତିରେ ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳର ଚୂଡ଼ାନ୍ତ ଏକାଦଶ କଣ ରହିବ ତାହାରି ଉପରେ ରହିଛି ସଭିଁଙ୍କ ନଜର ।

ସେପଟେ ଇଂଲଣ୍ଡର ଟପ ଅର୍ଡର ବ୍ୟାଟସମ୍ୟାନ ଦୁଇଟି ଟେଷ୍ଟରେ ବାରମ୍ବାର ଫେଲ ମାରିଛନ୍ତି । କେବଳ ଜୋ ରୁଟ ହିଁ ଇଂଲଣ୍ଡ ପକ୍ଷରୁ ଦମଦାର ପ୍ରଦର୍ଶନ କରିଛନ୍ତି । ତୃତୀୟ ଟେଷ୍ଟ ପାଇଁ ଦଳରେ ଡେଭିଡ ମଲାନ ସାମିଲ ହୋଇଛନ୍ତି । ତେବେ ସେ ଦିନିକିଆ ସ୍ପେଶାଲିଷ୍ଟ ଭାବରେ ପରିଚିତ । ଭାରତ ବିପକ୍ଷରେ ସେ କିଭଳି ଖେଳିବେ ଦେଖିବା ଯୋଗ୍ୟ ହେବ ।

ପୂର୍ବରୁ ହିଁ ଓପନର ଜ୍ୟାକ କ୍ରାୱଲି ଓ ଡୋମିନିକ ସିବ୍ଲି ସିରିଜରୁ ବାଦ ପଡ଼ିଛନ୍ତି । ତୃତୀୟ ଟେଷ୍ଟ ପାଇଁ ଦଳଧ ସାକିବ ମକସୁଦଙ୍କୁ ପଡ଼ିଆକୁ ଓହ୍ଲାଇ ପାରେ। ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ଦଳ ଦ୍ବତୀୟ ଟେଷ୍ଟର ପରାଜୟକୁ ଭୁଲି ପାରିନାହିଁ । ଏଥିପାଇଁ ବ୍ୟଗ୍ରତାର ସହ କ୍ରିକେଟ ଫ୍ୟାନମାନେ ତୃତୀୟ ଟେଷ୍ଟ ଅପେକ୍ଷାରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 25, 2021, 6:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.